• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mask-s
ମାସ୍କ ନ ପିନ୍ଧିଲେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍

ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ। କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି କୁହାଯାଇଛି। ଏସବୁ ଭିତରେ ଆଜି ପ୍ରଥମ ଦିନରେ କିଛି ଅଭ୍ୟାସଗତ ଉଲଂଘନକାରୀ ସାମ୍ନାକୁ ଆସିଥିବାବେଳେ ଆଉ କିଛି ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି। ଗାଁ ହେଉ କି […]

  • Monday, 26 July 2021
subrat
ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୮ ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ. ହେଲେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ତାସହ ବାଗ୍‌ଚୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ଅଦ୍ୟାବଧି ୨୨୧୫ଟି ସାମ୍ପଲ ପରୀକ୍ଷା ହୋଇଛି। ସେଥିରୁ ୪୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ […]

  • Monday, 26 July 2021
rumesrs
ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଚେତାଇ ଦେଇଛନ୍ତି ପୋଲିସ ଡିଜି। ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

  • Monday, 26 July 2021
corona-virus-w
ଓଡ଼ିଶାରେ ବଢ଼ିଲା କରୋନା ରୋଗୀଙ୍କ ସଂଖ୍ୟା- ବମିଖାଲ୍‌ ପୁଣି ୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି। ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କଟକରେ […]

  • Monday, 26 July 2021
jio
ସୂର୍ଯ୍ୟନଗର ଅଞ୍ଚଳବାସୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ସୂର୍ଯ୍ୟନଗର ଅଞ୍ଚଳରୁ କୋରନା ସଂକ୍ରମିତ ଚିହ୍ନଟ ପରେ ପୂରା ସୂର୍ଯ୍ୟନଗର ଅଞ୍ଚଳବାସୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସୂର୍ଯ୍ୟନଗର କୌଣସି ବାସିନ୍ଦାକୁ ବାହାରକୁ ଛଡ଼ା ଯିବନି। ସେହିଭଳି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। ସଂପୃକ୍ତ ଅଞ୍ଚଳର ସମସ୍ତ ବାସିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ଘରେ ଥାଇ ପରିମଳ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଘରକୁ ଘର ବୁଲି ମୋବାଇଲ ଭ୍ୟାନ୍ […]

  • Monday, 26 July 2021
postal
ପୋଷ୍ଟ ଅଫିସ୍‌ରେ ଟଙ୍କା ଉଠାଇପାରିବେ ଅନ୍ୟ ବ୍ୟାଙ୍କ ଖାତାଧାରୀ

ଭୁବନେଶ୍ୱର: ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ ଥିବା ଆକାଉଣ୍ଟ୍ ହୋଲ୍‌ଡରମାନେ ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇବା ସହ ଅନ୍ୟ ସମସ୍ତ ସୁବିଧା […]

  • Monday, 26 July 2021
nijmaudiin
ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ଯାଇଥିଲେ ୧୩

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ ପଠାଯାଇଛି। ୧୦ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଏବଂ ଟାଙ୍ଗୀର ୩ ଜଣ ସେଠାରେ ଅଛନ୍ତି। ୯ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ଏବଂ ଜଣେ […]

  • Monday, 26 July 2021
ଲଗୋ
ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍‌ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ରାତି ପ୍ରାୟ ୯ଟା ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗି ଯାଇଥିଲା। […]

  • Monday, 26 July 2021
jagannath
ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ–ମିଲ୍‌ରେ କାଠ ଚିରଟ କରାଯିବା ପରମ୍ପରା ରହିଛି।   ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ […]

  • Monday, 26 July 2021
CORONA-TE
ହ୍ୱାଟ୍ସଆପ୍‌ରେ କରୋନା ସମ୍ପର୍କିତ ଏଭଳି ମେସେଜ୍‌ ଶେୟାର୍ କରୁଛନ୍ତି କି ? ସାବଧାନ !

ଭୁବନେଶ୍ୱର: କରୋନା ସମ୍ପର୍କିତ ଗୁଜବ ସୃଷ୍ଟିକାରୀଙ୍କୁ ଦେଶଦ୍ରୋହୀ କହିଲେ କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏଥିସହିତ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ବି ଦେଲେ। ଏଭଳି ସଂକଟ ସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଲୋକ ସମାଜ ଓ ରାଷ୍ଟ୍ରଦ୍ରୋହୀ ସହ ସମାନ ବୋଲି କହିଛନ୍ତି ବାଗ୍‌ଚୀ। ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନର ବିଷୟରେ କିଛି ବ୍ୟକ୍ତି ଗୁଜବ କରିଛନ୍ତି, ଯାହାକି ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ  ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଅତ୍ୟନ୍ତ […]

  • Monday, 26 July 2021
bagchhi
ଚିନ୍ତା ବଢ଼ାଇଲା ଓଡ଼ିଶାର ଚତୁର୍ଥ କରୋନା ରୋଗୀଙ୍କ ଯାତ୍ରା ବିବରଣୀ

ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ। ଦୁବାଇରୁ ଭଦ୍ରକ ଭାୟା କୋଲକାତା ହୋଇ ଆସିଥିଲେ ସେହି ବ୍ୟକ୍ତି। ସେଠାରୁ ଆସିଥିବା ସମୟରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ତାହା ଏବି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଯୁବକ ଜଣକ ଗତ ୧୮ ତାରିଖରେ ଏମିରେଟ୍ସ ଫ୍ଲାଇଟ ନଂ- EKS 70 ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାଓଡ଼ା ଷ୍ଟେସନ ଆସିଥିଲେ। ହାଓଡ଼ା ଷ୍ଟେସନରୁ […]

  • Monday, 26 July 2021
bbh
ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ୨ ଓଡ଼ିଆ ଏଯାଏଁ ଫେରି ନାହାନ୍ତି

କୋରାପୁଟ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ  ଯୋଗା ଦେଇଥିବା ଦୁଇ ଓଡ଼ିଆ ଏଯାଏ ରାଜ୍ୟାକୁ ଫେରି ନାହାନ୍ତି। ଉଭୟ କୋରାପୁଟ ଜିଲ୍ଲାର। ଦୁହିଁଙ୍କ ମଧ୍ୟରୁ ଜଣେ କୋଟପାଡରୁ  ଓ ଅନ୍ୟ ଜଣେ ଜୟପୁରରୁ। କୋଟପାଡରୁ ଯାଇଥିବା ବ୍ୟକ୍ତି  ଜଣକ ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଛନ୍ତି। ଏବେ ସେମାନଙ୍କୁ ଓଡ଼ିଶା ନଫେରିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ନିଜାମୁଦ୍ଦିନ […]

  • Monday, 26 July 2021
auto
ଲୁଚିଛପି ସୀମା ପାର୍‌ ହେଉଥିବା ବେଳେ ଧରାପଡ଼ିଲେ

ବାରିପଦା: ଲକ୍‌ଡାଉନକୁ ଫାଙ୍କି ଡାକ ବିଭାଗ ଗାଡ଼ିରେ ଶ୍ରମିକଙ୍କୁ ବୋହୁଥିଲେ ଡ୍ରାଇଭର୍। ଏଭଳି ଘଟଣା ଘଟିଛି ବାରିପଦାରେ। ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ରାସ୍ତାରେ ଲୁଚିଛପି ସୀମା ପାର୍ ଲାଗି ଉଦ୍ୟମ ହେଉଥିବା ଘଟଣା ଦେଖିବାକୁ ମିଳିଛି। ବାରିପଦାରେ ଗୋଟିଏ ଡାକ ବିଭାଗ କଣ୍ଟେନରରେ ୩୦ରୁ ଅଧିକ ଲୋକ ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ବାରିପଦା ଟାଉନ ଥାନା […]

  • Monday, 26 July 2021
ait
ବାହାରୁ ଆସୁଥିବା ଗାଡ଼ି ଉପରେ କଡ଼ା ନଜର

ଭୁବନେଶ୍ୱର: କରୋନା ମୁକାବିଲା ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ଆଶିତ ତ୍ରିପାଠୀ। ଭିଡିଓ କନଫରେନସିଂରେ ଏହି ଆଲୋଚନା ହୋଇଛି। ରାଜ୍ୟକୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଖାଲି ଗାଡ଼ିରେ କିଛି ଲୋକେ ଯାତାୟତ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଆଲୋଚନା ହୋଇଛି। କିପରି ଏଭଳି ଘଟଣା ପୁଣି ଥରେ ହେବନି ସେ ନେଇ ଗୁରୁତ୍ୱ ଦିଆଯାଇଛି। ସେହିପରି ଲକ୍ ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ ଏହି […]

  • Monday, 26 July 2021
kulange
କରୋନା ପାଇଁ ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କଲେ ଜିଲ୍ଲାପାଳ

ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍‌ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ କରୁଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଲୋକଙ୍କୁ ସଚେତନ କରିବାର ଦିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଲୋକଙ୍କୁ ସଚେଚନ କରିବା ସହିତ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଲୋକେ କେତେ ସଚେତନ ଅଛନ୍ତି, ତାର ତଦାରଖ ମଧ୍ୟ କରିଛନ୍ତି। ରାସ୍ତାରେ ଯେଉଁ ଲୋକଙ୍କୁ ବାହାରେ […]

  • Monday, 26 July 2021
dd
ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ନିୟମକୁ ଫୁ

ଭୁବନେଶ୍ୱର: ସାରା ଦେଶରେ ଏବେ ଜାରି ରହିଛି ୨୧ ଦିନିଆ ଲକ୍‌ଡାଉନ୍। ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି। ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟର ଲୋକଙ୍କ ଭିଡ଼ ଦେଖିଲେ ଲୋକେ କିଭଳି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି। ଆଜି ରବିବାର ଆମିଷ ବାରି ଥିବାରୁ ମାଛ, ମାଂସ କିଣିବାକୁ ଲୋକଙ୍କ ମଧ୍ୟରେ […]

  • Monday, 26 July 2021
tea
କରୋନା ପାଇଁ କାର୍ଯ୍ୟରତ ପୁଲିସ୍‌ ଓ ମିଡିଆ କର୍ମୀଙ୍କୁ ବାଇକ୍‌ରେ ବୁଲିବୁଲି ମାଗଣରେ ଚା ପିଆଉଛନ୍ତି

ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ହୋଇଛି। ଫଳରେ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୁଲିସ୍ କର୍ମଚାରୀମାନଙ୍କୁ ମାଗଣାରେ ଚା ଦେଉଛନ୍ତି ଧୀରେନ୍ ବାରିକ। ସେ ଜଣେ ଚା’ ଦୋକାନୀ। ତେବେ ଲକ୍‌ଡାଉନ୍‌ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରୁଛନ୍ତି ଓ ବାଇକ୍‌ରେ ବୁଲି ବିଭିନ୍ନ ଛକରେ ମୁତୟନ ହୋଇଥିବା […]

  • Monday, 26 July 2021
ପାତଜ ତଗଲା ଲହସୱାଈ
ଏହି ହେଲ୍‌ପ ଲାଇନ୍‌ ନମ୍ବରକୁ କଲ୍‌ କରି ନିଜର ସମସ୍ୟା ଜଣାନ୍ତୁ

ଓଡ଼ିଶା: ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଓଡ଼ିଆ। କାମ ଓ ପେଟ ପାଟଣା ସନ୍ଧାନରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଏବେ ଘରକୁ ଫେରିବାକୁ ନିବେଦନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ବହୁ ଲୋକେ ଏବେ କେରଳରେ ଅଟକି ରହିଛନ୍ତି। ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ସମେତ ଅନ୍ୟ ଅଞ୍ଚଳରେ ଏମାନେ ଫସି ରହିଛନ୍ତି। ଲକ୍‌ଡାଉନ୍‌ ପରେ କାମ ହରାଇବା ସହ ଅସୁବିଧା ଭୋଗୁଥିବା ଏମାନେ କହିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ତିହିଡି, ଚାନ୍ଦବାଲି, ଧାମରା ଅଞ୍ଚଳର […]

  • Monday, 26 July 2021
school
ସ୍କୁଲ୍‌ ଓ କଲେଜ୍‌ରେ ରହିବେ ବାହାରୁ ଆସୁଥିବା ଶ୍ରମିକ

ଭୁବନେଶ୍ୱର: ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି  ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମୁନସିପାଲ କମିଶନରମାନେ […]

  • Monday, 26 July 2021
khira
କ୍ଷୀରରେ ଭାସିଲା ରାସ୍ତା

ସାଲେପୁର: କ୍ଷୀରରେ ଭାସିଲା ରାସ୍ତା। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡ଼ାରେ। ଓମ୍ଫେଡ୍ ପକ୍ଷରୁ କ୍ଷୀର ନେବାକୁ ମନା କରାଯିବା ଅଭିଯୋଗରେ ଦୁଗ୍ଧ ଚାଷୀମାନେ ରାସ୍ତା ଉପରେ ଶହଶହ ଲିଟର କ୍ଷୀର ଢାଳିଦେଇଛନ୍ତି। ଓମ୍ଫେଡ୍ ହଠାତ କ୍ଷୀର ନେବାକୁ ମନା କରିଦେବା ସହ ଗୋଖାଦ୍ୟ ଦେବାକୁ ମନା କରିଦେଇଥିଲା। ସେମାନେ ଅଭିଯୋଗ କରିଛନ୍ତି। ଫଳରେ ବଜାର ମଧ୍ୟ ଖୋଲା ନଥିବାରୁ ଗୋଖାଦ୍ୟ ଅଭାବ ଦେଖାଦେଇଛି। ଏପଟେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ […]

  • Monday, 26 July 2021
milk
ଲକ୍‌ଡାଉନ୍ ନେଇ କ୍ଷୁବ୍ଧ ଦୁଗ୍ଧ ଚାଷୀ: ରାସ୍ତାରେ ଢାଳିଦେଲେ ୮୦ ଲିଟର୍‌ କ୍ଷୀର

ବାଲେଶ୍ୱର: କରୋନା ଲକ୍ ଡାଉନ୍‌କୁ ନେଇ ଅବ୍ୟବସ୍ଥାରୁ ଦୁଗ୍ଧ ଚାଷୀ କ୍ଷୁବ୍ଧ। ରାସ୍ତାରେ ଢାଳିଦେଲେ ପ୍ରାୟ ୮୦ ଲିଟରରୁ ଅଧିକ କ୍ଷୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ରଣିଆଗଂଜ ଗାଁରେ ଦେଖିବାକୁ ମିଳିଛି। ଏହି ଅଭାବନୀୟ ଦୃଶ୍ୟ ଲକ୍‌ଡାଉନ ଜାରି ହେବା ପରେ ଦୁଗ୍ଧ ଚାଷୀଙ୍କଠାରୁ ଉତ୍ପାଦିତ କ୍ଷୀର ସଂଗ୍ରହ କରୁନି। ସମବାୟ ସମିତି ରଣିଆଗଞ୍ଜ ଗାଁରେ ପ୍ରାୟ ୩୫ରୁ ଅଧିକ ମହିଳା ଦୁଗ୍ଧ ଚାଷୀ ଥିବାବେଳେ ଏଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା। ତେବେ ଗତ […]

  • Monday, 26 July 2021
hata
ନିୟମ ନମାନିବାରୁ ପୁଣି ଆଉ ଏକ ସ୍ଥାନକୁ ଘୁଞ୍ଚିଲା ହାଟ

ଭୁବନେଶ୍ୱର: କୋରନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ପୁଣି ଥରେ ଘୁଞ୍ଚିଲା  ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟ।  ଏହି ହାଟକୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତକାଲି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଫଳରେ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଥିଲା। […]

  • Monday, 26 July 2021
home-delivery
ହୋମ୍‌ ଡେଲିଭରି ପାଇଁ ବିଏମ୍‌ସି ଜାରିକଲା ମଲ୍‌ର ନାଁ ଓ ହ୍ୱାଟ୍ସଆପ୍‌ ନମ୍ବର

ଭୁବନେଶ୍ୱର : ଲକ୍‌ଡାଉନ୍‌ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏ ନେଇ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ୍‌ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି। ଏହିସବୁ ମଲ୍‌ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ମଲ୍‌ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍‌ ନମ୍ବର ସହ ଏକ ତାଲିକା ପ୍ରକାଶ କରାଯାଇଛି। ହ୍ୱାଟ୍ସଆପ୍‌ […]

  • Monday, 26 July 2021
corona virus w
ଲକ୍‌ ଡାଉନ୍‌ ଯୋଗୁ ଚାଲିଚାଲି ଉତ୍ତରପ୍ରଦେଶ ଫେରୁଛନ୍ତି କ୍ଷୁଦ୍ର ବ୍ୟବସାୟୀ

ରାୟଗଡ଼ା: ମହାମାରୀ କରୋନା ପାଇଁ ଦେଶବ୍ୟାପି ଲକ୍‌ଉନ ଫଳରେ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକେ ଜୀବନ ଜୀବିକା ପାଇଁ ହନ୍ତସନ୍ତ ହେଉଛନ୍ତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସବୁଠି ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବାରୁ ଫେରିପାରୁନାହାନ୍ତି। ରୁଦ୍ରାକ୍ଷ ଓ ମାଳି ବିକ୍ରି କରିବାକୁ ଉତ୍ତରପ୍ରଦେଶରୁ ରାୟଗଡା ଆସିଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଲକ୍ ଡାଉନ ପରେ ବ୍ୟବସାୟ ପ୍ରଭାବିତ ହେବାରୁ ଘରମୁହାଁ ଏବେ ଏହି […]

  • Monday, 26 July 2021