Municipal Election
ବାସୁଦେବପୁରରେ ଭୋଟର ତାଲିକାରେ ନାଁ ନଥିବାରୁ ଉତ୍ତେଜନା । ସହରର ୧୯ ନମ୍ବର ୱାର୍ଡର ୨୯ ନମ୍ବର ବୁଥ୍ରେ ମତଦାନ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ ଭୋଟର ତାଲିକାରେ ନଥିବା ଅଭିଯୋଗ ଆଣି ମତଦାନ ବନ୍ଦ କରିଛନ୍ତି ।
Advertisment
ବାଦ୍ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ । ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି।
ଏନେଇ ଉତ୍ତ୍ୟକ୍ତ ଲୋକେ କହିଛନ୍ତି, ଆମର ଭୋଟ ଦେବାର ଅଧିକାର ଅଛି। କେଉଁଠାରେ ଭୋଟ ଦେବୁ କୁହ ଆମେ ସେଠାରେ ଭୋଟ ଦେବୁ । ନଚେତ ସେତେ ପର୍ଯ୍ୟନ୍ତ ଭୋଟଦାନ ବନ୍ଦ ରହିବ । ଏହି ଘଟଣାର ସମାଧାନ କରିବାକୁ ପ୍ରଶାସନ ତରଫରୁ କ’ଣ ପଦକ୍ଷେପ ନିଆଯାଉଛି, ଲୋକେ ଭୋଟ ଦେଇପାରୁଛନ୍ତି ନା ବନ୍ଦ ରହୁଛି ମତଦାନ ତାହା ଉପରେ ସମସ୍ତଙ୍କ ଆଖି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)