ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୮୦ ହଜାର ୭ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଜିମରେ ପାୱାରଲିଫ୍ଟିଂ ପ୍ରାକ୍ଟିସ ବେଳେ ବେକରେ ଖସିପଡିଲା ୨୭୦ କେଜିର ରଡ୍ । ଅଘଟଣରେ ଗୋଲ୍ଡ ମେଡାଲିଷ୍ଟ ଆଥଲେଟ୍ ମୃତ ।
ଦିଲ୍ଲୀର ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଦିନ ପ୍ରାୟ ୧୧ଟାରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ପରବେଶ ବର୍ମା ଏବଂ ନବଗଠିତ କ୍ୟାବିନେଟ୍ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ।
‘IAS ପରୀକ୍ଷା ପରି ଦେଶରେ IJS ଆସିବା ଜରୁରୀ।‘ ଓଟିଭି ଫୋରସାଇଟରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା। ବୁଧବାର ବିଜେପି ବିଧାୟକ ଦଳର ବୈଠକ ପରେ ରେଖାଙ୍କ ନାମରେ ମୋହର ଲାଗିଛି। ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହା ସହିତ ସେ ଚତୁର୍ଥ ମହିଳା ଭାବରେ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହିନ୍ଦୁ ବିରୋଧୀ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭକୁ ସେ ମୃତ୍ୟୁ କୁମ୍ଭ ବଲି କହିବାକୁ ପଛାଇ ନାହାନ୍ତି। ମମତାଙ୍କ ଏଭଳି ବୟାନକୁ ସମସ୍ତେ ନିନ୍ଦା କରିଛନ୍ତି। ନିୟମିତ ଭାବରେ ହିନ୍ଦୁ ଧର୍ମ ଓ ପୂଜା ପର୍ବାଣୀ ବିପକ୍ଷରେ ମତ ଦେଉଥିବା ମମତାଙ୍କ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି ମହାମଣ୍ଡଳେଶ୍ବର ଇଶ୍ବର ଦାସ ମହାରାଜ।
ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ବିଜେପି । ବିଧାୟକ ଦଳ ବୈଠକରେ ସିଏମ୍ ନାଁରେ ବାଜିବ ମୋହର । ଆସନ୍ତାକାଲି ରାମଲୀଳା ମୈଦାନରେ ଆୟୋଜିତ ହେବ ଶପଥ ସମାରୋହ ।
ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ। ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି। ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ। ସହି ପାରିନଥିଲେ ସଉତୁଣୀକୁ।
ଗୁଜୁରାଟ ରାଜକୋଟରେ ଲଜ୍ଜାଜନକ ଘଟଣା । ଗାଇନାକୋଲୋଜିକାଲ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ଭିଡିଓ ଭାଇରାଲ ।
ଯୌତୁକରେ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ ଶ୍ୱଶୁର ଘର । ସବୁତକ ଟଙ୍କା ଫେରାଇ ସମାଜରେ ଉଦାହରଣ ସୃଷ୍ଟି କରିଦେଲେ ଯୁବକ । ରାଜସ୍ଥାନ ଜୈସାଲମିରର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ ।
ବିହାରର ପୂର୍ଣ୍ଣଆ ଅଞ୍ଚଳ। ଏଠାକାର ଜଣେ ବ୍ୟକ୍ତି ଘରେ ପ୍ରଥମ ସ୍ତ୍ରୀ ଥାଉ ଥାଉ କରିଥିଲେ ଦ୍ୱିତୀୟ ବିବାହ। ସାତ ବର୍ଷ ପୂର୍ବେ ପୁଣି ବେଦିରେ ବସି ପକାଇଥିଲେ ହାତ ଗଣ୍ଠି। ଏହା ଜାଣିବା ପରେ ଚିହିଁକି ଉଠିଥିଲେ ପ୍ରଥମ ସ୍ତ୍ରୀ। ସହି ପାରିନଥିଲେ ସଉତୁଣୀକୁ।
ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ଜ୍ଞାନେଶ କୁମାର । ୧୯୮୮ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଜ୍ଞାନେଶ କୁମାର ।
ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ।
ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ନାଚ ଗୀତରେ ଲାଗି ଯାଇଥିଲା ଫୁଲ ଷ୍ଟପ୍। ମାଡ଼ି ଆସିଲା ଦୁଃଖର କଳାବାଦଳ। ଡିଜେ ଶବ୍ଦ ବଦଳରେ ଶୁଣିବାକୁ ମିଳିଥିଲା ଚିତ୍କାର। କନିଆଁ ଦୂଆରେ ପହଞ୍ଚିବା ପରେ ଟଳିପଡିଥିଲେ ଘୋଡା ଉପରେ ବସି ଥିବା ବର। ସାତ ଫେରା ନେବା ପୂର୍ବରୁ ଉଠିଲା କୋକେଇ।
ରାଜଧାନୀ ଦିଲ୍ଲୀର ଏନ୍ସିଆର୍ ସମେତ ସମଗ୍ର ଉତ୍ତର ଭାରତରେ ସୋମବାର ସକାଳେ ଅନୁଭୂତ ହୋଇଛି ଭୂମିକମ୍ପ। ଭୋର ୫.୩୬ ମିନିଟ୍ରେ ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୦ ଥିଲା।
ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି। କେଉଁ କାରଣରୁ ହେଲା ଏତେବଡ ଅଘଟଣ? କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା ।
ପୁଅକୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଭସାଇଦେଲା ମାଆ । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଏହା ପଛର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
୧୯୮୧ ମସିହାରୁ ନୂଆଦିଲ୍ଲୀ ଷ୍ଟେସନରେ କୁଲି କାମ କରୁଛି। ତେବେ ଷ୍ଟେସନରେ ଏତେ ଭିଡ଼ କେବେ ଦେଖି ନାହିଁ। ଦଳଚକଟା ପରେ ଷ୍ଟେସନରେ ଲୋକମାନଙ୍କ କପଡ଼ା ଓ ଜୋତା ଚାରିଆଡେ ପଡ଼ିଥିଲା। ମୁଁ ଓ ମୋ କୁଲି ଭାଇମାନେ ୧୫ଟି ମୃତଦେହ ବାହାର କରିଥିଲୁ ।
କେମିତି ହେଲା ଏତେ ବଡ଼ ଦଳାଚକଟା ? କେଉଁ ପରିସ୍ଥିତିରେ ହେଲା ଏତେ ବଡ଼ ଦୁର୍ଘଟଣା ? ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏବେ ବଡ଼ ସୂଚନା ମିଳିଛି।
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ସୂଚନା ଦେଲେ ।
ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଅଘଟଣରେ ଗଭୀର ଶୋକପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପରିବାର ପ୍ରତି ଜଣାଇଲେ ସମବେଦନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନୂଆଦିଲ୍ଲୀ ରେଳଷ୍ଟେସନ ଅଘଟଣର ଛାତିଥରା ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ । କହିଲେ, ହଠାତ୍ କୁଆଡୁ ଏତେ ଯାତ୍ରୀ ମାଡିଆସିଲେ ଏବଂ କିପରି ପ୍ଲାଟଫର୍ମରେ ଦଳାଚକଟା ଘଟିଲା ।