Advertisment

Gulf War Escalation: ଇରାନ କରୁଛି ବୁଦ୍ଧି ଯୁଦ୍ଧ, ଗଲ୍ଫ ଦେଶକୁ ଘନଘନ ଟାର୍ଗେଟ୍

ଆମେରିକା ଓ ଇସ୍ରାଲଏ ଇରାନ ଉପରେ ଘନଘନ ଆଟାକ୍ କରୁଛନ୍ତି । ଇରାନ ବି ସେମାନଙ୍କୁ କଡ଼ା ଜବାବ ଦେଇଛି । ହେଲେ ଇରାନ ତା’ ଚତୁଃପାର୍ଶ୍ବରେ ଥିବା ପଡ଼ୋଶୀ ଦେଶମାନଙ୍କ ଉପରେ କାହିଁକି ଆଟାକ୍ କରୁଛି ?

author-image
Tanmay Kumar Mahalik
Why Gulf States Being Attacked

Why Gulf States Being Attacked Photograph: (OTV)

ଗଲ୍ଫ ଦେଶକୁ କାହିଁକି ଟାର୍ଗେଟ କରୁଛି ଇରାନ ? ଆମେରିକା-ଇସ୍ରାଏଲକୁ ଛାଡ଼ି ଅନ୍ୟ ଦେଶ ଉପରେ ଇରାନ କାହିଁକି ଝାଡ଼ୁଛି ରାଗ ? ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧରେ କାହିଁକି ଟାର୍ଗେଟ ଗଲ୍ଫ ଦେଶ ? ନିଜ ମିତ୍ର ପଡ଼ୋଶୀ ଦେଶ ଉପରେ କାହିଁକି ଇରାନ ଆଟାକ୍ କରୁଛି ?

Advertisment

ଆମେରିକା ଓ ଇସ୍ରାଲଏ ଇରାନ ଉପରେ ଘନଘନ ଆଟାକ୍ କରୁଛନ୍ତି । ଇରାନ ବି ସେମାନଙ୍କୁ କଡ଼ା ଜବାବ ଦେଇଛି । ହେଲେ ଇରାନ ତା’ ଚତୁଃପାର୍ଶ୍ବରେ ଥିବା ପଡ଼ୋଶୀ ଦେଶମାନଙ୍କ ଉପରେ କାହିଁକି ଆଟାକ୍ କରୁଛି ? ଆସନ୍ତୁ ଜାଣିବା…

ଆର୍ଥିକ ଚାପରେ କୂଟନୀତିକ ଖେଳ ଖେଳୁଛି ତେହେରାନ । ଖଳ ଚାଲ୍ ଯୋଗୁଁ ବାରୁଦ ବିସ୍ଫୋରଣରେ ଯାଉଛି ମଣିଷ ଜୀବନ । ଆଜି ବି ମଧ୍ୟପ୍ରାଚ୍ୟ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଛି । ଚତୁର୍ଥ ଦିନରେ ଚାଲିଛି ଆମେରିକା–ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାସାନ ଲଢ଼େଇ ।

Advertisment

ଏଇ କିଛି ଦିନ ଧରି କୁୱେତ, କତାର, ବାହାରିନ ସହିତ ଅନ୍ୟାନ୍ୟ ଗଲ୍ଫ ଦେଶରେ ଥିବା ଆମେରିକୀୟ ସେନା ଘାଟି ଉପରେ ଇରାନ ଆଟାକ୍ କରୁଛି । ଏମିତିକି ଏୟାରପୋର୍ଟ, ବନ୍ଦର ଏବଂ ଅନ୍ୟ କିଛି ସ୍ଥାନକୁ ମଧ୍ୟ ଆକ୍ରମଣ କରୁଛି ।

Gulf Cooperation Council ବା GCC ଭିତରେ ଥିବା ବାହାରିନ, କୁୱେତ, ଓମାନ, କତାର, ସାଉଦି ଆରବ ଓ ୟୁଏଇ ସବୁ ଦେଶ ଇରାନ ପାଖାପାଖି ରହିଛି । ଆଉ ସେହି ସବୁ ସ୍ଥାନରେ ଆମେରିକୀୟ ସେନା ଘାଟି ରହିଛି । ତେଣୁ ଆଖିବୁଜା ମିସାଇଲ୍ ଆଟାକ୍ କରୁଛି ଇରାନ୍ ।

ସେହିଭଳି ସାଉଦି ଆରବର ରାସ୍ ତାନୁରା ରିଫାଇନେରୀ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଓମାନର ମସ୍କଟ ସମୁଦ୍ରତଟରେ ତେଲ ଟ୍ୟାଙ୍କର ଉପରେ ବି ଆକ୍ରମଣ କରୁଛି ଇରାନ । କତାରର ରାସ୍ ଲାଫାନ ଉର୍ଜାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ ହାମଲା କରିଛି ।

ଏସବୁ ଦେଶକୁ ଇରାନ ହମଲା କରିବାର ମୂଳ ଉଦ୍ଦେଶ୍ୟ ହେଲା ଏମାନଙ୍କ ନିକଟରେ ରହିଛି ଆମେରିକୀୟ ସାମରିକ ଘାଟି । ତେଣୁ ଏହି ଦେଶ ସବୁ ଇରାନର ଟାର୍ଗେଟରେ ରହିଛନ୍ତି । 

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ବୈଦେଶିକ ବିଶେଷଜ୍ଞଙ୍କ କହିବା କଥା, ଇରାନର ଯୋଜନା ପୂରା ସ୍ପଷ୍ଟ ହୋଇସାରିଛି । ସିଧାସଳଖ ଯୁଦ୍ଧରେ ଆମେରିକାକୁ ପରାଜିତ କରିବା ଇରାନ ପାଇଁ କଷ୍ଟକର ।

ତେଣୁ ଗଲ୍ଫ ଦେଶମାନଙ୍କ ଆର୍ଥିକ ନାଡ଼ୀକୁ ଆଘାତ କରୁଛି ଇରାନ୍ । ସେମାନଙ୍କ ଉପରେ ବାରମ୍ବାର ଚାପ ପଡ଼ିବା ପରେ ସେମାନେ ଯୁଦ୍ଧ ରୋକିବାକୁ ଆମେରିକାକୁ ପରାମର୍ଶ ଦେବେ । ଏ ହେଉଛି ତେହେରାନର ଆକଳନ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଯେହେତୁ ଇରାନ ବାରମ୍ବାର ଗଲ୍ଫ ଦେଶ ଗୁଡ଼ିକର ବିମାନ ବନ୍ଦର, ବନ୍ଦର ଓ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରୁଛି ତେଣୁ ଆର୍ଥଇକ କ୍ଷେତ୍ରରେ ଦେଶ ଗୁଡ଼ିକ ବେଶ୍ ପ୍ରଭାବିତ ହେବ ।

ଦେଶ ଦେଶ ମଧ୍ୟରେ ବ୍ୟବସାୟ, ପରିବହନ ଓ ଆର୍ଥିକ କ୍ଷତି ଘଟିବ ତେଣୁ ଇରାନର ଏହି ଯୋଜନା ଆମେରିକା ଓ ଅନ୍ୟ ଦେଶ ଗୁଡ଼ିକ ଉପରେ ଭାରି ପଡ଼ିବ ବୋଲି ସ୍ପଷ୍ଟ ହୋଇଛି । ତା’ ଛଡ଼ା ଇରାନ ଆମେରିକା ଓ ଇସ୍ରାଏଲ ପରି ଶକ୍ତିରେ ଯୁଦ୍ଧ କରିବାକୁ ଚାହୁଁନାହିଁ ।

ବୁଦ୍ଧି ଓ ଆର୍ଥିକ ଭବେ ଚାପ ସୃଷ୍ଟି କରି ଯୁଦ୍ଧର ବାଜି ଜିତିବାକୁ ଚାହୁଁଛି । ତେଣୁ ଏହାର ପ୍ରଭାବ ସାରା ବିଶ୍ୱର ତୈଳ ବଜାର ଓ ଅର୍ଥନୀତି ଉପରେ ପଡ଼ିବ ବୋଲି କୁହାଯାଉଛି । 

Iran Issues Arrest Warrant iran america war War
Advertisment
Related Articles
Advertisment