• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

water
ପାଣି ପାଇଁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲେ ସରକାର

ଭୁବନେଶ୍ୱର: ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।  ତେଣୁ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲ୍‌ପଲାଇନ୍ ନମ୍ବର ଜାରି ହୋଇଛି। ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ଟୋଲ୍‌ ଫ୍ରି ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ ନମ୍ବର ଜାରି […]

  • Monday, 26 July 2021
bisra
ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧି ଆଉ ୨ ଦିନ ବୃଦ୍ଧି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳରେ କଣ୍ଟେନମେଣ୍ଟ ଅବଧିକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି। ୪୮ ଘଣ୍ଟା ପାଇଁ ଅବଧି ବୃଦ୍ଧି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଗତ ୧୨ ତାରିଖରେ ବିଶ୍ରା ଅଞ୍ଚଳର ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ତେବେ ସେଠାରେ ରହୁଥିବା ପ୍ରାୟ ୧୫ଶହ ପରିବାରର କଣ୍ଟାକ୍ଟ ଟ୍ରେସିଂ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ଏବଂ କିଛି ସରକାରୀ […]

  • Monday, 26 July 2021
bisuba sankranti
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ଷ ସାରା ଓଡ଼ିଶାବାସୀ ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ଏନେଇ ମୋଦି ଟ୍ୱିଟ୍‌ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ବୋଲି ସେ କହିଛନ୍ତି। କରୋନା […]

  • Monday, 26 July 2021
salk
ସୁନ୍ଦରଗଡ଼ ବିଶ୍ରା ବ୍ଲକର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ସୁନ୍ଦରଗଡ଼: ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଶ୍ରାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଡରେଇକେଲା ବସ ଷ୍ଟପରୁ ପୁରୁଣା ମାର୍କେଟ କଂପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର […]

  • Monday, 26 July 2021
TV
ସମସ୍ତ ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମହାମାରୀ ସମୟରେ ସମସ୍ତ ଇଲେକଟ୍ରୋନିକ ଗଣମାଧ୍ୟମ ସେମାନଙ୍କ ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଛି। ଏଥି ସହିତ ସବୁ DTH ଏବଂ କେବୁଲ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ଜାରି ରଖିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ବ୍ୟାପିଥିବାବେଳେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରାଳୟ  ଏହି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛି। ଏନେଇ ସମସ୍ତ ପ୍ରାଇଭେଟ ଟିଭି […]

  • Monday, 26 July 2021
burat
କଅଁଳ ହୃଦୟ ଭିତରେ କ୍ରୋଧର ନିଆଁ; କ୍ରିକେଟ୍‌ ଖେଳ ବେଳେ ବ୍ୟାଟ୍‌ରେ ପିଟି ନାବାଳକକୁ ହତ୍ୟା କଲା ଆଉ ଜଣେ ନାବାଳକ

ବ୍ରହ୍ମପୁର: କଅଁଳ ହୃଦୟ ଭିତରୁ ଏତେ ହିଂସା ଓ କ୍ରୋଧ ଆସିଲା କେଉଁଠୁ ? ସାମାନ୍ୟ କ୍ରିକେଟ ଖେଳରୁ ସାଙ୍ଗକୁ ବ୍ୟାଟ୍‌ରେ ପିଟି ପିଟି ମାରିଦେଲା ସାଙ୍ଗ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ବ୍ୟାଟ୍‌ରେ ପିଟି ଆଉ ଜଣେ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକଙ୍କ ନାଁ ବିଭୂ ସେଠୀ (୧୩)। ସେ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ। ସେ […]

  • Monday, 26 July 2021
op
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ: ୨୬ରେ ଅନୁକୁଳ, ଲକ୍‌ଡାଉନ୍‌ ଅଡ଼ୁଆ

ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍‌ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, […]

  • Monday, 26 July 2021
locksnoq
ହାଇକୋର୍ଟ କହିଲେ, ଲକ୍‌ଡାଉନବେଳେ ଗାଡ଼ି ଜବତ କରିପାରିବନି ପୋଲିସ୍‌

କଟକ: କରୋନା ଲକ୍‌ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି। ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି। ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ […]

  • Monday, 26 July 2021
save from
ଗଣମାଧ୍ୟମକୁ ପାଠ ପଢ଼ାଇଲେ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ

ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍‌ର ଖେଳର ସମୟ। ଆବେଗ ନୁହେଁ ପ୍ରତ୍ୟୟର ସମୟ ବୋଲି  ବାଗ୍‌ଚୀ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ […]

  • Monday, 26 July 2021
mask-s
ମାସ୍କ ନ ପିନ୍ଧିଲେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍

ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ। କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି କୁହାଯାଇଛି। ଏସବୁ ଭିତରେ ଆଜି ପ୍ରଥମ ଦିନରେ କିଛି ଅଭ୍ୟାସଗତ ଉଲଂଘନକାରୀ ସାମ୍ନାକୁ ଆସିଥିବାବେଳେ ଆଉ କିଛି ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି। ଗାଁ ହେଉ କି […]

  • Monday, 26 July 2021
subrat
ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୮ ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ. ହେଲେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ତାସହ ବାଗ୍‌ଚୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ଅଦ୍ୟାବଧି ୨୨୧୫ଟି ସାମ୍ପଲ ପରୀକ୍ଷା ହୋଇଛି। ସେଥିରୁ ୪୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ […]

  • Monday, 26 July 2021
rumesrs
ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଚେତାଇ ଦେଇଛନ୍ତି ପୋଲିସ ଡିଜି। ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

  • Monday, 26 July 2021
corona-virus-w
ଓଡ଼ିଶାରେ ବଢ଼ିଲା କରୋନା ରୋଗୀଙ୍କ ସଂଖ୍ୟା- ବମିଖାଲ୍‌ ପୁଣି ୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି। ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କଟକରେ […]

  • Monday, 26 July 2021
jio
ସୂର୍ଯ୍ୟନଗର ଅଞ୍ଚଳବାସୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ସୂର୍ଯ୍ୟନଗର ଅଞ୍ଚଳରୁ କୋରନା ସଂକ୍ରମିତ ଚିହ୍ନଟ ପରେ ପୂରା ସୂର୍ଯ୍ୟନଗର ଅଞ୍ଚଳବାସୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସୂର୍ଯ୍ୟନଗର କୌଣସି ବାସିନ୍ଦାକୁ ବାହାରକୁ ଛଡ଼ା ଯିବନି। ସେହିଭଳି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। ସଂପୃକ୍ତ ଅଞ୍ଚଳର ସମସ୍ତ ବାସିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ଘରେ ଥାଇ ପରିମଳ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଘରକୁ ଘର ବୁଲି ମୋବାଇଲ ଭ୍ୟାନ୍ […]

  • Monday, 26 July 2021
postal
ପୋଷ୍ଟ ଅଫିସ୍‌ରେ ଟଙ୍କା ଉଠାଇପାରିବେ ଅନ୍ୟ ବ୍ୟାଙ୍କ ଖାତାଧାରୀ

ଭୁବନେଶ୍ୱର: ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ ଥିବା ଆକାଉଣ୍ଟ୍ ହୋଲ୍‌ଡରମାନେ ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇବା ସହ ଅନ୍ୟ ସମସ୍ତ ସୁବିଧା […]

  • Monday, 26 July 2021
nijmaudiin
ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ଯାଇଥିଲେ ୧୩

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ ପଠାଯାଇଛି। ୧୦ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଏବଂ ଟାଙ୍ଗୀର ୩ ଜଣ ସେଠାରେ ଅଛନ୍ତି। ୯ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ଏବଂ ଜଣେ […]

  • Monday, 26 July 2021
ଲଗୋ
ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍‌ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ରାତି ପ୍ରାୟ ୯ଟା ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗି ଯାଇଥିଲା। […]

  • Monday, 26 July 2021
jagannath
ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ

ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ–ମିଲ୍‌ରେ କାଠ ଚିରଟ କରାଯିବା ପରମ୍ପରା ରହିଛି।   ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ […]

  • Monday, 26 July 2021
CORONA-TE
ହ୍ୱାଟ୍ସଆପ୍‌ରେ କରୋନା ସମ୍ପର୍କିତ ଏଭଳି ମେସେଜ୍‌ ଶେୟାର୍ କରୁଛନ୍ତି କି ? ସାବଧାନ !

ଭୁବନେଶ୍ୱର: କରୋନା ସମ୍ପର୍କିତ ଗୁଜବ ସୃଷ୍ଟିକାରୀଙ୍କୁ ଦେଶଦ୍ରୋହୀ କହିଲେ କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏଥିସହିତ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ବି ଦେଲେ। ଏଭଳି ସଂକଟ ସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଲୋକ ସମାଜ ଓ ରାଷ୍ଟ୍ରଦ୍ରୋହୀ ସହ ସମାନ ବୋଲି କହିଛନ୍ତି ବାଗ୍‌ଚୀ। ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନର ବିଷୟରେ କିଛି ବ୍ୟକ୍ତି ଗୁଜବ କରିଛନ୍ତି, ଯାହାକି ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ  ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଅତ୍ୟନ୍ତ […]

  • Monday, 26 July 2021
bagchhi
ଚିନ୍ତା ବଢ଼ାଇଲା ଓଡ଼ିଶାର ଚତୁର୍ଥ କରୋନା ରୋଗୀଙ୍କ ଯାତ୍ରା ବିବରଣୀ

ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ। ଦୁବାଇରୁ ଭଦ୍ରକ ଭାୟା କୋଲକାତା ହୋଇ ଆସିଥିଲେ ସେହି ବ୍ୟକ୍ତି। ସେଠାରୁ ଆସିଥିବା ସମୟରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ତାହା ଏବି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଯୁବକ ଜଣକ ଗତ ୧୮ ତାରିଖରେ ଏମିରେଟ୍ସ ଫ୍ଲାଇଟ ନଂ- EKS 70 ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାଓଡ଼ା ଷ୍ଟେସନ ଆସିଥିଲେ। ହାଓଡ଼ା ଷ୍ଟେସନରୁ […]

  • Monday, 26 July 2021
bbh
ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ୨ ଓଡ଼ିଆ ଏଯାଏଁ ଫେରି ନାହାନ୍ତି

କୋରାପୁଟ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ  ଯୋଗା ଦେଇଥିବା ଦୁଇ ଓଡ଼ିଆ ଏଯାଏ ରାଜ୍ୟାକୁ ଫେରି ନାହାନ୍ତି। ଉଭୟ କୋରାପୁଟ ଜିଲ୍ଲାର। ଦୁହିଁଙ୍କ ମଧ୍ୟରୁ ଜଣେ କୋଟପାଡରୁ  ଓ ଅନ୍ୟ ଜଣେ ଜୟପୁରରୁ। କୋଟପାଡରୁ ଯାଇଥିବା ବ୍ୟକ୍ତି  ଜଣକ ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଛନ୍ତି। ଏବେ ସେମାନଙ୍କୁ ଓଡ଼ିଶା ନଫେରିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ନିଜାମୁଦ୍ଦିନ […]

  • Monday, 26 July 2021
auto
ଲୁଚିଛପି ସୀମା ପାର୍‌ ହେଉଥିବା ବେଳେ ଧରାପଡ଼ିଲେ

ବାରିପଦା: ଲକ୍‌ଡାଉନକୁ ଫାଙ୍କି ଡାକ ବିଭାଗ ଗାଡ଼ିରେ ଶ୍ରମିକଙ୍କୁ ବୋହୁଥିଲେ ଡ୍ରାଇଭର୍। ଏଭଳି ଘଟଣା ଘଟିଛି ବାରିପଦାରେ। ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ରାସ୍ତାରେ ଲୁଚିଛପି ସୀମା ପାର୍ ଲାଗି ଉଦ୍ୟମ ହେଉଥିବା ଘଟଣା ଦେଖିବାକୁ ମିଳିଛି। ବାରିପଦାରେ ଗୋଟିଏ ଡାକ ବିଭାଗ କଣ୍ଟେନରରେ ୩୦ରୁ ଅଧିକ ଲୋକ ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ବାରିପଦା ଟାଉନ ଥାନା […]

  • Monday, 26 July 2021
ait
ବାହାରୁ ଆସୁଥିବା ଗାଡ଼ି ଉପରେ କଡ଼ା ନଜର

ଭୁବନେଶ୍ୱର: କରୋନା ମୁକାବିଲା ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ଆଶିତ ତ୍ରିପାଠୀ। ଭିଡିଓ କନଫରେନସିଂରେ ଏହି ଆଲୋଚନା ହୋଇଛି। ରାଜ୍ୟକୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଖାଲି ଗାଡ଼ିରେ କିଛି ଲୋକେ ଯାତାୟତ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଆଲୋଚନା ହୋଇଛି। କିପରି ଏଭଳି ଘଟଣା ପୁଣି ଥରେ ହେବନି ସେ ନେଇ ଗୁରୁତ୍ୱ ଦିଆଯାଇଛି। ସେହିପରି ଲକ୍ ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ ଏହି […]

  • Monday, 26 July 2021