/odishatv-khabar/media/media_files/2025/10/26/sarala_award-2025-10-26-22-11-54.jpg)
SARALA_AWARD Photograph: (OTV)
ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାରରେ ପୁରସ୍କୃତ କରାଯାଇଛି। ୨୦୨୩ରେ ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ବରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଉତ୍ତରୀୟ, ସମ୍ମାନପତ୍ର ଏବଂ ଫଳକ ସହିତ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
ସେହିପରି ଖ୍ୟାତନାମା ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ଓଡ଼ିଆ ସଂଗୀତ ଗୁରୁ ରାମହରି ଦାସଙ୍କୁ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦରେ ଉଭୟଙ୍କୁ ୨ ଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଦାନ କରାଯାଇଛି ମାନପତ୍ର ଓ ଫଳକ।
ସାହିତ୍ୟ ଓ କଳା କ୍ଷେତ୍ରରେ ସାଧନା ସହ କୃତୀ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଇଥାଏ ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ସହ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ହିନ୍ଦୀ କବୟିତ୍ରୀ ତଥା ଲେଖିକା ପ୍ରଫେସର ସବିତା ସିଂ । ଇମ୍ଫା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ପାରମିତା ପଣ୍ଡାଙ୍କ ସହ ରାଜ୍ୟର ବହୁ ବିଶିଷ୍ଟ ଲେଖକ ଏବଂ ସାହିତ୍ୟପ୍ରେମୀ ଯୋଗଦେଇଥିଲେ କାର୍ଯ୍ୟକ୍ରମରେ। ...
#ଦେବଦାସ_ଛୋଟରାୟଙ୍କୁ_ଶାରଳା_ପୁରସ୍କାର
— ଓଟିଭି (@otvkhabar) October 26, 2025
-ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ମିଳିଲା ଶାରଳା ପୁରସ୍କାର
-ଗଳ୍ପ ସଂକଳନ 'ମ୍ୟାଟିନି ସୋ' ପାଇଁ ପ୍ରଦାନ କରାଗଲା ଶାରଳା ପୁରସ୍କାର
-ଭୁବନେଶ୍ବରରେ ବର୍ଣ୍ଣାଢ୍ୟ ସମାବେଶରେ ପୁରସ୍କୃତ କରାଗଲା
-ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ
-ଚିତ୍ରଶିଳ୍ପୀ ବଳଦେବ… pic.twitter.com/L0XdxXY9K3
ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ଶାରଳା ପୁରସ୍କାର
୨୦୨୩ରେ ପ୍ରକାଶିତ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପୁରସ୍କାର
ଚିତ୍ରଶିଳ୍ପୀ ବଳଦେବ ମହାରଥା ଓ ସଂଗୀତ ଗୁରୁ ରାମହରି ଦାସଙ୍କୁ ବି ସମ୍ମାନ
‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ରେ ବଳଦେବ ଓ ରାମହରି ସମ୍ମାନିତ
ମୁଖ୍ୟ ଅତିଥି ଥିଲେ ବିଶିଷ୍ଟ ହିନ୍ଦୀ କବୟିତ୍ରୀ ପ୍ରଫେସର ସବିତା ସିଂ
Salman Khan’s Name on Terror Watchlist: ଆତଙ୍କବାଦୀ ୱାଚ୍ ଲିଷ୍ଟରେ ସଲମାନ ଖାନ, ପାକିସ୍ତାନର ବଢ଼ିଯାଇଛି ରାଗ

Excise Dept Busts: ସ୍ବାମୀ-ସ୍ତ୍ରୀଙ୍କ କଳା ବେପାର , ଢୋକେ ପିଇଲେ ଘଣ୍ଟେ ନିଦ...ଚକାଚକ୍ ବୋତଲରେ ଚିକଚିକ୍ ମଦ

Odia NEET Aspirant Dead: ଖବର ଆସିଲା ତମ ପୁଅ ଆଉ ନାହିଁ...ଡାକ୍ତର ହୋଇଥାଆନ୍ତା, ଶବ ହୋଇ ଫେରିଛୁ

Police Officer Charged: ଫୋନ ଆସିଲା ଗୁଳିମାଡ଼ ହୋଇଛି, ପୋଲିସ ଅଧିକାରୀ ଗଲେ କାଫେ ...ଖାଇବାକୁ ପିଜା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)