/odishatv-khabar/media/post_attachments/uploadimage/library/16_9/16_9_0/Budget_1721749763.jpg)
Budget
ଶସ୍ତା ହେଲା ସୁନା, ରୁପା ଓ ପ୍ଲାଟିନମ୍। କାରଣ, ବଜେଟରେ ଏସବୁ ଉପରୁ କଷ୍ଟମ ଡ୍ୟୁଟି ଅର୍ଥାତ୍ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ସୁନା ଉପରେ ସୀମା ଶୁଳ୍କ ୧୫ ପ୍ରତିଶତ ଥିଲା। ଏବେ ଏହା ୬ ପ୍ରତିଶତକୁ ହ୍ରାସ ପାଇବାରୁ ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା କମିଛି। ଆଜି ସକାଳେ ୧୦ ଗ୍ରାମ ପିଛା ୬୭ ହଜାର ୫୦୦ ଟଙ୍କା ଥିଲା ସୁନା ଦର। ଏବେ ଏହା ୬୪ ହଜାର ଟଙ୍କାକୁ ଖସି ଆସିଛି।
ସେହିପରି ୯୫ ହଜାର ଟଙ୍କାରେ ବିକ୍ରି ହେଉଥିବା ରୁପା କିଲୋ ଏବେ ୯୦ ହଜାର 'ଟଙ୍କାକୁ ଖସିଛି। ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬.୪ ପ୍ରତିଶତକୁ ହ୍ରାସ ପାଇଛି। ନିକଟରେ ମୋବାଇଲ୍ ଫୋନ୍ କିଣିବାକୁ ପ୍ଲାନ୍ କରୁଥିବା ଗ୍ରାହକଙ୍କ ପାଇଁ ବି ଖୁସି ଖବର ଆଣିଛି ଚଳିତ ବଜେଟ୍। ଶସ୍ତା ହୋଇଛି ମୋବାଇଲ୍ ଫୋନ୍, ଚାର୍ଜର ଓ ବ୍ୟାଟେରୀ। ଏସବୁ ସାମଗ୍ରୀ ଉପରେ ସୀମା ଶୁଳ୍କ ୧୫% ହ୍ରାସ କରିଛନ୍ତି ସରକାର। ଆଉ ୩ଟି କ୍ୟାନସର ଔଷଧ ଉପରେ ସୀମା ଶୁଳ୍କ ଛାଡ ନେଇ ବଜେଟରେ ଘୋଷଣା ହୋଇଥିବାରୁ ଏହା ମଧ୍ୟ ଶସ୍ତା ହୋଇଛି।
ସେହିପରି ଏକ୍ସରେ ମେସିନ, ସୋଲାର ପ୍ୟାନେଲ, ସି-ଫୁଡ୍, ଚମଡା ଯୋତା, ପୋଷାକ, ତମ୍ବା ସାମଗ୍ରୀ, ଜାହାଜ ଉପକରଣ ଏବଂ ୨୫ ପ୍ରକାରର କ୍ରିଟିକାଲ୍ ମିନେରାଲ୍ସ ଅର୍ଥାତ ଖଣିଜ ବି ଶସ୍ତା ହୋଇଛି।
ଏବେ ଆସନ୍ତୁ ଜାଣିବା ବଜେଟରେ ମହଙ୍ଗା କଣ ହୋଇଛି। ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ଉତ୍ପାଦ, ପେଟ୍ରୋକେମିକାଲ ଉତ୍ପାଦ, ଲାବ୍ରୋଟାରୀ କେମିକାଲ୍ସ, ପିଭିସି ଫ୍ଲେକ୍ସ ଏବଂ ବ୍ୟାନର୍ସ, ଆମୋନିୟମ ନାଇଟ୍ରେଟ୍, ସୋଲାର ଗ୍ଲାସ, ରୋଷ୍ଟେଡ୍ ନଟ୍ସ ଏବଂ ଟେଲିକମ୍ ଉପକରଣ ମହଙ୍ଗା ହୋଇଛି। ୨୦୧୫ରେ ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କରେ ପ୍ରଥମଥର ପାଇଁ ଏତେ ବଡ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)