ଚାରିମାସ ତଳେ ୭୫୦ ଶଯ୍ୟ ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ ।
ଚାଲିଛି ବେତ ତିଆରି। ବିଭିନ୍ନ ଘରକରଣା ଜିନିଷ ତିଆରିରେ ନିମଗ୍ନ ଅଛନ୍ତି ୧୫ଜଣ ସ୍ୱାବଲମ୍ୱୀ ମହିଳା। ନିଜେ ରୋଜଗାର କରିବା ସହ ପରିବାର ପ୍ରତିପୋଷଣର ନାୟିକା ସାଜିଛନ୍ତି ଏମାନେ ।
ଲାଭ ଦାୟକ ଫସଲ କାଜୁରୁ ମୁହଁ ମୋଡିଲେଣି ଚାଷୀ। ଚାଷୀଙ୍କ ଅଭିଯୋଗ ହେଲା କାଜୁ ଫସଲର ଉଚିତ ମୂଲ୍ୟ ମିଳୁନାହିଁ ।
ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।
ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ ।
ନିକଟରେ ୟୁନିଟ୍-୩ ମସଜିଦ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ଟିଭ ଓ ଆକ୍ସନ ମୁଡକୁ ଆସିଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।
କୁନ୍ତଳା ହାଇକୋର୍ଟରେ ପହଞ୍ଚିଥିଲେ ବି ନିଜକୁ ପାଠ ପଢୁଆ ସାବ୍ୟସ୍ଥ କରିପାରିନଥିଲେ।
ମୁହଁ ଫେରାଇ ନେଇଛନ୍ତି ଅଲିଭ ରିଡଲେ । ଖୁବ୍ କମ୍ ସଂଖ୍ୟାରେ ଆସିଛନ୍ତି । ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ କାରଣ ହୋଇ ଥାଇପାରେ ।
ମେ’ ୧୪ରେ କଳାହାଣ୍ଡି ଜିଲ୍ଳାପାଳଙ୍କୁ ଯୋଗାଣ ନିଗମର MD ଶୁଭମ୍ ସକ୍ସେନା ଲେଖିଛନ୍ତି, କୋରାପୁଟରୁ କଳାହାଣ୍ଡି ଜିଲ୍ଲାର ମିଲର୍ ରବି ଧାନ ସଂଗ୍ରହ କରିବେ ।
ଏଣେ ରାଜ୍ୟର ବଡ଼ ପରିବା ମଣ୍ଡି ଭୁବନେଶ୍ୱରର ୧ ନମ୍ବର ହାଟ ହେଉକି କଟକର ଛତ୍ରବଜାର ଅବା ବାଲେଶ୍ୱରର ନୂଆ ବଜାର ସବୁଠି ଦର ଉଣା-ଅଧିକେ ପ୍ରାୟ ସମାନ ।
ତାଙ୍କ ବୟସ ୧୨୭ ହେଲେ ଶରୀରରେ ଜୋସ୍ ୧୭ ବର୍ଷର। ଶରୀର ସିନା ବୁଢ଼ା ହୋଇଗଲାଣି କିନ୍ତୁ ମନ ଏବେବି ରହିଛି ଯବାନ। ଏ ବୟସରେ ସେ କରୁଥିବା ଯୋଗାସନ କରିବା ଜଣେ ଯୁବକ ପାଇଁ କାଠିକର ପାଠ ।
ବଡ଼ ଦେଉଳର ଚାରିଦ୍ବାର ଖୋଲାଯିବା ପରେ, ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼। ରଜଛୁଟି ବି ବଢ଼ାଇଛି ଭକ୍ତ ସମାଗମ। ଶ୍ରୀମନ୍ଦିର ବାହାର ଅପେକ୍ଷା, ଭିତରେ ଦର୍ଶନ ବେଳେ ଅଧିକ ଅବ୍ୟବସ୍ଥା ଦେଖାଦେଉଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏବଂ ଆଗକୁ ଏହା ଅଧିକ ସୁଚାରୁ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ।
ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ । ୧୦ ଦିନରେ ପାଞ୍ଚ ପାଞ୍ଚ ଜଣ ଶିଶୁଙ୍କ ପ୍ରାଣହାନୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗ୍ରାଉଣ୍ଡ ଜିରୋରେ ଏବେ ଡାକ୍ତର ଏବଂ ବିଶେଷଜ୍ଞ ଟିମ୍ ।
ଦାଦନମୁକ୍ତ ଓଡ଼ିଶା। ପେଟ ଓ ପାଟକୁ ପାଣି। ପ୍ରାକୃତିକ ସଂପଦର ସୁବିନିଯୋଗ। ନୂଆ ପିଢ଼ିର ଶିଳ୍ପ ସ୍ଥାପନ। ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍।
ସୁଆଣ୍ଡୋରେ ପହଞ୍ଚିବା ପରେ ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଭଲମନ୍ଦ ବୁଝିବା ସହ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଲେ ।
ଯାହାକୁ ଏ ଆଖି ଦେଖିବାକୁ ଚାହୁଁଥିଲା, ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆସି ପହଞ୍ଚିଛି। ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର ।
ହାତୀକୁ ଜନବସତି ଆଡେ ଆସିବାପାଇଁ ରୋକିବାକୁ ନିଆରା ଏଇ ପ୍ରୟାସ। ଗଭୀର ଜଙ୍ଗଲକୁ ଫିଙ୍ଗାଯାଉଛି ବାଉଁଶ ବଲ। ଆପଣ ଭାବୁଥିବେ ମାଟିରେ ତିଆରି ଏଇ ଛୋଟ ବଲ କ’ଣ ବିଶାଳ ହାତୀଙ୍କୁ ରୋକିପାରିବ? ଏହି ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ ।
ଓଡ଼ିଶାରୁ ଅମ୍ୱାନୀଙ୍କ ଘରକୁ ଯିବ ତାଳଗଛ। ସିଧାସଳଖ ନୀତା ଅମ୍ୱାନୀଙ୍କ ବାସଭବନରେ ହୁଏତ ଏ ଗଛ ସୌନ୍ଦର୍ଯ୍ୟ ବଢାଇବ। ଆଉ ଏଥିପାଇଁ ଅର୍ଡର ବି ଆସିଯାଇଛି। ଦର୍ଶକବନ୍ଧୁ ଆପଣ ଭାବୁଥିବେ ଏଡେ ଏଡେ ତାଳଗଛ ଅମ୍ବାନିଙ୍କ ବେଡରୁମରେ ଆଡଜଷ୍ଟ ହେବ କେମିତି ? ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ ।
ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା ? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ ?
୫ ବର୍ଷ ତଳେ ଗାଲରେ ବାହାରିଥିବା ଆବୁଟି ବଢି ଚାଲିଛି। ସେ ଖାଇପାରୁ ନାହାନ୍ତି କି ଶୋଇପାରୁ ନାହାନ୍ତି। କେମିତି ଚଳିବ ସଂସାର ?
କାଳିଆ ପାଇଁ ଚାଲିଛି ତୁଳସୀ ଓ ପଦ୍ମ ଚାଷ। ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ। ଦିନେ ଘାସବୁଦାରେ ପରିପୁର୍ଣ୍ଣ ଥିବା ସ୍ଥାନଟି ଆଜି ପାଲଟିଛି ତୁଳସୀ ଉଦ୍ୟାନ। କେବଳ ସେତିକି ନୁହଁ ପଦ୍ମ ଫୁଲରେ ପରିପୁର୍ଣ୍ଣ ହୋଇଛି ପୁଷ୍କରିଣୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ତୁଳସୀ ଏବଂ ପଦ୍ମ ଚାଷ।
କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ। ଗର୍ଭ ଯନ୍ତ୍ରଣା ଭିତରେ ଗୋବିନ୍ଦଙ୍କ ନାଁ ଧରି, ଜୀବନର ସର୍ବଶ୍ରେଷ୍ଠ ସୁଖକୁ ସ୍ୱାଗତ କରୁଛନ୍ତି ପ୍ରସୂତି। ବାସ୍ ଏବେ ଆଉ କିଛି କହିବାର ନାହିଁ, ଦେଖନ୍ତୁ ଏହି ଭିଡ଼ିଓ।
ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦୀନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ ପରିଚିତ ହୋଇଛନ୍ତି ।
ବଡଦେଉଳକୁ ସିଧାସଳଖ ଫୋକସ ଲାଇଟ୍ରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ। ଯାହାଫଳରେ ଅନ୍ଧାରରେ ବଡଦେଉଳ !