Advertisment

Excise Dept Busts: ସ୍ବାମୀ-ସ୍ତ୍ରୀଙ୍କ କଳା ବେପାର , ଢୋକେ ପିଇଲେ ଘଣ୍ଟେ ନିଦ...ଚକାଚକ୍ ବୋତଲରେ ଚିକଚିକ୍ ମଦ

ଶନିବାର ରାତିରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲା l ସେହି ସମୟରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ପ୍ରାୟ ୧୪୩ ଲିଟର ବିଦେଶୀ ମଦ, ୬ ଲିଟର ଫ୍ଲେଭର, ୧୦ ଲିଟର କାରାମେଲ ଓ ୭ ହଜାର ୨୬୫ଟି ବିଭିନ୍ନ ବିଦେଶୀ ମଦ କମ୍ପାନୀର ଷ୍ଟିକର ଜବତ କରିଥିଲା ।

author-image
Manas Ranjan Mohanty
Kamakhyanagar-EXCISE-RAID

Kamakhyanagar-EXCISE-RAID Photograph: (OTV)

ଚକାଚକ୍ ବୋତଲରେ ଚିକଚିକ୍ ମଦ । ଢୋକେ ପିଇଲେ ଘଣ୍ଟେ ନିଦ । କିନ୍ତୁ ମଦ ମାଲିକର ନିଦ ଭାଙ୍ଗିଦେଲା ଅବକାରୀ ବିଭାଗ । ଘାଟା ହେଲା ସ୍ବାମୀ-ସ୍ତ୍ରୀଙ୍କ ବେଆଇନ ମଦ ବେପାର । ଧରା ପଡ଼ିଛନ୍ତି ନକଲି ମଦ କାରଖାନାର ଖୋଦ୍ ମାଲିକାଣୀ । ମାଲିକ ଫେରାର୍ ହୋଇଯାଇଛି ବିଭାଗ ବାନ୍ଧିଛି ମାଲିକାଣୀ ପଦ୍ମିନୀ ନାଏକଙ୍କୁ । ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ଥିଲା ଏହି ନକଲି ବିଦେଶୀ ମଦ କାରଖାନା । ଅବକାରୀ ବିଭାଗ ବଡ଼ ଧରଣ ଚଢ଼ାଉ କରି ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛି । 

Advertisment

ଶନିବାର ରାତିରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ନକଲି ମଦ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲା l ସେହି ସମୟରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ପ୍ରାୟ ୧୪୩ ଲିଟର ବିଦେଶୀ ମଦ, ୬ ଲିଟର ଫ୍ଲେଭର, ୧୦ ଲିଟର କାରାମେଲ ଓ ୭ ହଜାର ୨୬୫ଟି ବିଭିନ୍ନ ବିଦେଶୀ ମଦ କମ୍ପାନୀର ଷ୍ଟିକର ଜବତ କରିଥିଲା । ଖାଲି ସେତିକି ନୁହେଁ, ୧୭ ହଜାର ୯୯୭ଟି ନକଲି ଠିପି ଏବଂ ମଦରେ ବ୍ୟବହୃତ ଏକ ମେସିନକୁ ବି ଜବତ କରିଛି ଅବକାରୀ ବିଭାଗ l ସ୍ବାମୀ-ସ୍ତ୍ରୀଙ୍କ ଏ ବେଆଇନ୍ ମଦ କାରଖାନାର ଗୁମର ବିଭାଗ ଖୁଲାସା କରିଛି ।  ସ୍ତ୍ରୀ ହୋଇଛନ୍ତି ଗିରଫ, ଫେରାର ସ୍ବାମୀକୁ ଖୋଜୁଛି ବିଭାଗ । 



ତେବେ ଅନେକ ସମୟରେ ବିଭିନ୍ନ ନକଲି ମଦ କାରଖାନା ଉପରେ ଚଢ଼ାଉ କରିଛି ଅବକାରୀ ବିଭାଗ । ହେଲେ ପରଜଙ୍ଗରରେ ସ୍ବାମୀ-ସ୍ତ୍ରୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଏ ନକଲି ମଦ କାରଖାନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Advertisment
Advertisment