ଭୁବନେଶ୍ୱର: ଟକ୍ମକ୍ ଖରାରେ ଏବେ ଫୁଟୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରାୟ ପ୍ରତିଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଛି। ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି ତ ଆଉ କିଏ କଳା ଚଷମା ପିନ୍ଧୁଛନ୍ତି। ଆଉ କିଛି ଲୋକ ଟିକେ ଥକା ମେଣ୍ଟାଇବା ପାଇଁ ଲସି, ଆଖୁ ରସ ଦୋକାନରେ ଭିଡ ଲଗାଉଛନ୍ତି। […]
ନୂଆଦିଲ୍ଲୀ: ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ ଅଧ୍ୟାଦେଶକୁ ରବିବାର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଗତକାଲି ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିଲା ଅଧ୍ୟାଦେଶ ଅନୁସାରେ ଦେଶରେ ଠକେଇ କରି ବିଦେଶକୁ ପଳାଇଥିବା ବ୍ୟକ୍ତି କିମ୍ବା ଦେଶକୁ ଫେରି ଆଇନର ସମ୍ମୁଖୀନ କରିବାକୁ ମନା କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରାଯିବ। ସେହିଭଳି ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ ଭାବେ ଋଣ ସୁଝି ନ ଥିଲେ ଓ ବ୍ୟକ୍ତିଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହୋଇଥିଲେ […]
ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ। ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖକୁ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ। ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ଏହା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଧରିତ୍ରୀ ଦିବସ ପାଳନ କରାଯାଇଥାଏ। ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା। ଜେନେରାଲ୍ଡ ନେଲସନ୍ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଭାରତ ସମେତ ୧୯୨ଟି ଦେଶରେ ପାଳନ କରାଯାଉଛି। ପୃଥିବୀରେ ଦ୍ରୁତ ଗତିରେ […]
ନୂଆଦିଲ୍ଲୀ: ଶେଷରେ ଅନଶନ ଭାଙ୍ଗିଛନ୍ତି ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ୱାତୀ ମାଲିଓ୍ୱାଲ। ଉନ୍ନାଓ ଓ କାଠୁଆ ଗଣଦୁଷ୍କର୍ମ ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ସଂଶୋଧନ ଦାବି ନେଇ ଦିଲ୍ଲୀ ରାଜଘାଟରେ ଗତ ୧୦ ଦିନ ଧରି ଆମରଣ ଅନଶନରେ ବସିଥିଲେ ସ୍ୱାତୀ। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଇନରେ ସଂଶୋଧନ ପରେ ରବିବାର ଅପରାହ୍ନ ୨ଟାରେ ସ୍ୱାତୀ ତାଙ୍କର ଅନଶନ ଭାଙ୍ଗିଛନ୍ତି। ଏଥିସହିତ ତାଙ୍କର ଅନଶନକୁ ସମର୍ଥନ ଜଣାଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ନୂଆଦିଲ୍ଲୀ: ବିଭିନ୍ନ ଦୁଷ୍କର୍ମକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଉଥିବା ବେଳେ ପୀଡ଼ିତାଙ୍କ ପରିବାରଙ୍କ କଟା ଘାରେ ଚୂନ ଲଗାଇଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର। ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଷ୍କର୍ମକୁ ବନ୍ଦ କରିହେବ ନାହିଁ। ଏତେ ବଡ଼ ଦେଶରେ ଏପରି ଗୋଟିଏ ଦୁଇଟି ଦୁଷ୍କର୍ମକୁ ନେଇ ହଙ୍ଗାମା କରିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। […]
କଟକ : ଝଡ ବାତ୍ୟା ଫୋନିର ପ୍ରଭାବରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଆଗ୍ରାହାଟ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଚାଳ ଛପର ଉଡିଯାଇଥିବା ବେଳେ ଏବେ ଖୋଲା ଆକାଶ ତଳେ ଲୋକେ ରହିଛନ୍ତି। ଭରାଣ୍ଡି ଗ୍ରାମରେ ଭୋକ ଉପାସରେ ରହିଛନ୍ତି। ବାତ୍ୟା ପ୍ରଭାବିତଙ୍କୁ ଆଶ୍ରୟସ୍ଥଳକୁ ବି ନିଆଯାଇନାହିଁ। ରନ୍ଧା ଖାଦ୍ୟତ ଦୂରରେ ଥାଉ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ହାତୀ ଉପଦ୍ରବରେ ୧୦ ଦିନ ଭିତରେ ୬ଜଣଙ୍କ ଜୀବନ ଗଲାଣି। ଗତକାଲି ସଦର ରେଞ୍ଜରେ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। କାଉଁରିଆପାଳ, ବଉଳପୁର, ବାଙ୍ଗୁରିସିଂ, ଚାଉଳିଆ ଆଦି ଗାଁର ଲୋକମାନେ ହାତୀ ଭୟରେ ଘରୁ ପଦାକୁ ବାହାରୁ ନାହାଁନ୍ତି। ଏବେବି ଏହିସବୁ ଗାଁକୁ ୧୦୦ରୁ ଅଧିକ ହାତୀ ଘେରି ରହିଛନ୍ତି। ଏହି ହାତୀମାନଙ୍କ ମଧ୍ୟରୁ ଗୋଟିଏ ହାତୀ […]
ଭୁବନେଶ୍ୱର: ସାଲେପୁର, ପାଟକୁରାରେ ଦୁଇ ଜଣ ଶିଶୁଙ୍କୁ ଦୁଷ୍କର୍ମ ଖବର ତାଙ୍କୁ ବ୍ୟଥିତ କରିଛି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଗତ ସପ୍ତାହକ ମଧ୍ୟରେ ଓଡ଼ିଶାରେ ଏହି ଭଳି ୪ଟି ଘଟଣା ଘଟିଛି। ଏଭଳି କୁତ୍ସିତ ଘଟଣା ବଢ଼ି ଚାଲିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସେ ବହୁବାର କହି ଆସୁଛନ୍ତି। ଏଥିପାଇଁ ସେ ଶରବ୍ୟ ହୋଇ ଆସୁଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ।
କୋରାପୁଟ: ନୂଆ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ କୋରାପୁଟର ବରିଷ୍ଠ କଂଗ୍ରେସ ନେତା ଶିବପ୍ରସାଦ ପଟ୍ଟନାୟକ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ପୂର୍ବରୁ କୋରାପୁଟ ଜିଲ୍ଲାର କଂଗ୍ରେସ ସଭାପତି ଥିଲେ। ଦଳ ସଜାଡ଼ିବା ଲାଗି ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡରେ ଗୁରୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳ ଛାଡ଼ିଛନ୍ତି ବରିଷ୍ଟ ନେତା ଶିବପ୍ରସାଦ। ୪ଟି କାରଣ ପାଇଁ ସେ ଦଳ ଛାଡ଼ିଥିବା କହିଛନ୍ତି। କଂଗ୍ରେସର ବ୍ରିଟିଶ ଶାସନ ଚାଲିବା ସହ ଦଳର […]
କେନ୍ଦ୍ରାପଡ଼ା: ମହାକାଳପଡ଼ା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୨୦ତାରିଖରେ ନାବାଳିକା ଜଣକ ପାଖ ଗାଁ’କୁ ହନୁମାନ ଯଜ୍ଞ ଦେଖିବାକୁ ଯାଇଥିଲେ। ନାବାଳିକା ଜଣକୁ ଏକୁଟିଆ ପାଇ ଜଣେ ୧୪ ବର୍ଷର ନାବାଳକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣାକୁ ଗାଁରେ ସମାଧାନ କରିବା […]
କଟକ: ସାଲେପୁରରେ ସ୍କୁଲ ବାରଣ୍ଡାରୁ ୬ ବର୍ଷର ଶିଶୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଅଞ୍ଚଳର ଏମ୍. ଡି. ମୁସ୍ତାଫା ଅଭିଯୁକ୍ତଙ୍କ ବିରୋଧରେ ୩୭୬, I(M), ୩୦୭, ପୋକ୍ସୋ ଦଫା ଲାଗିଛି। ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାକୁ ପ୍ରଥମେ ସାଲେପୁର ଓ ପରେ କଟକ […]
ନୂଆଦିଲ୍ଲୀ: ଗୁଜରାଟର ୪ ଜଣ ଆଳୁ ଚାଷୀଙ୍କ ନାମରେ ପେପ୍ସିକୋ କରିଥିବା ମାମଲା ଉଠାଇଦେଇଥିବା ସୂଚନା ମିଳିଛି। ଏହି କମ୍ପାନୀର ମୁଖପାତ୍ର କହିଛନ୍ତି, ସରକାରଙ୍କ ସହିତ ଆଲୋଚନା ପରେ ପେପ୍ସିକୋ ଏହି ନିଷ୍ପତ୍ତି ନେଇଛି। ଏହି ଚାଷୀମାନେ ଏଫ୍ସି-୫ ପ୍ରଜାତିର ଆଳୁ ଚାଷ କରୁଥିବା ନେଇ ପେପ୍ସିକୋ ମାମଲା କରିଥିଲା। ଏହି ସ୍ୱତନ୍ତ୍ର ପ୍ରଜାତିର ଆଳୁ ‘ଲେ’ଜ୍ ଚିପ୍ସ’ ପାଇଁ ଆବଶ୍ୟକ ହୁଏ, ଯାହାକି ପେପ୍ସିକୋ ନିଜେ ବିକଶିତ କରିଥିବା ଦାବି କରିଆସୁଛି। ଏଥିରେ ଥିବା କମ୍ […]
ଭୁବନେଶ୍ୱର: ମହାନଦୀକୁ ନେଇ ରବିବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମହାସମ୍ମିଳନୀର ଆୟୋଜନ କରିଛି ବିଜେଡି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ମହାନଦୀ ଶୁଖିଯାଉଥିବା ନେଇ ବିଜେପି ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପିକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ବିଜେପି ସରକାର ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କରିଛନ୍ତି। ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଶି ଏପରି କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମହାନଦୀକୁ ବଞ୍ଚାଇବା ଲାଗି ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ। ଛତିଶଗଡ଼ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ରାଜ୍ୟର ଗଡ଼ଚିରୋଲି ଜିଲ୍ଲା ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ସୁରକ୍ଷାବାହିନୀର ଏନ୍କାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଟାପଲ୍ଲୀ ବୋରିଆ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ଏଥିରେ କିଛି ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମହାରାଷ୍ଟ୍ର ପୋଲିସ୍ ଓ C 60 କମାଣ୍ଡରଙ୍କ ମିଳିତ ଉଦ୍ୟମରେ ଏହି ଅପରେସନ ହୋଇଥିଲା। ଦିନ ୧୧ଟା ବେଳେ ଏହି […]
ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍ ବୟସର ନାବାଳିକା ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ଼୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେନ୍ସ ଆଇନ୍ରେ ପରିବର୍ତ୍ତନ ସଂପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା। ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଥିଲା। ଅଧ୍ୟାଦେଶ ଅନୁସାରେ […]
ଭବାନୀପାଟଣା: ଅପହରଣରୁ ଦୁଇ ଦିନ ପରେ ମୁକ୍ତ କଲେ ମାଓବାଦୀ। କଳାହାଣ୍ଡି ବିଜେପୁର ଥାନା ତ୍ରିଲୋଚନପୁରରୁ ଜଣେ ଗ୍ରାମରକ୍ଷୀଙ୍କ ସମେତ ୩ ଜଣଙ୍କୁ ଗତ ଶୁକ୍ରବାର ଉଠାଇ ନେଇଥିଲେ ମାଓବାଦୀ। ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଓ ରାଜୁ ନାଏକଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ଜଙ୍ଗଲରେ ଦୁଇ ଦିନ ରଖିବା ପରେ ଆଜି ୪ ଜଣଙ୍କୁ ଛାଡିଦେଇଛନ୍ତି। ତେବେ ଏମାନଙ୍କୁ କ’ଣ […]
ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା […]
ଭୁବନେଶ୍ୱର: ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଠିବ ଉଚ୍ଚ ଜୁଆର। ପ୍ରାୟ ୨ରୁ ୩ ମିଟର ଉଚ୍ଚର ଜୁଆର ଉଠିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। […]
ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା। ଏହି ଘଟଣାରେ ଜଣେ ଅଧ୍ୟାପକଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ୍। ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଆଜି ସକାଳୁ ମେହେରପଡ଼ାସ୍ଥିତ ଘରୁ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଉଠାଇ ଆଣି ପଚାରାଉଚରା କରୁଛି ତଦନ୍ତକାରୀ ଟିମ୍। ଅଧ୍ୟାପକଙ୍କ ସହ ଆଉ ୩ରୁ ୪ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚୁରା କରୁଥିବା ନେଇ ସୂଚନା ମିଳିଛି। ଗତ ଫେବୃୟାରୀ […]