ଗଞ୍ଜାମ: ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ନାଗପୁର ଅମରାବତୀ ଏନ୍ଏଚ୍ ଦେଇ ଆସୁଥିବା ବେଳେ ଓଲଟି ପଡ଼ିଥିବା ଖବର ମିଳୁଛି। ଏହି ବସ୍ରେ ପ୍ରାୟ ୫୦ ଯାତ୍ରୀ ଆସୁଥିଲେ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳୁଛି। ଆହତମାନଙ୍କୁ ନିକଟସ୍ଥ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ NH ଉପରକୁ କୌଣସି ଜନ୍ତୁ ଆସିଯିବା ଫଳରେ ଏହି […]
ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍ ବସ୍ ଆଜି ଭାରାସାମ୍ୟ ହରାଇ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀ ଓ ସନ୍ତୋଷ ସେଠୀ। ଚିତ୍ତରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ୱୁଲାନ୍ସରେ […]
ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍ଟି ଗଞ୍ଜାମ ଯାଉଥିବା ସୂଚନା। ମିଳିଥିବା ସୂଚନାନୁସାରେ ବସ୍ରେ ପାଖାପାଖି ୫୦ ଯାତ୍ରୀ ଥିବା କୁହାଯାଉଛି। ସର୍ବାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ […]
କେନ୍ଦ୍ରାପଡ଼ା: ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଆଣିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇର ବାବାଜୀ ସେଠୀ ଓ ମାଳିପୁର ଗାଁର ନିରଞ୍ଜନ ମଲ୍ଲିକଙ୍କ ଦୁବାଇରେ କାମ କରୁଥିଲେ। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଉଭୟଙ୍କ ମୃତଦେହ ଦୁବାଇରୁ ଆଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ପରିବାର ଲୋକ ନିବେଦନ କରିଛନ୍ତି। ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା […]
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବାରୁ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ଲକ୍ଡାଉନ୍ ଯୋଗୁ ରାଜ୍ୟ ବାହାରେ ଶ୍ରମିକମାନେ ଫସି ରହିଥିବା ବେଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଶ୍ରମିକଙ୍କୁ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଶ୍ରମିକ ଦିବସରେ ସରକାରଙ୍କ ଏଭଳି ନିଷ୍ପତ୍ତି […]
ପୁରୀ: ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱକର୍ମା ମହାରଣା ସେବକ। ଦଇତାପତିମାନେ ନିଜ ସ୍ୱାର୍ଥ ଓ ପାଉଣାକୁ ନେଇ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମେ’ ୩ ତାରିଖ ପରେ ରଥ ନିର୍ମାଣ ପାଇଁ ପ୍ରଶାସନ ଅନୁମତି ଦେଲେ ମଧ୍ୟ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ରଥ ନିର୍ମାଣ ଯଦି ଠିକ ସମୟର ଶେଷ ନହୁଏ, ଏଥିପାଇଁ ଦାୟୀ କିଏ […]
ରାୟଗଡ଼ା: ସାପ କବଳରୁ ମାଲିକଙ୍କୁ ରକ୍ଷା କଲା କୁକୁର। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଡିମ୍ବିରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ମଦନ ଶବର ଏବଂ ତାଙ୍କ ପତ୍ନୀ ନିଜ କଦଳୀ ବାଡ଼ିକୁ ଯିବାବେଳେ ଏକ ବିଷଧର ନାଗସାପ ହାବୁଡ଼ରେ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ମଦନଙ୍କ ପୋଷା କୁକୁର କାଳିଆ ସାମ୍ନାକୁ ଆସି ସାପ ସହ ଲଢ଼େଇ କରିଥିଲା। ପ୍ରାୟ ୧୫ ମିନିଟ୍ କାଳ ଉଭୟ ସାପ ଏବଂ କାଳିଆ ମଧ୍ୟରେ ଲଢ଼େଇ ଚାଲିଥିଲା। […]
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର। କରୋନା ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ପଶ୍ଚିମବଙ୍ଗରୁ କିପରି ଆସିଲେ ସେ ନେଇ ପ୍ରଶ୍ନ କରିଛନ୍ତି। ଏଥିସହ କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ କାହିଁକି କ୍ୱାରେଣ୍ଟିନରେ ରଖାଯାଇ ନଥିଲା ତାର ତଦନ୍ତ ଦାବି କରିଛନ୍ତି॥ ଗତ ୨୭ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ […]
କେନ୍ଦୁଝର: କେନ୍ଦୁଝରରେ ପ୍ରବଳ କୁଆ ପଥର ବର୍ଷା ହୋଇଛି। ଗତକାଲି ରାତିଠୁ ଲାଗି ରହିଥିବା ବର୍ଷା ଯୋଗୁ ସଦର ବ୍ଲକରେ ବ୍ୟାପକ କ୍ଷତି ଘଟିଛି। ମୂଷଳ ଧାରରେ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଏପରିକି ବିଭିନ୍ନ ଅଞ୍ଚଳରେ କୁଆପଥର ଜମି ହୋଇ ରହିଛି। ମୁଖ୍ୟତଃ ସଦର ବ୍ଲକର କେମିସଢ଼ା ଗାଁରେ କୁଆପଥର ପଡ଼ି ରହିଛି। ଠାଏ ଠାଏ ଅଞ୍ଚଳରେ କୁଆପଥର ଜମି ରହିଥିବା ଯୋଗୁ ପନିପରିବା ଫସଲ ନଷ୍ଟ ହୋଇଥିବା କୁହାଯାଉଛି। ଚାଷୀଙ୍କ ଜମି, […]
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍ଡାଉନ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ସରକାରଙ୍କୁ ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି। ଏହି ବିପତ୍ତି […]
ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ ବଳୟ ସୃଷ୍ଟିହେବା ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର, କନ୍ଧମାଳ, […]
ଭୁବନେଶ୍ୱର: ଲିଭିଗଲା ଓଡ଼ିଆ ନ୍ୟଟ୍ୟଜଗତର ଉଜ୍ଜ୍ଵଳ ଜ୍ୟୋତି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ନାଟ୍ୟକାର ବିଜୟ ମିଶ୍ର। ଆଜି ୮୩ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହିତ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥରେ ସେ ସଂଳାପ ଲେଖିଥିଲେ। ତାଙ୍କ ଦ୍ୱାରା ରଚିତ ତଟ ନିରଞ୍ଜନା ନାଟକ ବହୁ ଭାଷାରେ ଅନୁବାଦିତ ହୋଇଛି। ଏଥସହିତ ଜାଜାବର ଓ ରଜନୀ ଗନ୍ଧା ଭଳି ଫିଲ୍ମର ନିର୍ଦ୍ଦେଶନା […]
ରାଉଲକେଲା: ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଛି ରାଉରକେଲା ପୌରନିଗମ। ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲାରୋଡ ବାସିନ୍ଦା ହୋଇଥିବାରୁ ନାଲାରୋଡ୍ ଅଞ୍ଚଳ ସଂଲଗ୍ନ ଅଞ୍ଚଳକୁ ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚଠାରୁ ମହତାବ ରୋଡ ପଏଣ୍ଟ, ମେନ୍ ରୋଡର ମଧ୍ୟଭାଗ […]
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ରେ ଅଖି ମୁଠି ଅନୁକୁଳ କରିଛନ୍ତି। ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପାଖରେ ଥିବା ଜଣେ କୃଷକଙ୍କ ଜମିରେ ଅରୁଣ ପୂଜାପାଠ କରିବା ପରେ ବିହନ ବୁଣିବା ସହ ଲଙ୍ଗଳ ଧରି ଚାଷ କରିଥିଲେ। ଲକଡାଉନ ପାଇଁ ସରକାରୀ ଭାବେ ପାଳନ ନ କରି ବ୍ୟକ୍ତିଗତ ଭାବେ ଅଖିମୁଠି ଅନୁକୁଳ କରିଛନ୍ତି ମନ୍ତ୍ରୀ। ସେହିପରି ଖାଦ୍ୟ ଯୋଗାଣ […]
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଛି ବର୍ଷା। ଦିନରେ ଗ୍ରୀଷ୍କର ପ୍ରଭାବ ଦେଖାଯାଉଥିବା ବେଳେ ସଂଧ୍ୟାରେ ଅଚାନକ ବଦଳୁଛି ପାଗ। ଏପରି ପାଗ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ନେଇ ସମ୍ଭାବନା ରହିଛି। ତେବେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, […]
ପୁଣି ଓଟକ୍ଷୀର ପାଇଁ ଚର୍ଚ୍ଚାରେ ସେସୁ ଓଡ଼ିଶା ସିଇଓ ତଥା ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରା। ରାଜସ୍ଥାନର ମୂଳ ବାସିନ୍ଦା ଅରୁଣଙ୍କ ପ୍ରଚେଷ୍ଟାରେ ପୂର୍ବରୁ ମୁମ୍ବାଇର ଏକ ଶିଶୁ ପାଇଁ ରାଜସ୍ଥାନରୁ ଓଟକ୍ଷୀର ପଠାଯାଇଥିବା ବେଳେ, ଗତକାଲି ବ୍ରହ୍ମପୁରର ଏକ ଅଟିଜିମ୍ ପୀଡ଼ିତ ଶିଶୁ ପାଇଁ ମଧ୍ୟ ଓଟକ୍ଷୀର ଆସିଛି। ତେବେ ଶିଶୁର ଓଟକ୍ଷୀର କାହିଁକି ଦରକାର ପଡ଼ିଲା ଓ କିଭଳି ଥିଲା ପୂରା ପ୍ରକ୍ରିୟା, ପଢ଼ନ୍ତୁ ଏହି ରିପୋର୍ଟ। ବ୍ରହ୍ମପୁର ଶିବଶକ୍ତି ନଗରର ଏଇ […]
ଭୁବନେଶ୍ୱର: କଥାରେ ଅଛି ଚାଷ ତର ତର ବଣିଜ ମଠ। ତେବେ ତରତର ହେବ କଣ, କରୋନା ଲକ୍ଡାଉନ ଚାଷୀ ମନ ଭାଙ୍ଗି ଦେଇଛି। କାଲି ଅଖିମୁଠି ଅନୁଗୁଳ ଥିବାରୁ ବିଲ ହଳ କରିଛି ସତ, ତେବେ ବିହନ ବୁଣିହେବ କି ନାହିଁ ତାକୁ ନେଇ ମନରେ ଆଶଙ୍କା। କାରଣ ଦାଉ ସାଧିଛି ତୁହାକୁ ତୁହା ବର୍ଷା। ଏଣେ ଅନେକ ଅଞ୍ଚଳରେ ବିଲରେ ଭରି ରହିଛି ମୁଗ, ବିରି ଭଳି ରବି ଫସଲ। ଲୋକ ମିଳୁନଥିବାରୁ ଅମଳ […]
ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଗତ କିଛିଦିନ ହେଲା କାଳବୈଶାଖୀରେ କୁଡ଼ିଆ ଘର ଭାଙ୍ଗିଥିବାବେଳେ ଅନେକ ଫସଲ ନଷ୍ଟ ହୋଇଛି। ସେହିପରି ଗାଇଗୋରୁଙ୍କ ଜୀବନ ଯାଇଥିବା ଖବର ମିଳିଛି। ଏଣୁ ଏହାର ଆକଳନ କରି […]
ଭୁବନେଶ୍ୱର: ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆମ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଓ ପବନ ହେବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ […]
ଭୁବନେଶ୍ୱର ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିବା ଜଣେ ଯୁବକଙ୍କୁ ବଡ଼ଗଡ଼ ଅଞ୍ଚଳରୁ ଗିରଫ କରିଛି ପୋଲିସ। ସଂପୃକ୍ତ ଯୁବକ ଓ ଗଣମାଧ୍ୟମ ସଂସ୍ଥାରେ ଚାକିରୀ କରୁଥିବା ତାଙ୍କ ସହଯୋଗୀକୁ ମଧ୍ୟ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ସଂପୃକ୍ତ ଯୁବକ ନିଜକୁ ଖଣ୍ଡଗିରି ଥାନାର ଆଇଆଇସି ବୋଲି ପରିଚୟ ଦେଇ ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ସହ କଥା ହେଉଥିଲେ। ଏହାସହ ମାମଲାକୁ ରଫାଦଫା କରିବାକୁ ଚାପ ପକାଇବା […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ଉତ୍ତର ବିହାର ଅଞ୍ଚଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି। ଏହା ଝାଡ଼ଖଣ୍ଡ ଓ ଛତିଶଗଡ଼ ଦେଇ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଆହୁରି ୨୪ ଘଣ୍ଟା ଏଭଳି ପାଗ ରହିବ। ବିଶେଷ କରି ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା […]
ଭୁବନେଶ୍ୱର: ସୋମବାର ଠାରୁ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ଭୁବନେଶ୍ୱର ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ। ଏହାସହ ଲକ୍ଡାଉନ୍ ସମୟ ସୀମା ଶେଷ ଯାଏ, ସବୁ ଗ୍ରୁପ ଅଧିକାରୀ ମାନେ ପ୍ରତିଦିନ କର୍ମଚାରୀଙ୍କ ଉପସ୍ଥାନ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି, ଯାହାର ସମୀକ୍ଷା କରିବେ ମୁଖ୍ୟ ମହାଡାକପାଳ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ପୁରୀ: ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାଠ ଅନୁକୁଳ ନୀତି ସବୁ କିଛି ଶ୍ରୀମନ୍ଦିର ଭିତରେ ହିଁ କରାଯିବ। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିମାନବଡୁ ସେବାୟତ। ସମସ୍ତ ବାହାର ନୀତି ଭିତରେ ହେବା ପାଇଁ ଆଜ ବୈଠକରେ ପ୍ରସ୍ତାବ ଦିଆଯାଇଥିବା ବିମାନବଡୁ ସେବକ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପଞ୍ଚୁ ପାଣ୍ଡବ ସେବାୟତ ମାନେ ଯୋଗ […]
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ଭୁବନେଶ୍ୱରରେ ଜଣେ ନକଲି ପୋଲିସ ଆଇପିଏସ୍ଙ୍କୁ କମିଶନରେଟ ପୋଲିସ ଅଟକ ରଖିଛି। ନକଲି ପୋଲିସ ଆଇପିଏସ୍ଙ୍କ ନାଁ ଶର୍ମିଷ୍ଠା। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ବଦଳାଇବା ପାଇଁ କମିଶନରେଟ ପୋଲିସ ଉପରେ ଚାପ ପକାଉଥିଲେ। ଖବର ଅନୁଯାୟୀ, ଏନେଇ ଘଟଣାର ଖୋଳତାଡ ପରେ ଶର୍ମିଷ୍ଠା ଜଣେ ନକଲି ପୋଲିସ ଆଇପିଏସ୍ ବୋଲି ଜଣାପଡିଥିଲେ। ସେ ନିଜକୁ ୨୦୧୮ ବ୍ୟାଚର ଆଇପିଏସ୍ ଅଫିସର ବୋଲି ପରିଚୟ ଦେଇଥିଲେ। ଆହୁରି ମଧ୍ୟ କହିଥିଲେ, ସେ ବିଜୁ […]
ବାଲେଶ୍ୱର: ପ୍ରବଳ ଝଡ଼ବର୍ଷା ଓ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ବାଲେଶ୍ୱରବାସୀ। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ପବନ ଏତେ ଜୋରରେ ବହିଥିଲା ଯେ, ଅନେକ ଗୁଡିଏ ଗଛ ଭାଙ୍ଗିଯାଇଥିଲା କିଛି ସ୍ଥାନରେ ଘରର ଛପର ମଧ୍ୟ ଉଡିଯାଇଥିଲା। ପ୍ରାୟ ୪୦-୫୦ କିଲୋମିଟର ବେଗରେ ପବନ ବହୁଥିବାର ଦେଖିବାକୁ ମିଳିଥିଲା। ଫଳରେ ଲୋକେ ଛାନିଆ ହୋଇଯାଇଥିଲେ। ହଠାତ୍ କଳା ବାଦଲ ମାଡ଼ି ଆସି ପବନ ଓ ଘଡ଼ଘଡ଼ି ସହ […]