• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Death1
କ୍ୟାବିନେଟ୍‌ ମଞ୍ଜୁରୀ: ୧୨ ବର୍ଷରୁ କମ୍‌ ଝିଅକୁ ଦୁଷ୍କର୍ମ କଲେ ମିଳିବ ଫାଶୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଦୁଷ୍କର୍ମ ଘଟଣା ଉପରେ ରୋକ ଲଗାଇବାକୁ କଡ଼ା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ୧୨ ବର୍ଷରୁ କମ ବୟସର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଛି। ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଖୁବଶୀଘ୍ର ଅଧ୍ୟାଦେଶ ଜାରି କରାଯିବା ନେଇ ସରକାର ସ୍ପଷ୍ଟ କରିଛନ୍ତି। ଏଥିସହିତ ଦୁଷ୍କର୍ମ ମାମଲାରେ ତଦନ୍ତର ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। […]

  • Saturday, 17 July 2021
yashwant_sinha_1524298393_618x347
ବିଜେପି ଛାଡ଼ିଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ବିଜେପି ଛାଡ଼ିଲେ ଦଳର ବରିଷ୍ଠ ନେତା ଯଶବନ୍ତ ସିହ୍ନା। ଶନିବାର ପାଟନାରେ ଏକ ବୈଠକ କରି ସେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଯଶୱନ୍ତ ବିଜେପି ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏଥି ସହିତ ସେ ରାଜନୀତିରୁ ସନ୍ନ୍ୟାସ ନେବା କଥା ମଧ୍ୟ କହିଛନ୍ତି। ଦୀର୍ଘ […]

  • Saturday, 17 July 2021
bjd---
ଏଟିଏମ୍‌ରେ ଟଙ୍କା ସଙ୍କଟ ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭୁବନେଶ୍ୱର : ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ କରୁଛି।  ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଏଥିସହ ସବୁ ସବ୍‌ଡିଭିଜନ ଓ ବ୍ଲକରେ ଥିବା ବ୍ୟାଙ୍କ ଗୁଡ଼ିକ ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ବିଧାୟକ ସଞ୍ଜୟ ଦାସବର୍ମା ଗତକାଲି ସୂଚନା ଦେଇଥିଲେ।  ଏଟିଏମ୍‌ରେ ଟଙ୍କା ଅଭାବକୁ ନେଇ ଗତକାଲି […]

elephant
ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ହାତୀଟି ଆଖପାଖ ଅଞ୍ଚଳରେ ବୁଲୁଛି। ତା ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ […]

niranjan1
ଆଜି ଦିଲ୍ଲୀରୁ ଫେରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ନୂଆ ପିସିସି ସଭାପତି ଦାୟିତ୍ୱ ପରେ ଆଜି ଦିଲ୍ଲୀରୁ ଓଡ଼ିଶା ଫେରୁଛନ୍ତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ଟିମ୍‌ର ନବ ନିଯୁକ୍ତ ଅନ୍ୟ ସଦସ୍ୟମାନେ ମଧ୍ୟ ଭୁବନେଶ୍ୱର ଫେରୁଛନ୍ତି। ନିରଞ୍ଜନ ଓ ତାଙ୍କ ନୂଆ ଟିମକୁ ସ୍ୱାଗତ ଲାଗି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି କଂଗ୍ରେସ ଭବନ। ଗତ ୧୯ ତାରିଖରେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ନିରଞ୍ଜନଙ୍କ ନାଁରେ ମୋହର ଲଗାଇଥିଲେ ଦଳର ସଭାପତି ରାହୁଲ ଗାନ୍ଧି। ଚିରଞ୍ଜୀବ […]

snake
ଅହିରାଜ ସାପ ଉଦ୍ଧାର 

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଧିନ ମିରିଗିଣି ଗାଁରୁ ଉଦ୍ଧାର ହୋଇଛି ୧୫ ଫୁଟ୍ ଲମ୍ବର ଅହିରାଜ ସାପ। ସେହି ଗାଁର ବାବୁଲି ବେହେରାଙ୍କ ବାଡ଼ିରେ ଏହି ସାପ ଦେଖିବାକୁ ମିଳିଥିଲା। ସାପକୁ କୌଶଳ କ୍ରମେ ଧରି ବନବିଭାଗକୁ ଖବର ଦେଇଥିଲେ ବାବୁଲି ବେହେରା। ମିରିଗିଣି ଗାଁରେ ବାବୁଲି ବେହେରାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ବନବିଭାଗ କର୍ତ୍ତୃପକ୍ଷ।

hot
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ। ଗତକାଲି ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଶୁକ୍ରବାର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଟିଟିଲାଗଡ । ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ୪୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର।  ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୬ ଡିଗ୍ରୀ ରହିଛି।

masoood
ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା

ନୂଆଦିଲ୍ଲୀ : ଜାତିସଂଘରେ ଭାରତର ବଡ଼ କୁଟନୈତିକ ବିଜୟ। ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଛି ମିଳିତ ଜାତିସଂଘର ସୁରକ୍ଷା ପରିଷଦ। ଚୀନ୍‌ ପ୍ରତିବନ୍ଧକ ହଟାଇବା ପରେ ଜୈସ୍‌ ମୁଖ୍ୟ ମାସୁଦକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଏହାକୁ ନେଇ ଭାରତ ଜାତିସଂଘର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛି। ପୂର୍ବରୁ ଚୀନ ୪ଥର ଭିଟୋ ପ୍ରୟୋଗ କରି ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରୁ ରକ୍ଷା କରିଥିଲା। […]

  • Saturday, 17 July 2021
puri mahaprasad
୪ ଦିନର ବିଶୃଙ୍ଖଳା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିର ନୀତିକାନ୍ତି

ପୁରୀ : ୪ ଦିନର ବ୍ୟତିକ୍ରମ ଆଉ ବିଭ୍ରାଟର ଅନ୍ତ ଘଟିଛି। ବାହାରିଛି ମହାପ୍ରଭୁଙ୍କ ମହାପ୍ରସାଦ। ମହ ମହ ବାସୁଛି ଏବେ ରୋଷଶାଳା, ଆନନ୍ଦବଜାର, ବାଇଶିପାହାଚ ସବୁକିଛି। କାଳିଆ ସାଆନ୍ତ ବି ଆଶ୍ୱସ୍ଥ। ମହାପ୍ରସାଦ ଟିକିଏ ପାଇ ଭକ୍ତ ବି ଭାବବିହ୍ୱଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ କଡ଼ା ତାଗିଦ୍ ପରେ ଆଜି ଶୃଙ୍ଖଳିତ ହୋଇଥିଲା ନୀତିକାନ୍ତି। ଏହାପରେ ଦିନ ୧୨ଟା ୩୦ ମିନିଟ୍‌ରେ ଭୋଗମଣ୍ଡପ ଉଠିବା ସହ ବାହାରିଥିଲା ମହାପ୍ରସାଦ। ଗତ ୧୬ ତାରିଖରେ ନୀତିକାନ୍ତିରେ ବିଳମ୍ବ […]

naveen
ମହିଳାଙ୍କ ଉପରେ ଅପରାଧକୁ ସରକାର ଗମ୍ଭୀରତାର ସହ ନେଉଛନ୍ତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରତିଦିନ ୬ ଜଣ […]