/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721645252.jpg)
Union Budget
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ହେଉଛି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ତେଣୁ କାହାକୁ ସେ କ’ଣ ଦେବେ, ତା’ ଉପରେ ରହିଛି ସାରା ଦେଶର ନଜର । କେନ୍ଦ୍ର ବଜେଟ୍-୨୦୨୪ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Jul 23, 2024 22:29 IST
ମୋଦି 3.0ର ୯ ସୂତ୍ରୀ ପ୍ରଥମ ବଜେଟ୍, ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ
ବିକଶିତ ଭାରତ ଲକ୍ଷ୍ୟରେ ୯-ସୂତ୍ରୀ ବଜେଟ୍। ନିର୍ମଳାଙ୍କ ଫୋକସରେ ୯ଟି କ୍ଷେତ୍ର। କୃଷି, ନିଯୁକ୍ତି, ମାନବ ସମ୍ବଳ, ନିର୍ମାଣ କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ନବସୃଜନ ଓ ନୂଆ ପୀଢ଼ି ସଂସ୍କାର। ଦେଶର ୪ କୋଟିରୁ ଅଧିକ ଯୁବବର୍ଗଙ୍କ ନିଯୁକ୍ତି, ଦକ୍ଷତା ବିକାଶ ଓ ଅନ୍ୟ ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅନ୍ତର୍ଗତ ୫ଟି ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୫ ବର୍ଷ ଭିତରେ ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଅଧିକ ପଢ଼ନ୍ତୁ...
/odishatv-khabar/media/post_attachments/uploadimage/library/16_9/16_9_0/Budget__1721749617.jpg)
- Jul 23, 2024 22:29 IST
କଷ୍ଟମ ଡ୍ୟୁଟି ହ୍ରାସ ପରେ ଶସ୍ତା ହେଲା ସୁନା-ରୁପା-ପ୍ଲାଟିନମ୍
ଶସ୍ତା ହେଲା ସୁନା, ରୁପା ଓ ପ୍ଲାଟିନମ୍। କାରଣ, ବଜେଟରେ ଏସବୁ ଉପରୁ କଷ୍ଟମ ଡ୍ୟୁଟି ଅର୍ଥାତ୍ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ସୁନା ଉପରେ ସୀମା ଶୁଳ୍କ ୧୫ ପ୍ରତିଶତ ଥିଲା। ଏବେ ଏହା ୬ ପ୍ରତିଶତକୁ ହ୍ରାସ ପାଇବାରୁ ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା କମିଛି। ଆଜି ସକାଳେ ୧୦ ଗ୍ରାମ ପିଛା ୬୭ ହଜାର ୫୦୦ ଟଙ୍କା ଥିଲା ସୁନା ଦର। ଏବେ ଏହା ୬୪ ହଜାର ଟଙ୍କାକୁ ଖସି ଆସିଛି। ଅଧିକ ପଢ଼ନ୍ତୁ
- Jul 23, 2024 22:28 IST
ନୂଆ ଆୟକର ବ୍ୟବସ୍ଥାରେ ସଂଶୋଧନ, ୫୦ ହଜାରରୁ ୭୫ ହଜାରକୁ ବଢ଼ିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ୍
ପୁରୁଣା ଅପରିବର୍ତ୍ତିତ, ନୂଆରେ ପରିବର୍ତ୍ତନ । ନ୍ୟୁ ଇନକମ୍ ଟ୍ୟାକ୍ସ ରେଜିମ ପ୍ରତି ଅଧିକରୁ ଅଧିକ ଆୟକରଦାତାଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନୂଆ ଆୟକର ବ୍ୟବସ୍ଥାକୁ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବଢ଼ାଇଛନ୍ତି। ତେବେ ପୁରୁଣା ଆୟକର ବ୍ୟବସ୍ଥା ଅର୍ଥାତ୍ ଓଲ୍ଡ ଇନକମ୍ ଟ୍ୟାକ୍ସ ରେଜିମରେ ଏହା ୫୦ ହଜାର ଟଙ୍କାରେ ଅପରିବର୍ତ୍ତିତ ରହିଛି। ସେହିପରି ପେନସନ୍ ଭୋଗୀ ଆୟକରଦାତାଙ୍କ ପାଇଁ ବି ନୂଆ ବ୍ୟବସ୍ଥାରେ ରିହାତିକୁ ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବଢ଼ାଯାଇଛି। ଅଧିକ ପଢ଼ନ୍ତୁ
/odishatv-khabar/media/post_attachments/uploadimage/library/16_9/16_9_0/Budget_1721750006.jpg)
- Jul 23, 2024 21:22 IST
ମୋଦି 3.Oର ୯ ସୂତ୍ରୀ ପ୍ରଥମ ବଜେଟରେ ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଗୁରୁତ୍ୱ
#ନିର୍ମଳାଙ୍କ_ଫୋକସରେ_୯ଟି_କ୍ଷେତ୍ର
ମୋଦି 3.Oର ୯ ସୂତ୍ରୀ ପ୍ରଥମ ବଜେଟରେ ମଧ୍ୟବିତ୍ତ ଓ ଯୁବବର୍ଗଙ୍କୁ ଗୁରୁତ୍ୱ । #Budget2024#ବିକଶିତଭାରତ#NirmalaSitharaman#OTVpic.twitter.com/3iIJWVhvj2— ଓଟିଭି (@otvkhabar) July 23, 2024
- Jul 23, 2024 21:22 IST
ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କରେ ପ୍ରଥମଥର ପାଇଁ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି ସରକାର
#ଶସ୍ତା_ହେଲା_ସୁନା_ରୁପା_ପ୍ଲାଟିନମ୍
ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କରେ ପ୍ରଥମଥର ପାଇଁ ବଡ ଧରଣର ପରିବର୍ତ୍ତନ ଆଣିଛନ୍ତି ସରକାର । ଯାହାର ପ୍ରଭାବରେ ଶସ୍ତା ହୋଇଛି ସୁନା, ରୁପା, ପ୍ଲାଟିନମ୍ ଏବଂ ମୋବାଇଲ୍ ଫୋନ୍#Goldprice#Budget2024#BudgetSession2024#UnionBudget2024#NirmalaSitharaman#OdishaTV#OTVpic.twitter.com/HneNgsmFkj— ଓଟିଭି (@otvkhabar) July 23, 2024
- Jul 23, 2024 21:21 IST
ପୁରୁଣା ଅପରିବର୍ତ୍ତିତ, ନୂଆରେ ପରିବର୍ତ୍ତନ
ପୁରୁଣା ଅପରିବର୍ତ୍ତିତ, ନୂଆରେ ପରିବର୍ତ୍ତନ । ନୂଆ ଆୟକର ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି#Budget2024#NirmalaSitharaman#OTVpic.twitter.com/dGeJy3TYPL
— ଓଟିଭି (@otvkhabar) July 23, 2024
- Jul 23, 2024 21:21 IST
ବପିଢ଼ିଙ୍କ ନିଯୁକ୍ତିକୁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି
ଯୁବପିଢ଼ିଙ୍କ ନିଯୁକ୍ତିକୁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଦେଶରେ ଆତ୍ମନିଯୁକ୍ତିର ନୂଆ ସମ୍ଭାବନା ସୃଷ୍ଟି ହେବ । କେନ୍ଦ୍ର ବଜେଟକୁ ନେଇ CII ପକ୍ଷରୁ ଏହା କୁହାଯାଇଛି #Budget2024#Odisha#ବିକଶିତଓଡ଼ିଶା#OTVpic.twitter.com/RfHZ4Jvosk
— ଓଟିଭି (@otvkhabar) July 23, 2024
- Jul 23, 2024 21:20 IST
କମିଲା ସୁନା ଦର । ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ୩୫୦୦ ଟଙ୍କା କମିଛି...
କମିଲା ସୁନା ଦର । ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ୩୫୦୦ ଟଙ୍କା କମିଛି...#GoldPrice#Bhubaneswar#OTVpic.twitter.com/rJNJ8O40Be
— ଓଟିଭି (@otvkhabar) July 23, 2024
- Jul 23, 2024 19:57 IST
କେନ୍ଦ୍ର ବଜେଟକୁ ନେଇ କେତେ ସନ୍ତୁଷ୍ଟ ସାଧାରଣ ଜନତା
କେନ୍ଦ୍ର ବଜେଟକୁ ନେଇ କେତେ ସନ୍ତୁଷ୍ଟ ସାଧାରଣ ଜନତା#Budget2024#Odisha#OTVpic.twitter.com/5EFrkuE6zB
— ଓଟିଭି (@otvkhabar) July 23, 2024
- Jul 23, 2024 19:56 IST
ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ଐତିହ୍ୟ ଶାଢୀ; ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ...
ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ଶାଢୀ । କାହିଁକି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଏତେ ଚର୍ଚ୍ଚା ? ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା। ଏଥର ମଧ୍ୟ ପାରମ୍ପରିକ ଶାଢୀ ପିନ୍ଧି ସଂସଦରେ ବଜେଟ ଆଗତ କରିଛନ୍ତି । ତେବେ ଜାଣନ୍ତୁ ଏହା ପଛର ରହସ୍ୟ... ଅଧିକ ପଢ଼ନ୍ତୁ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721741085.jpg)
- Jul 23, 2024 19:55 IST
ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ବଜେଟ୍ ମିଳିଛି । ବଜେଟକୁ ସ୍ୱାଗତଯୋଗ୍ୟ କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ବଜେଟ୍ ମିଳିଛି । ବଜେଟକୁ ସ୍ୱାଗତଯୋଗ୍ୟ କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ#Budget2024#Odisha#ବିକଶିତଓଡ଼ିଶା#KVSinghdeo#OTVpic.twitter.com/bZfMKWPiSH
— ଓଟିଭି (@otvkhabar) July 23, 2024
- Jul 23, 2024 18:48 IST
ବଜେଟ୍ରେ ୯ ଦିଗ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ, ଜାଣନ୍ତୁ...
ବିକଶିତ ଭାରତ ନେଇ ବଜେଟରେ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି ସରକାର।
- ପ୍ରଥମ ପ୍ରାଥମିକତା କୃଷି ଉତ୍ପାଦନ ବୃଦ୍ଧି
- ଦ୍ବିତୀୟ ପ୍ରାଥମିକତା ନିଯୁକ୍ତି ଓ ଦକ୍ଷତା
- ତୃତୀୟ ପ୍ରାଥମିକତା ମାନବ ସମ୍ବଳ ବିକାଶ ଓ ସାମାଜିକ ନ୍ୟାୟ
- ଚତୁର୍ଥ ପ୍ରାଥମିକତା ନିର୍ମାଣ ଓ ସେବା କ୍ଷେତ୍ର
- ଅଧିକ ପଢ଼ନ୍ତୁ...
/odishatv-khabar/media/post_attachments/uploadimage/library/16_9/16_9_0/Budget_1721740527.jpg)
- Jul 23, 2024 18:41 IST
ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ#Budget2024#AshwiniVaishnaw#RailBudget#OTVpic.twitter.com/dyWFg1iMEb
— ଓଟିଭି (@otvkhabar) July 23, 2024
- Jul 23, 2024 18:41 IST
ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- ବଜେଟ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- 'ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଇଛି'
- 'ଆବଶ୍ୟକୀୟ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି'
- 'ପର୍ଯ୍ୟଟନ, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ, ମନ୍ଦିର ବିକାଶରେ ସହାୟକ ହେବ'
- ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ- ମୋହନ ମାଝୀ/odishatv-khabar/media/post_attachments/media/GTLA8mcWoAA9Pyw.jpeg)
- Jul 23, 2024 18:40 IST
ନୂଆ ନିଯୁକ୍ତି ନେଇ ଆସିବ ଯୋଜନା । କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା...
ନୂଆ ନିଯୁକ୍ତି ନେଇ ଆସିବ ଯୋଜନା । କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା...#Employment#Budget2024#Odisha#ବିକଶିତଭାରତ#OTVpic.twitter.com/JxEgGSQF9x
— ଓଟିଭି (@otvkhabar) July 23, 2024
- Jul 23, 2024 18:40 IST
କମିଲା ସୁନା ଦର । ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପୁିଛା ୩୫୦୦ ଟଙ୍କା କମିଛି...
କମିଲା ସୁନା ଦର । ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପୁିଛା ୩୫୦୦ ଟଙ୍କା କମିଛି...#GoldPrice#Bhubaneswar#OTVpic.twitter.com/vSMXaRTWVP
— ଓଟିଭି (@otvkhabar) July 23, 2024
- Jul 23, 2024 18:39 IST
ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
/odishatv-khabar/media/post_attachments/media/GTKn2NraYAARet7.jpeg)
/odishatv-khabar/media/post_attachments/media/GTKn5VSaIAAPKtE.jpeg)
/odishatv-khabar/media/post_attachments/media/GTKn5VQa0AAEBKj.jpeg)
/odishatv-khabar/media/post_attachments/media/GTKn5VQaUAEgSxR.jpeg)
- Jul 23, 2024 18:37 IST
୬% କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର କମିଲା ସୁନା ଦର
୬% କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର କମିଲା ସୁନା ଦର
୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା ହ୍ରାସ ପାଇଥିବା ସୂଚନା
ପୂର୍ବରୁ ୧୦ ଗ୍ରାମ ପିଛା ୬୭, ୫୦୦ ଥିଲା, ଏବେ ୬୪ ହଜାର
ପୂର୍ବରୁ ରୁପା କିଲୋ ୯୫ ହଜାର ଥିଲା, ଏବେ ୯୦ ହଜାର
/odishatv-khabar/media/post_attachments/media/GTKrRF7WwAAmasS.jpeg)
- Jul 23, 2024 18:31 IST
ଓଡ଼ିଶା ପାଇଁ କ’ଣ ରହିଛି ନିର୍ମଳାଙ୍କ ବଜେଟ୍ରେ, ୨ଟି ବଡ଼ କଥା କହିଛନ୍ତି ଅର୍ଥମନ୍ତ୍ରୀ
ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି । ନିଜ ଅଭିଭାଷଣରେ ସେ କହିଛନ୍ତି, ମନ୍ଦିର, ଅଭୟାରଣ୍ୟ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ । ଅଧିକ ପଢ଼ନ୍ତୁ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721728073.jpg)
- Jul 23, 2024 18:31 IST
ପ୍ରଥମ ଚାକିରି ପାଇଁ ମିଳିବ ଏତିକି ଟଙ୍କା, ସୀତାରମଣ କଲେ ବଡ଼ ଘୋଷଣା
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଅଧିକ ପଢ଼ନ୍ତୁ...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721725051.jpg)
- Jul 23, 2024 18:30 IST
ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି
ଛିଦିନ ତଳେ ଲଗାତାର ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗହଣା ପ୍ରିୟ ଭାରତୀୟଙ୍କର ଜୀବନ ନେଇ ଯାଇଥିଲା ସୁନାଦର । ସୁନା କିଣିବା ପୂର୍ବରୁ ଶହେ ଥର ଭାବୁଥିଲେ ଲୋକେ । ପରିସ୍ଥିତି ଏପରି ଆସିଥିଲା ଯେ, ଝିଅ ବାହାଘର କରିବାକୁ ଡରୁଥିଲେ ଲୋକେ । ତେବେ ଆଜିର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସୂଚନା ସୁନା ବଜାରରେ ହଲଚଲ୍ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ...
/odishatv-khabar/media/post_attachments/uploadimage/library/16_9/16_9_0/Gold_Rate_1721735161.jpg)
- Jul 23, 2024 16:16 IST
ରାଷ୍ଟ୍ରପତି ଭବନରେ କେନ୍ଦ୍ର ଅର୍ଥମନ୍ତ୍ରୀ..
ସଂସଦରେ ବଜେଟ୍ ଉପସ୍ଥାପନ ପୂର୍ବରୁ, ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆଲୋଚନା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। ନିର୍ମଳାଙ୍କୁ ଶୁଭେଚ୍ଛା ଜଣେଇଥିଲେ ରାଷ୍ଟ୍ରପତି। #Budget2024#BudgetSession2024#UnionBudget2024… pic.twitter.com/29I9XLKdqH
— ଓଟିଭି (@otvkhabar) July 23, 2024
- Jul 23, 2024 15:52 IST
‘ଯଦି ମଧ୍ୟବିତ୍ତଙ୍କୁ ଆଉ କିଛି ଟିକେ ଦେବେ..ହାପି ଲାଗିବ'
- Jul 23, 2024 15:49 IST
ଓଡ଼ିଶା ପାଇଁ କ’ଣ ରହିଛି ନିର୍ମଳାଙ୍କ ବଜେଟ୍ରେ
ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି । ନିଜ ଅଭିଭାଷଣରେ ସେ କହିଛନ୍ତି, ମନ୍ଦିର, ଅଭୟାରଣ୍ୟ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ । ଅଧିକ ପଢନ୍ତୁ...
- Jul 23, 2024 15:11 IST
SHG ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି
#SHG_ମହିଳାଙ୍କ_ପାଇଁ_ବଡ଼_ଘୋଷଣା_କରିଛନ୍ତି
'ଓଡ଼ିଶା ମଧ୍ୟ କୌଣସି ମାତ୍ରାରେ କମ୍ ରହିବ ନାହିଁ। ମାନ୍ୟବର ଅର୍ଥମନ୍ତ୍ରୀ SHG ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଗରିବ, ମହିଳା,ଯୁବା ଓ ଅନ୍ନଦାତାଙ୍କୁ ଦିଆଯାଇଛି ଫୋକସ୍।' #BudgetSession2024#UnionBudget2024#NirmalaSitharaman#OdishaTV#OTVpic.twitter.com/SJUCxNFAXM— ଓଟିଭି (@otvkhabar) July 23, 2024
- Jul 23, 2024 15:00 IST
ନୂଆ ଚାକିରିଆଙ୍କୁ ପ୍ରୋତ୍ସାହନ
#ନୂଆ_ଚାକିରିଆଙ୍କୁ_ପ୍ରୋତ୍ସାହନ
-ନୂଆ ଚାକିରି କରୁଥିବା ଯୁବବର୍ଗ ଓ ନିଯୁକ୍ତିଦାତାଙ୍କୁ ପ୍ରୋତ୍ସାହନ
-ନିଯୁକ୍ତିର ପ୍ରଥମ ମାସ ଦରମା ପ୍ରଦାନ ନେଇ ବଜେଟରେ ଘୋଷଣା
-ପ୍ରଥମ ମାସର ଦରମା ୩ଟି କିସ୍ତିରେ ପ୍ରଦାନ କରିବ ଇପିଏଫ୍ଓ
-ଡିବିଟି ଜରିଆରେ ନୂଆ ଚାକିରିଆଙ୍କ ଖାତାକୁ ଯିବ ପ୍ରୋତ୍ସାହନ ରାଶି
-ସର୍ବାଧିକ ୧୫ ହଜାର ପର୍ଯ୍ୟନ୍ତ… pic.twitter.com/dAzHSfVkCd— ଓଟିଭି (@otvkhabar) July 23, 2024
- Jul 23, 2024 14:47 IST
ଡିବିଟି ଜରିଆରେ ମାସକର ଦରମା ୩ଟି କିସ୍ତିରେ ମିଳିବ
ଡିବିଟି ଜରିଆରେ ମାସକର ଦରମା ତିନୋଟି କିସ୍ତିରେ ନୂଆ କର୍ମଚାରୀଙ୍କୁ ଦେବେ ସରକାର...ଯେଉଁଥିରେ ପାଖାପାଖି ଦୁଇ କୋଟି ଦଶ ଲକ୍ଷ ଯୁବକ ଯୁବତୀ ଉପକୃତ ହେବେ...#Budget2024#CentralBudget#NirmalaSitharaman#OTVpic.twitter.com/QXOymuHiPu
— ଓଟିଭି (@otvkhabar) July 23, 2024
- Jul 23, 2024 14:46 IST
୫ ବର୍ଷରେ ୪କୋଟି ନିଯୁକ୍ତି କରାଯିବ
#୫_ବର୍ଷରେ_୪କୋଟି_ନିଯୁକ୍ତି_କରାଯିବ
ଭାରତରେ ୫ ବର୍ଷରେ ୪କୋଟି ନିଯୁକ୍ତି କରାଯିବାକୁ ନେଇ ଶୁଣନ୍ତୁ କଣ କହୁଛନ୍ତି ଅର୍ଥନୀତିଜ୍ଞ ଏ.କେ. ସାବତ #Budget2024#BudgetSession2024#UnionBudget2024#OdishaTV#OTVpic.twitter.com/64fjoSJBOL— ଓଟିଭି (@otvkhabar) July 23, 2024
- Jul 23, 2024 14:46 IST
ପ୍ରଥମ ଚାକିରି ପାଇଁ ମିଳିବ ଏତିକି ଟଙ୍କା..
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଏହା ସହ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଥର କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ସମସ୍ତ ନୂତନ କର୍ମଚାରୀଙ୍କୁ ସରକାର ଏକ ମାସର ଦରମା ଦେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ପାଣ୍ଠିର ଅବଦାନ ଭାବରେ ଏହି ରାଶି ପ୍ରଦାନ କରାଯିବ । ଅଧିକ ପଢନ୍ତୁ..
- Jul 23, 2024 14:27 IST
ସବୁ ବର୍ଗଙ୍କୁ ଗୁରୁତ୍ବ: ମୋଦି
#ସବୁ_ବର୍ଗଙ୍କୁ_ଗୁରୁତ୍ବ: ମୋଦି
-ବଜେଟ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା
-୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି
-ଏହି ବଜେଟ୍ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି
-ଯୁବ ବର୍ଗ ବଜେଟ୍ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ- ମୋଦି
-ଶିକ୍ଷା ଓ ଦକ୍ଷତା ବିକାଶ ବଜେଟରୁ ବିଶେଷ ଉପକୃତ ହେବେ… pic.twitter.com/w7yafBxb6E— ଓଟିଭି (@otvkhabar) July 23, 2024
- Jul 23, 2024 14:26 IST
କେନ୍ଦ୍ର ବଜେଟ୍: କେଉଁ ବିଭାଗକୁ ମିଳିଲା କେତେ?
କେନ୍ଦ୍ର ବଜେଟ୍: କେଉଁ ବିଭାଗକୁ ମିଳିଲା କେତେ?#Budget2024#BudgetSession2024#UnionBudget2024#NirmalaSitharaman#OTVpic.twitter.com/KCodjBu2gI
— ଓଟିଭି (@otvkhabar) July 23, 2024
- Jul 23, 2024 14:20 IST
କେନ୍ଦ୍ର ବଜେଟ୍ ସ୍ୱାଗତଯୋଗ୍ୟ
#କେନ୍ଦ୍ର_ବଜେଟ୍_ସ୍ୱାଗତଯୋଗ୍ୟ'
'କେନ୍ଦର ସରକାରଙ୍କ ବଜେଟ୍ ସ୍ୱାଗତଯୋଗ୍ୟ । ବଜେଟରେ ଇନଫ୍ରାଷ୍ଟ୍ରକଚରକୁ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି, ଯାହାକି ଓଡ଼ିଶା ପାଇଁ ଭଲ। '#UCCIL#BudgetSession2024#OdishaTV#OTVpic.twitter.com/v856IOBG9M— ଓଟିଭି (@otvkhabar) July 23, 2024
- Jul 23, 2024 14:05 IST
ମହଙ୍ଗା ହେବ ପ୍ଲାଷ୍ଟିକ
#ମହଙ୍ଗା_ହେବ_ପ୍ଲାଷ୍ଟିକ
ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।#Budget2024#BudgetSession2024#UnionBudget2024#NirmalaSitharaman#OdishaTV#OTVpic.twitter.com/W6v2XocHg5— ଓଟିଭି (@otvkhabar) July 23, 2024
- Jul 23, 2024 14:04 IST
ମହଙ୍ଗା ହେବ ପ୍ଲାଷ୍ଟିକ
#ମହଙ୍ଗା_ହେବ_ପ୍ଲାଷ୍ଟିକ
-ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ
-ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ#Budget2024#UnionBudget2024#NirmalaSitharaman#OTVpic.twitter.com/cw7cu3eO9j— ଓଟିଭି (@otvkhabar) July 23, 2024
- Jul 23, 2024 14:01 IST
ବଜେଟ୍-୨୦୨୪: କ’ଣ ହେଲା ଶସ୍ତା ? କଣ ହେଲା ମହଙ୍ଗା ?
ଖୁସି ଖବର । ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଆହୁରି ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଅଧିକ ପଢନ୍ତୁ..
- Jul 23, 2024 13:55 IST
ଆପଣଙ୍କୁ କେତେ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ଦେଖନ୍ତୁ...
ବର୍ଷକୁ କେତେ ଟଙ୍କା ଆୟ କରୁଥିଲେ, ଆପଣଙ୍କୁ କେତେ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ଦେଖନ୍ତୁ... #Budget2024#BudgetSession2024#UnionBudget2024#NirmalaSitharaman#OdishaTV#OTVpic.twitter.com/NObQmkMu7Y
— ଓଟିଭି (@otvkhabar) July 23, 2024
- Jul 23, 2024 13:54 IST
ଶସ୍ତା ହେବ ସୁନା ରୁପା
#ଶସ୍ତା_ହେବ_ସୁନା_ରୁପା
ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ଶସ୍ତା ହେବ । #Budget2024#UnionBudget2024#NirmalaSitharaman#OTVpic.twitter.com/OzjXPep4bj— ଓଟିଭି (@otvkhabar) July 23, 2024
- Jul 23, 2024 13:53 IST
ବଜେଟ୍ ମୁଖ୍ୟାଂଶ..
ବଜେଟ୍ ମୁଖ୍ୟାଂଶ..#BudgetHighlights#UnionBudget2024#OTVpic.twitter.com/POsTX48HLf
— ଓଟିଭି (@otvkhabar) July 23, 2024
- Jul 23, 2024 13:53 IST
ବଜେଟ୍ ମୁଖ୍ୟାଂଶ..
ବଜେଟ୍ ମୁଖ୍ୟାଂଶ..#BudgetHighlights#UnionBudget2024#OTVpic.twitter.com/HO6PUwifD5
— ଓଟିଭି (@otvkhabar) July 23, 2024
- Jul 23, 2024 13:49 IST
Budget 2024: ଆୟକର ସ୍ଲାବରେ ପରିବର୍ତ୍ତନ
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବରେ ପରିବର୍ତ୍ତନ କରି ଆୟକର ଦାତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହିତ ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ଅଧିକ ପଢନ୍ତୁ..
- Jul 23, 2024 13:48 IST
ପେନସନଧାରୀ ହେବେ ମାଲାମାଲ୍
#ପେନସନଧାରୀ_ହେବେ_ମାଲାମାଲ୍
ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ମାଲାମାଲ୍ ହେବେ ପେନସନଧାରୀ...କାହା ପାଇଁ ରହିଛି କ’ଣ...? #Budget2024#BudgetSession2024#NirmalaSitharaman#OdishaTV#OTVpic.twitter.com/Na2ElbTHHn— ଓଟିଭି (@otvkhabar) July 23, 2024
- Jul 23, 2024 13:48 IST
ଓଡ଼ିଶା ପର୍ଯ୍ୟଟନର ବିକାଶ ହେବ
#ଓଡ଼ିଶା_ପର୍ଯ୍ୟଟନର_ବିକାଶ_ହେବ
ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଜେଟରେ ଘୋଷଣା । ‘ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା’ । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ- ଅର୍ଥମନ୍ତ୍ରୀ#Budget2024#UnionBudget2024#NirmalaSitharaman#OTVpic.twitter.com/G7bqJcdC28— ଓଟିଭି (@otvkhabar) July 23, 2024
- Jul 23, 2024 13:47 IST
୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା
#୫_ରାଜ୍ୟକୁ_ବନ୍ୟା_ନିୟନ୍ତ୍ରଣ_ସହାୟତା
ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ#Budget2024#UnionBudget2024#NirmalaSitharaman#OTVpic.twitter.com/838CIGanBc— ଓଟିଭି (@otvkhabar) July 23, 2024
- Jul 23, 2024 13:04 IST
୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ
#୩_ଲକ୍ଷ_ପର୍ଯ୍ୟନ୍ତ_ଆୟ_ପାଇଁ_ଆୟକର_ନାହିଁ
ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ । ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ । #Budget2024#UnionBudget2024#NirmalaSitharaman#OTVpic.twitter.com/1gUuU6NwDY— ଓଟିଭି (@otvkhabar) July 23, 2024
- Jul 23, 2024 13:03 IST
ଜମିବାଡ଼ି ପାଇଁ ଭୂ ଆଧାର
#ଜମିବାଡ଼ି_ପାଇଁ_ଭୂ_ଆଧାର
ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର । ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ #Budget2024#UnionBudget2024#NirmalaSitharaman#OTVpic.twitter.com/jqTac705gu— ଓଟିଭି (@otvkhabar) July 23, 2024
- Jul 23, 2024 12:55 IST
ବଜେଟରେ ବଡ଼ ଘୋଷଣା
#ବଜେଟରେ_ବଡ଼_ଘୋଷଣା#୩_କୋଟି_ପିଏମ୍ଏୱାଇ
ଆଉ ୩ କୋଟି ଆବାସ ଗୃହ ନିର୍ମାଣ ନେଇ ଅର୍ଥମନ୍ତ୍ରୀ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ #Budget2024#BudgetSession2024#NirmalaSitharaman#OdishaTV#OTVpic.twitter.com/1ie63AgT72— ଓଟିଭି (@otvkhabar) July 23, 2024
- Jul 23, 2024 12:54 IST
କେନ୍ଦ୍ର ବଜେଟ୍ ନେଇ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା..
କେନ୍ଦ୍ର ବଜେଟ୍ ନେଇ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା। କହିଲେ ଯୁବକ, ମହିଳା, କୃଷକ, ବେକାରୀ ଏବଂ ମୁଦ୍ରାସ୍ଫୀତି ହେଉଛି ପ୍ରମୁଖ ପ୍ରସଙ୍ଗ ।#BudgetSession2024#TMC_MP#OTVpic.twitter.com/ns6NbxobAM
— ଓଟିଭି (@otvkhabar) July 23, 2024
- Jul 23, 2024 12:53 IST
ବଜେଟ୍-୨୦୨୪: ସାଂସଦ ହରସିମରତ କୌର ବାଦଲଙ୍କ ପ୍ରତିକ୍ରିୟା
କେନ୍ଦ୍ର ବଜେଟ୍ ନେଇ ଶିରୋମଣି ଅକାଳୀ ଦଳ ସାଂସଦ ହରସିମରତ କୌର ବାଦଲ କଣ କହୁଛନ୍ତି ଶୁଣନ୍ତୁ...#BudgetSession2024#OTVpic.twitter.com/n1hUYEHWhf
— ଓଟିଭି (@otvkhabar) July 23, 2024
- Jul 23, 2024 12:40 IST
ଶସ୍ତା ହେବ ମୋବାଇଲ, ଚାର୍ଜର, ବ୍ୟାଟେରୀ...
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
- Jul 23, 2024 12:38 IST
୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ
#୩_ଲକ୍ଷ_ପର୍ଯ୍ୟନ୍ତ_ଆୟ_ପାଇଁ_ଆୟକର_ନାହିଁ
-ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ
-ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ
-୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫%
-୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%
-୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ… pic.twitter.com/AOebcY1Vaj— ଓଟିଭି (@otvkhabar) July 23, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)