/odishatv-khabar/media/media_files/2025/11/30/nilagiri-school-issue-2025-11-30-10-39-08.jpg)
Nilagiri-School-Issue Photograph: (OTV)
କେବେ ପିଲାଙ୍କ ହାତରେ ଝାଡୁ ତ କେବେ ଶିକ୍ଷୟତ୍ରୀଙ୍କ ହାତରେ ଅଳିଆ। ପ୍ରାଥମିକ ସ୍କୁଲ ସଫେଇ କାହା ଦାୟିତ୍ୱ ତାକୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ନ ଥିବା ବେଳେ ଏସବୁ ଭିତରେ କିନ୍ତୁ ସ୍କୁଲରେ ପାଠ ପଢାରେ ହିଁ ବ୍ୟାଘତ ସୃଷ୍ଟି ହେବା ସାର ହୋଇଛି।
ଶିକ୍ଷୟତ୍ରୀ ଛିଡା ହୋଇଥିବା ବେଳେ କୁନିକୁନି ପିଲାଏ ଝାଡୁ ମାରିବା ସହ ସଫେଇ କରୁଥିବାର ଦେଖାଦେଇଛି। ନିଜ ପିଲାଙ୍କୁ ବସ୍ତାନି ଧରାଇ ସ୍କୁଲ ପଠାଉଥିବା ଅଭିଭାବକ ଯେତେବେଳେ ପିଲାଙ୍କ ହାତରେ ଝାଡୁ ଦେଖିବେ ତାହା ଅଭିଭାବକଙ୍କ ମନକୁ ବିଚଳିତ କରିବା ସ୍ୱାଭାବିକ। ଏମିତି କିଛି ଘଟଣା ଓ ଭିଡିଓ ସାମ୍ନାକୁ ଆସିବା ପରେ ଅଭିଭାବକ ପ୍ରତିବାଦ କରିଥିଲେ।
ଛାତ୍ରଛାତ୍ରୀଙ୍କ ଆଗରେ ଚକ ଡଷ୍ଟର ଧରିବା ବଦଳରେ ଝାଡୁ ଧରି ସଫେଇ କରୁଛନ୍ତି ସ୍କୁଲ ଶିକ୍ଷୟିତ୍ରୀ। ଏ ଘଟଣା ହେଉଛି ନୀଳଗିରି ବ୍ଲକ କାଂଶ ପ୍ରାଥମିକ ବିଦ୍ୟାଳୟର।
ଏ ସମସ୍ୟା କେବଳ ଏଇ ଗୋଟିଏ ସ୍କୁଲରେ ନୁହେଁ, ଅନେକ ବିଦ୍ୟାଳୟରେ ଏଭଳି ସଫେଇକୁ ନେଇ ଟେନସନ ଲାଗିରହିଛି। ପ୍ରାଥମିକ ସ୍କୁଲରେ ସଫେଇ କରିବ କିଏ ତାହା ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ବି ନାହିଁ। ତେବେ ପୂର୍ବରୁ ସଫେଇ କାର୍ଯ୍ୟରେ ପିଲାଙ୍କୁ ଲଗାଇବାରୁ ଅଭିଭାବକଙ୍କ ପ୍ରତିବାଦ ପରେ ନିଜକୁ ଝାଡୁ ଧରିବାକୁ ପଡୁଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି।
ତେବେ ଅଭିଭାବକ ଅଭିଯୋଗ ଠିକ୍। କିନ୍ତୁ ସରକାର ପିଅନ କିମ୍ବା ସ୍କୁଲ ପାଚିକାଙ୍କ ଦରମା ବୃଦ୍ଧି କରାଇ ତାଙ୍କୁ ଏ ସଫେଇ ଦାୟିତ୍ୱ ନ୍ୟସ୍ତ କରାଗଲେ ଉଚିତ ବୋଲି ପୁରାତନ ଛାତ୍ର ମତ ରଖିଛନ୍ତି।
ତେବେ ସ୍କୁଲ ସଫେଇ କିଏ କରିବ, ସେନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ନ ଥିବା ବେଳେ ପିଅନର ପ୍ରାବଧାନ ବି ନାହିଁ। ମିଳିମିଶି କରାଗଲେ ଗ୍ରହଣୀୟ ସହ ପିଲାଙ୍କୁ କାମରେ ଲଗାଇଥିବା ଘଟଣା ତଦନ୍ତ ହେବ ବୋଲି ନୀଳଗିରି ABO କହିଛନ୍ତି।
Cyclone Ditwah Intensifies: ଭାରତ ମୁହାଁ ବାତ୍ୟା ଡିଟୱା: ଆଜି ସନ୍ଧ୍ୟା ଭିତରେ ଲାଣ୍ଡଫଲ୍

Smoke Scare at Paradip Port: ପାରାଦୀପ ବନ୍ଦରରେ ଅଘଟଣ: ଜାହାଜରେ ଲାଗିଲା ନିଆଁ

Paddy Procurement Chaos: ସରୁନି ମଣ୍ଡି ଦୁର୍ଦ୍ଦଶା: ଖରିଫ ଧାନ କିଣା ପ୍ରକ୍ରିୟା ଏବେ ବି ବ୍ୟବସ୍ଥିତ ହୋଇପାରିନି

India vs South Africa: ପୁଣି ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ, ବାଦ୍ ପଡ଼ିଲେ ଶୁଭମନ ଗିଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)