• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jj
ଓଡ଼ିଶାରେ କରୋନା ଭୟ: ରକ୍ଷା ପାଇବାର ଏହି ଉପାୟ

ନୂଆଦିଲ୍ଲୀ: ଚାଇନାରୁ ଉତ୍ପତ୍ତି ହୋଇଥିବା ପ୍ରାଣଘାତୀ କରୋନା(କୋଭିଡ୍-୧୯) ସାରା ବିଶ୍ୱରେ ଆତଙ୍କ ଖେଳାଉଛି। କରୋନା ସଂକ୍ରମଣରେ ୩ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ୯୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଚାଇନା, ଇରାନ୍ ପରେ ଏବେ ଭାରତରେ ମଧ୍ୟ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ୬ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଭାରତ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ‌ଅପରପକ୍ଷରେ ଓଡିଶାରେ ମଧ୍ୟ କରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇଛି। […]

  • Saturday, 24 July 2021
principal2
ସ୍କୁଲ ଅଧ୍ୟକ୍ଷଙ୍କ ଅଶୋଭନୀୟ ଆଚରଣ: ଛାତ୍ରୀଙ୍କ ସହ ଏମିତି କରୁଥିଲେ

ଚାନ୍ଦବାଲି(ବାସୁଦେବ ଦାସ): ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ କରି ବନ୍ଧାହେଲେ ରସିକିଆ ଅଧ୍ୟକ୍ଷ। ଏପରିକି ଛାତ୍ରୀଙ୍କୁ ଫୋନ୍‌ କରି ଆହୁରି ଖରାପ କଥା ହେଉଥିଲେ ସ୍କୁଲ ଅଧ୍ୟକ୍ଷ। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  “….. ତୁମକୁ ମୁଁ ବହୁତ ମିସ୍‌ କରୁଛି। ଯାହା ଭାଷାରେ କହିପାରିବି ନାହିଁ। ଆଜି କେହି ନାହାନ୍ତି, ତୁମେ ଚାଲି ଆସ। ମୋ’ ସ୍ତ୍ରୀ ଯେତିକି ମନେ ନପକାଉଛି, ତାହାଠାରୁ ଅଧିକ ତୁମେ ମନେ ପଡୁଛ…।”  ତେବେ ଏସବୁ […]

  • Saturday, 24 July 2021
lopsdf
ଦୁଇ ଶିକ୍ଷକଙ୍କ ମଦପିଆ ଭିଡିଓ ଭାଇରାଲ୍: ତାତିଲେ ଲୋକେ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବକ୍ଲର ସିଆରସିସି ଦାୟିତ୍ୱରେ ଥିବା ୨ ଜଣ ଶିକ୍ଷକଙ୍କ କାର୍ଯ୍ୟ ସମୟରେ ମଦ ପିଉଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ମଦ ପିଉଥିବା ଶିକ୍ଷକ ଦୁଇଜଣଙ୍କ ନାଁ ମୃତ୍ୟୁଞ୍ଜୟ ସେନାପତି ଓ ନାରାୟଣ ଚାନ୍ଦ। ଉଭୟ ଡ୍ୟୁଟି ସମୟରେ ଥାଇ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ବାରରେ ବସି ମଦ ପିଉଥିବାରୁ ସେମାନଙ୍କ ବହିଷ୍କାର ଦାବି କରିଛନ୍ତି ନତକାଇ ପଞ୍ଚାୟତବାସୀ। ଏଭଳି ଘଟଣାକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି। ଏନେଇ କିଛି […]

  • Saturday, 24 July 2021
chiorir
ଅତିଥି ହୋଇ ଆସିଥିଲେ; ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିନେଲେ

ଭୁବନେଶ୍ୱର: ଲୁଟ୍‌ର ନୂଆ ତରିକା।  ଅତିଥି ହୋଇ ଆସି ବୁଲାଇଲେ କଳାକନା। ରାଜଧାନୀରେ ଭିଆଇପି ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ଏଭଳି ଲୁଟ୍ ହୋଇଛି। ବାହାଘରରେ ମିଳିଥିଲା ଟଙ୍କା ଓ ସୁନା। ଅତିଥି ବେଶରେ ଆସିଥିବା ଛଦ୍ମବେଶୀ ଲୁଟେରା ଗିଫ୍ଟ ପ୍ୟାକେଜ୍‌ରେ ଥିବା ପ୍ରାୟ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଥିବା ଥାନାରେ ଏତଲା […]

  • Saturday, 24 July 2021
mao
ଆତ୍ମସମର୍ପଣ କଲା ମାଓନେତା ଡି.ପ୍ରଶାନ୍ତ

ନୟାଗଡ: ପୋଲିସ ନିକଟରେ ଆତ୍ମସମର୍ପଣ କଲା ନୟାଗଡ଼ ଅସ୍ତ୍ରାଗାର ଲୁଟ ମାମଲାର ମାଷ୍ଟରମାଇଣ୍ଡ ତଥା ମାଓନେତା ସୋନୁ ଓରଫ ଡି.ପ୍ରଶାନ୍ତ ମିଡିଆମ। ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଓ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛି। ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ଥିଲା ପ୍ରଶାନ୍ତ ମିଡିଆମ। ସୋନୁ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଓଡ଼ିଶା ଓ ଛତିଶଗଡ଼ରେ ବହୁ ମାଓ ହିଂସାରେ ସେ […]

  • Saturday, 24 July 2021
lksa
କରୋନା ସନ୍ଦେହରେ ପାରାଦୀପରରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି

କଟକ: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ପାରାଦୀପର ଜାହାଜରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସଂକ୍ରମିତଙ୍କ ବଡ଼ ମେଡିକାଲର କରୋନା ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ। ସେଠାରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବାକୁ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୨ କର୍ମଚାରୀ ପତିପତ୍ନୀ ସେମାନଙ୍କର ଚିକିତ୍ସା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବାକୁ ଏସ୍‌ସିବି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ୨ ପତିପତ୍ନୀ ସିଙ୍ଗାପୁରରୁ ଆସି ପାରାଦୀପରେ ଲାଗିଥିବା […]

  • Saturday, 24 July 2021
fine bolangir
ପୋଲିସ କନଷ୍ଟେବଲଙ୍କୁ ହଜାରେ ଟଙ୍କା ଜୋରିମାନା

ବଲାଙ୍ଗିର: ବିନା ହେଲମେଟରେ ବାଇକ୍ ଚଳାଇବା ଜଣେ ପୋଲିସ କନଷ୍ଟେବଲଙ୍କୁ ମହଙ୍ଗା ପଡିଛି।  ହେଲମେଟ୍ ନପିନ୍ଧି ବାଇକ୍ ଚଳାଉଥିବାରୁ ସଂପୃକ୍ତ ନଷ୍ଟେବଲଙ୍କୁ ୧ ହଜାର ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ହୋଇଥିବା ନେଇ ବଲାଙ୍ଗିର ଏସପି ସ୍ପଷ୍ଟ କରିଛନ୍ତି। ବିନା ହେଲମେଟରେ ବାଇକ ଚଳାଉଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବଲାଙ୍ଗିର ଏସପି କନଷ୍ଟେବଲଙ୍କୁ ଫାଇନ କରାଯାଇଥିବା ନେଇ ଚାଲାଣ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫାଇନ ହୋଇଥିବା କନଷ୍ଟେବଲ ଜଣକ […]

  • Saturday, 24 July 2021
gh
୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ସେ ପ୍ରାୟ ୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହାପରେ ଭବାନୀ ଭବନ ପଡ଼ିଆରେ ଦଳୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି।   ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ହେଲା ଇବ୍ ନଦୀ କୂଳରେ ୮୫ କୋଟି ବ୍ୟୟରେ ରିଂରୋଡ, ଭୋଜପୁର ନିକଟରେ ଇବ୍ ନଦୀ ଉପରେ ୧୬ କୋଟି ବ୍ୟୟରେ ପୋଲ, ୨୨କୋଟି  […]

  • Saturday, 24 July 2021
lopd
ଓଟିଭିରେ ଖବର ପ୍ରସାରଣ ପରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ

ଭୁବନେଶ୍ୱର: ଓଟିଭି ପ୍ରଭାବ। ବେଙ୍ଗାଳୁରୁରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ। ନିର୍ଯାତନା ନେଇ ଓଟିଭିରେ ଖବର ପ୍ରସାରଣ ପରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଉଦ୍ୟମରୁ ଏହି ସମସ୍ତ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସେମାନେ ବଲାଙ୍ଗିରରେ ଆସି ପହଞ୍ଚିଛନ୍ତି। ଯୁବତୀମାନେ ବେଙ୍ଗାଳୁରୁରେ ଦୁଇଟି ବହୁରାଷ୍ଟ୍ରୀୟ କମ୍ପାନୀରେ ନିୟୋଜିତ ହୋଇଥିଲେ। ସେଠାରେ ତାଙ୍କୁ କାମ କରାଇବାକୁ ନେଇ ନିର୍ଯାତନା ଦିଆଯାଉଥିଲା। ଦିନକୁ ୧୨ରୁ ୧୪ ଘଣ୍ଟା କାମ କରାଯାଉଥିବା ଅଭିଯୋଗ କରିଥିଲେ […]

  • Saturday, 24 July 2021
ଲଗତୋହୀ ଲଗତବୋ
ପୁରୀକୁ ଭିକାରୀ ମୁକ୍ତ କରିବାକୁ ଆରମ୍ଭ ହେଲା ‘ସକ୍ଷମ ଯୋଜନା’

ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବାକୁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଛି। ପ୍ରଥମ ଡ୍ରାଇଭ୍‌ରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକ୍ଷୁକଙ୍କ କାଉନସେଲିଂ କରାଯିବ। ଏହାପରେ ସେମାନଙ୍କୁ ନିଳାଦ୍ରୀ ନିଳୟକୁ ପଠାଯିବ। ଏଥିଲାଗି କିଛି ସାମାଜିକ ଏବଂ ବେସରକାରୀ ସଂଗଠନକୁ ନିୟୋଜିତ କରାଯାଇଛି।  ‘ନୀଳାଦ୍ରି ନିଳୟ’ ଯୋଜନାରେ ଏହି ସମସ୍ତଙ୍କୁ ଥଇଥାନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ନୀଳାଦ୍ରି ନିୟୟରେ ୫୦ ଜଣ ଲେଖାଏଁ ମୋଟ ୩ଶହ ଜଣଙ୍କୁ ପୁନର୍ବାସ କରାଯିବ।

  • Saturday, 24 July 2021
corona
ରାଜ୍ୟ ସରକାରଙ୍କ କରୋନା ସତର୍କତା; ଏୟାରପୋର୍ଟ ଓ ହସ୍ପିଟାଲକୁ ଆଲର୍ଟ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ଡିଏମ୍ଇଟିଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସମସ୍ତ ଏୟାରପୋର୍ଟ ଓ ହସ୍ପିଟାଲକୁ ଆଲର୍ଟ କରାଯାଇଛି। ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍କ୍ରିନିଂରେ ସନ୍ଦେହ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଛି।

  • Saturday, 24 July 2021
rt
ଦାୟିତ୍ୱ ନେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା: ୧୩ ବର୍ଷ ହେଲା ବୈଠକ ଟିଏ ବି ହୋଇନି

ଭୁବନେଶ୍ୱର: ନୀତି ଆୟୋଗ ଢାଞ୍ଚାରେ ପୁନର୍ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ। ତେବେ ସଂଜୟ ଦାସବର୍ମାଙ୍କ ନିଯୁକ୍ତି ପରେ ପ୍ରଶ୍ନ, ସଚଳ ହେବ କି ଯୋଜନା ବୋର୍ଡ? ଗତ ୧୩ ବର୍ଷରେ ଥରୁଟିଏ ବି ବସି ନଥିବା ବୋର୍ଡର ବୈଠକ ଡାକିବେ କି ମୁଖ୍ୟମନ୍ତ୍ରୀ? ବିରୋଧୀଙ୍କ ଅଭିଯୋଗ, ବର୍ଷ ବର୍ଷ ଧରି ସରକାରଙ୍କ ଥଇଥାନ କେନ୍ଦ୍ର ପାଲଟିଥିବା ଯୋଜନା ବୋର୍ଡରେ ପୁଣି ରାଜନୈତିକ ନିଯୁକ୍ତି ଆରମ୍ଭ କରିଛନ୍ତି ସରକାର। ନୂଆ ଯୋଜନା ବୋର୍ଡ ଅଧ୍ୟକ୍ଷ ହେବା ପରେ […]

  • Saturday, 24 July 2021
dsf
କାଟୁ କରୁନି କଟକଣା: ଯିଏ ଯେମିତି ପାରିଲେ ଗାଡ଼ି ଚଳାଇଲେ, ଧରାପଡ଼ିଲେ ବାହାନା କଲେ

ଭୁବନେଶ୍ୱର: ଟ୍ରାଫିକ୍ ଆଇନ ଉଲଂଘନକାରୀଙ୍କ ବିରୋଧରେ ଆଜି ବି ହୋଇଛି ଜୋରଦାର ଧରପଗଡ଼। ପ୍ରଥମ ଦିନ ଅପେକ୍ଷା ଆଜି ଦ୍ୱିତୀୟ ଦିନରେ ଭଲ ରକମର ଜରିମାନା ଆଦାୟ କରିଛନ୍ତି ଟ୍ରାଫିକ୍ ପୋଲିସ୍ ଏବଂ ପରିବହନ ବିଭାଗ ଅଧିକାରୀ। ହେଲେ ଆଇନକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଆଜି ବି ଅଭ୍ୟାସଗତ ଉଲଂଘନକାରୀଙ୍କ ସଂଖ୍ୟା କମ୍ ନଥିଲା ତେବେ ଲୋକଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଯେତେ ଧରପଗଡ଼ ହେଉ, ଯେତେ […]

  • Saturday, 24 July 2021
looo
ପ୍ରେମରେ ବିଫଳ ହେବା ପରେ ପ୍ରେମିକା ଘରକୁ ଆସି ଏମିତି କାଣ୍ଡ ଘଟାଇଲା ବିଫଳ ପ୍ରେମିକ

ଯାଜପୁର: ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମ ନିବେଦନ କରି ବାରମ୍ବାର ଫେଲ୍ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛି ଏକ ତରଫା ଭଲ ପାଉଥିବା ଜଣେ ଯୁବକ। ଏହି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଣସରପୁର ଗାଁରୁ। ରାତିରେ ଘରେ ସମସ୍ତେ ଶୋଇଥିବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ଅଭିଯୁକ୍ତ ପପୁ ସୁନ୍ଦରାୟ। ଅଭିଯୋଗ ଅନୁସାରେ, ଯୁବତୀ ଜଣକ ଭୁବନେଶ୍ୱରରେ ଚାକିରି କରୁଥିଲେ। ସେଠାରେ ତାଙ୍କ ସହିତ କଟକ ଜିଲ୍ଲା […]

  • Saturday, 24 July 2021
puriii
ଏବେ ସାଙ୍ଗମାନଙ୍କୁ ଚିହ୍ନିପାରୁଛନ୍ତି ଶ୍ରୀଜିତ୍‌, କଥାବାର୍ତ୍ତା ବି କରୁଛନ୍ତି

ପୁରୀ: ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର ହୋଇଥିବା ଶ୍ରୀଜିତ ପାଢ଼ୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ସେ ଚିକିତ୍ସିତ ହେଉଛନ୍ତି। ସେଠାରେ ଶ୍ରୀଜିତଙ୍କୁ ଭେଟିଛନ୍ତି କଲେଜ ବେଳର କିଛି ସାଙ୍ଗ। ସାଙ୍ଗମାନଙ୍କ ସହ ବସି କଥାବାର୍ତ୍ତା ହେବାସହ ବିସ୍କୁଟ ମଧ୍ୟ ଖାଇଥିଲେ। କଲେଜ ବେଳର ସାଙ୍ଗମାନଙ୍କୁ ଚିହ୍ନିବା ସହ ଭଲରେ କଥାବାର୍ତ୍ତା କରିଥିଲେ। ପୂର୍ବାପେକ୍ଷା ତାଙ୍କର ହାବଭାବ ଓ ଚାଲିଚଳଣରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଠିକ୍ ସମୟରେ ଶ୍ରୀଜିତ ନିଜର […]

  • Saturday, 24 July 2021
shramik nirman
ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶର ପ୍ରତିଟି କ୍ଷେତ୍ରରେ ଶ୍ରମିକଙ୍କ ଅବଦାନ ରହିଛି। ରାସ୍ତା, ଅଙ୍ଗନବାଡି, ସେତୁ ଆଦି ନିର୍ମାଣରେ ଶ୍ରମିକଙ୍କ ତ୍ୟାଗ ରହିଛି। ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ସେମାନଙ୍କ କଲ୍ୟାଣ ଓ ସୁରକ୍ଷା ଆମର ଦାୟିତ୍ୱ ବୋଲି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଶ୍ରମିକ ଉନ୍ନତି ଲାଗି ବହୁ ପଦକ୍ଷେପ ନିଆଯାଆଉଛି। […]

  • Saturday, 24 July 2021
santosh
ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଚାମ୍ବର ରାଜ୍ୟ ସରକାରଙ୍କ ଥଇଥାନ କେନ୍ଦ୍ର: ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର : ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତି ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଯୋଜନା ବୋର୍ଡ ଏକ ସାଇନ୍ ବୋର୍ଡ ହୋଇ ରହିଯାଇଛି। ଉପାଧ୍ୟକ୍ଷଙ୍କୁ ସଚିବାଳୟରେ ଏକ ଚାମ୍ବର ଦିଆଯାଏ ଏବଂ କ୍ୟାବିନେଟ୍ ପାହ୍ୟା ଦିଆଯାଏ।  କିନ୍ତୁ ତାଙ୍କ ନିକଟକୁ କିଛି ଫାଇଲ ଆସେନାହିଁ କି ଯୋଜନା ବୋର୍ଡ ବାବଦକୁ ସେ କିଛି ଜାଣନ୍ତି ନାହିଁ। ଏଠାରେ ନା କେବେ ବୈଠକ ବସେ ନା ଉପାଧ୍ୟକ୍ଷ […]

  • Saturday, 24 July 2021
nveen
ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରିବ ବିଜେଡି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ କରିବ ବିଜେଡି। ଏଥିପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଠାରୁ ଆରମ୍ଭ କରି ଦଳୀୟ ନେତାଙ୍କୁ ସୂଚନା ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ଦନତା ଦଳ। ଏହାସହ ବିଜୁ ଜୟନ୍ତୀରୁ ତିରୋଧାନ ଦିବସ ଏପ୍ରିଲ ୧୭ ଯାଏଁ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଦ୍ୱାରା […]

  • Saturday, 24 July 2021
ti
ବେଧଡ଼କ ଚାଲିଛି କଇଁଛ ଚାଲାଣ: ଏତିକି ଟଙ୍କାରେ ବିକ୍ରି ହେଉଛି ମାଂସ

ମାଲକାନଗିରି: ମାଲକାନଗିରିରେ ବେଧଡ଼କ ଚାଲିଛି କଇଁଛ କାରବାର। କାଲିମେଳା ଅଂଚଳକୁ ଶହ ଶହ ସଂଖ୍ୟାରେ କଇଁଛ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଚାଲାଣ କରାଯାଉଛି। ଏଥିପାଇଁ ଏକ ଆନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।  କଇଁଛକୁ କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ସାବେରୀ ନଦୀ ପାର ହୋଇ ପଡ଼ିଆ ଦେଇ ଏହିସବୁ କଇଁଛ କାଲିମେଳାକୁ ଅଣାଯାଉଛି।  କାଲିମେଳା ଅଂଚଳର ବିଭିନ୍ନ ସାପ୍ତାହିକ ହାଟରେ ଏହି କଇଁଛ ସବୁ ବିକ୍ରି କରାଯାଉଛି। କଇଁଛ ମାଂସ କିଲୋ […]

  • Saturday, 24 July 2021
sura rout
ଅନ୍ୟ ରାଜ୍ୟରେ ଫାଇନ କମିଛି, ଓଡ଼ିଶାରେ ବି କମାଇବାକୁ ଦାବି କଲେ ସୁର ରାଉତରାୟ

ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହୋଇଛି। କିନ୍ତୁ ଏହି ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ ଅଭିଯୋଗ କରି କହିଛନ୍ତି ଯେ ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି। ଏବେ ମାଟ୍ରିକ ପରୀକ୍ଷା ଚାଲୁଛି ଆଉ କିଏ ହସ୍ପିଟାଲ ଯାଉଛି। କିନ୍ତୁ ଟ୍ରାଫିକ […]

  • Saturday, 24 July 2021
SKKD
ପୁଣି କାଳ ହେଲା ୧୧ କେଭି ବିଦ୍ୟୁତ୍‌ ତାର; ଚାଷୀ ମୃତ୍ୟୁ ପରେ ଏମିତି କଲେ ଉତ୍ତ୍ୟକ୍ତ ଗାଁ ଲୋକେ

ସୁବର୍ଣ୍ଣପୁର: ବାରମ୍ୱାର ବିଭିନ୍ନ ସ୍ଥାନରେ  ବିଦ୍ୟୁତ୍ ଆଘାତରେ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ପ୍ରଶାସନ ଓ ବିଦ୍ୟୁତ ବିଭାଗ ନିଦାବିଷ୍ଣୁ ସାଜିଛି। ନିକଟରେ ଗଞ୍ଜାମ ଗୋଳନ୍ଥରାରେ ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକାଧିକ ଜୀବନ ଯାଇଥିଲା ଏବେ ପୁଣି ବିଦ୍ୟୁତ୍ ତାର ଲାଗି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗିଧମାଲ ଗାଁର କୌଳାସ ଚନ୍ଦ୍ର ସାହୁ। ତାଙ୍କ ମୃତ୍ୟୁ ପରେ […]

  • Saturday, 24 July 2021