/odishatv-khabar/media/media_files/2025/10/26/odia-student-death-in-kota-2025-10-26-17-57-01.jpg)
Odia-student-death-in-Kota Photograph: (OTV)
ପୁଅ ଡାକ୍ତର ହେବ, ନାଁ ରଖିବ । କେତେ ଆଶା, କେତେ ଅସୁମାରୀ ସ୍ୱପ୍ନ ଦେଖିନଥିଲେ ସେ । ପୁଅକୁ ଡାକ୍ତର କରିବାକୁ କୋଟା ପଠାଇଥିଲେ । ହେଲେ ଖବର ଆସିଲା ତମ ପୁଅ ଆଉ ନାହିଁ... । ଗୋଟିଏ ଝଟ୍କାରେ ପାଉଁଶ ହୋଇଗଲା ସବୁ ସ୍ୱପ୍ନ । ଭାଙ୍ଗିପଡିଲା ଦୁଃଖର ପାହାଡ । ଡାକ୍ତର କରିବାକୁ ପଠାଇଥିବା ପୁଅକୁ ହରାଇ ଏ ଅସହାୟ ବାପାଟି ଆଜି ଯେମିତି ପାଷାଣ ପାଲଟି ଯାଇଛି । କେମିତି ବା ଧୈର୍ଯ୍ୟ ଧରିବେ
ଯେଉଁ ପୁଅକୁ ପଢିବାକୁ ପଠାଇଥିଲେ, ଆଜି ସେଇ ପୁଅର ଶବ ଆଣିବାକୁ ଯାଉଛନ୍ତି ସେ । ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ...ରାଜସ୍ଥାନ କୋଟାରେ ରୋସନ ପାତ୍ର ନାମକ ଜଣେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ଘର ଗଂଜାମ ପାତ୍ରପୁର ବ୍ଲକ ଅଭୟପୁର ଗାଁରେ ।
ନିଟ୍ ପରୀକ୍ଷା ପାଇଁ ଗତବର୍ଷଠୁ କୋଟାରେ ରହି କୋଚିଂ ନେଉଥିଲେ ରୋସନ । ଶନିବାର ସକାଳେ କୋଟାରୁ କଲ୍ ଆସିଲା, ତମ ପୁଅ ଦେହ ସିରିୟସ୍ । ଏଠିକୁ ଜଲଦି ଆସ । କିଛି ସମୟ ପରେ ରୋସନଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଘରଲୋକଙ୍କୁ ଫୋନ୍ କରି ଜଣାଇଥିଲେ ସାଙ୍ଗମାନେ । ଏହି ଖବର ପାଇବା ପରେ ରୋସନଙ୍କ ବାପା ଓ କକା କୋଟା ଅଭିମୁଖେ ଯାଇଛନ୍ତି ପୁଅର ମୃତଦେହ ଆଣିବାକୁ । ତେବେ କେମିତି ରୋସନଙ୍କ ମୃତ୍ୟୁ ହେଲା, ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଏ ଯାଏଁ ସ୍ପଷ୍ଟ ହୋଇନି ।
ପୁଅକୁ ହରାଇ ଭାଙ୍ଗିପଡିଛି ପୂରା ପରିବାର । ଛାତିରେ ପଥର ରଖି ପୁଅର ମୃତଦେହ ଫେରାଇ ଆଣିବାକୁ ରାଜସ୍ଥାନ ଯାଇଛନ୍ତି ବାପା । ସେଠି ପହଞ୍ଚିବା ପରେ ରୋସନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି ।
From Jail to Crime Again: ଜେଲ୍ ଫେରନ୍ତା ଅପରାଧୀର ରାକ୍ଷସ ମନୋବୃତ୍ତି: ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅସଦାଚରଣ କରିଥିବା ନାଇଟ୍ରାର ଅପରାଧ ରେକର୍ଡ

Rural Women Cheated: ୨ ଶହ ମହିଳାଙ୍କୁ ମରିଦେଲେ ଚୂନ, ଲକ୍ଷାଧିକ ଟଙ୍କା ଠକେଇ

Ex Sarpanch Scams: ଋଣ କରି ଲୁଟିନେଲେ ୨କୋଟିରୁ ଅଧିକ , ଟଙ୍କା ଫେରସ୍ତ ପାଇଁ ମହିଳାଙ୍କ ଦୂଆରେ ବ୍ୟାଙ୍କ

Heart breaking: ମାଆ ଲୋ ମୁଁ ଯାଉଛି...ତୋ ଦୁଃଖ ଆଉ ସହିପାରୁନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)