• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଛିଦିନ ତଳେ ଲଗାତାର ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗହଣା ପ୍ରିୟ ଭାରତୀୟଙ୍କର ଜୀବନ ନେଇ ଯାଇଥିଲା ସୁନାଦର । ସୁନା କିଣିବା ପୂର୍ବରୁ ଶହେ ଥର ଭାବୁଥିଲେ ଲୋକେ । ପରିସ୍ଥିତି ଏପରି ଆସିଥିଲା ଯେ, ଝିଅ ବାହାଘର କରିବାକୁ ଡରୁଥିଲେ ଲୋକେ । ତେବେ ଆଜିର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସୂଚନା ସୁନା ବଜାରରେ ହଲଚଲ୍ ସୃଷ୍ଟି କରିଛି ।

ଆଜି କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍କ ବଜେଟ୍ ଉପସ୍ଥାପିତ ହୋଇଛି । ବଜେଟ୍‌ରେ କେନ୍ଦ୍ର ସରକାର ଆଜି ସୁନା ଓ ରୂପାରେ କଷ୍ଟମ ଡ୍ୟୁଟି କମାଇଛନ୍ତି । ଫଳରେ ଏହାର ପ୍ରଭାବରେ ଏକା ଥରେ ସୁନା ମାର୍କେଟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର କମିଯାଇଛି ସୁନା ଦର।

ଅଧିକ ପଢ଼ନ୍ତୁ: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା; ଶସ୍ତା ହେବ ମୋବାଇଲ, ଚାର୍ଜର, ବ୍ୟାଟେରୀ...

୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । କିଛିଦିନ ପୂର୍ବରୁ ୧୦ ଗ୍ରାମ ପିଛା ସୁନା ୬୭, ୫୦୦ ଟଙ୍କା ଥିଲା । ବର୍ତ୍ତମାନ ଏକ ବଡ଼ ଧରଣର ହ୍ରାସ ଘଟି ଏହା ଏବେ ୬୪ ହଜାରରେ ପହଞ୍ଚିଛି । ସେହିପରି ରୂପା ଦରରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଛି । ପୂର୍ବରୁ ରୁପା କିଲୋ ୯୫ ହଜାର ଥିଲା ।

ତେବେ ଆଜି ବଜେଟ୍ ଉପସ୍ଥାପନ ପରେ ଏହା ବର୍ତ୍ତମାନ ୯୦ ହଜାରରେ ପହଞ୍ଚିଛି । ସେହିପରି ବଜେଟ୍‌ରେ କିଛି ଜିନିଷକୁ ଶସ୍ତା କରି ଦିଆଯାଇଛି । ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ସହ ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଶସ୍ତା ହେବ ସୁନା, ରୁପା ଓ ପ୍ଲାଟିନମ୍ ।

ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସେପଟେ ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ନୂଆ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା । EPFOରେ ଯୋଡ଼ି ହୋଇଥିବା ଚାକିରିଆଙ୍କୁ ଗୋଟିଏ ମାସର ବେତନ ମିଳିବ । ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ୩ଟି କିସ୍ତିରେ DBT ମାଧ୍ୟମରେ ସୁବିଧା ମିଳିବ । କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା । ଇଣ୍ଟର୍ଣ୍ଣସିପ୍ ବେଳେ ମିଳିବ ମାସିକ ୫ହଜାର ଟଙ୍କା ଭତ୍ତା ।

ସେହିପରି ଆଉ ୩ କୋଟି ଆବାସ ଗୃହ ନିର୍ମାଣ ନେଇ ମଧ୍ୟ ଘୋଷଣା ହୋଇଛି । ସେପଟେ ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ ଫୁଡ୍ ହବ୍ । ୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ । ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର । ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ।

ଅଧିକ ପଢ଼ନ୍ତୁ: Budget 2024: ଆୟକର ସ୍ଲାବରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଆୟ ପାଇଁ ଦେବାକୁ ପଡ଼ିବ କେତେ ଟିକସ...

OTV is now on Whatsapp

Join and get latest news update delivered to you via whatsapp

Join Now