/odishatv-khabar/media/media_files/2026/03/05/bjp-warns-bjd-congress-alliance-could-backfire-2026-03-05-19-52-12.jpg)
ସମାଧି ନେଲା କି ବିଜେଡିର ସମଦୂରତା ନୀତି ? Photograph: (OTV)
ରାଜ୍ୟସଭା ନିର୍ବାଚନ ନାମାଙ୍କନ ବେଳେ ପିସିସି ସଭାପତିଙ୍କ ସହ ଏକାଠି ବସିଲେ ବିଜେଡି ସୁପ୍ରିମୋ । ସବୁ ବେଳେ କଂଗ୍ରେସ, ବିଜେପିଠାରୁ ସମଦୂରତା କଥା କହୁଥିବା ନବୀନଙ୍କ ବଦଳିଥିବା ନୀତିକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଏହା କଣ ନୂଆ ସମୀକରଣ ଆଡକୁ ଇଙ୍ଗିତ କରୁଛି କି । ସେପଟେ ନବୀନ କହିଛନ୍ତି ସମୟ କହିବ ଭବିଷ୍ୟତ କଣ ହେବ । ବିଜେପି କହିଛି, ବିଜେଡି-କଂଗ୍ରେସର ମିଳନ ନବୀନଙ୍କ ପାଇଁ ସାଜିବ ପତନର କାରଣ ।
ସମାଧି ନେଲା ସମଦୂରତା। ବିଜୁ ଜୟନ୍ତୀରେ କଂଗ୍ରେସର ହାତ ଧରିଲା ବିଜୁ ଜନତା ଦଳ ।ଏକାଠି ବସିଲେ ବିଜେଡି ସୁପ୍ରିମୋ ଓ ପିସିସି ସଭାପତି। କମନ କ୍ୟାଣ୍ଡିଡ଼େଟ୍ ପାଇଁ ମିଶି ବୈଠକ କଲେ ଦୁଇ ଦଳ । ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦେଖିବାକୁ ମିଳିଛି ଏଭଳି ରୋଚକ ଚିତ୍ର।
ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତି କଥା କହୁଥିଲେ, ମାତ୍ର ଏବେ ହାତ ସାଙ୍ଗେ ହାତ ମିଶାଇ ନିଜ ନୀତିକୁ ଜଳାଞ୍ଜଳି ଦେଇ ଦେଇଛନ୍ତି କି ? ତେବେ ନବୀନଙ୍କ ଏହି ମୁଭ ପଛର ଉଦ୍ଦେଶ୍ୟ କଣ ? ୨୦୨୪ ବିପର୍ଯ୍ୟୟ ପରେ ଦଳ ଭିତରେ ବିଦ୍ରୋହ ବଢୁଛି। ଯେଉଁଥିପାଇଁ ନବୀନ, ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି କି ଯେ ଦଳ ଲଢେଇ କରିବାକୁ ପ୍ରସ୍ତୁତ ? କଂଗ୍ରେସ ସହ ବୈଠକ ସମୟରେ ନବୀନ କହିଲେ ଧର୍ମନିରପେକ୍ଷ ଶକ୍ତି ଏକାଠି ହେବ । କିନ୍ତୁ ବାହାରେ ଗଣମାଧ୍ୟମ ଆଗରେ କହିଲେ ସମୟ କହିବ ଭବିଷ୍ୟତ କଣ ହେବ। ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ବିଜୁ ବାବୁଙ୍କ ଭଳି ସାହସିକତାର ନିଷ୍ପତ୍ତି ନେଇଛନ୍ତି ନବୀନ, ଯେଉଁଥିରେ ଆମେ ବିଜୟୀ ହେବୁ। ବିଜେପିର କାଉଣ୍ଟର ହେଲା, ବିଜେଡି–କଂଗ୍ରେସର ମିଳନ ନବୀନଙ୍କ ପତନର କାରଣ ସାଜିବ।..
ଆଜି ଥିଲା ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ପ୍ରଥମେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଦୁଇ ସେଟ୍ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ପରେ ପରେ ବିଜେଡି, କଂଗ୍ରେସ ଓ ସିପିଏମର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ଦାଖଲ କରିଥିଲେ ପ୍ରାର୍ଥୀ ପତ୍ର । ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ବେଳେ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ସହ ନବୀନ ଓ ଭକ୍ତ ଦାସ ଉପସ୍ଥିତ ଥିଲେ।
ଏହାପରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ରାଜ୍ୟ କାର୍ଯ୍ୟାଳୟରୁ ଏକ ପଟୁଆରରେ ବାହାରି ରାମ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତାପରେ ବିଧାନସଭା ଆସି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ଦୁଇ ପ୍ରାର୍ଥୀଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
୨୦୦୨ରେ ସ୍ବାଧୀନ ଭାବେ ରାଜ୍ୟସଭା ପାଇଁ ଲଢି ବିଜେଡି ପ୍ରାର୍ଥୀ ଅନଙ୍ଗ ଉଦୟ ସିଂଦେଓଙ୍କୁ ହରାଇଥିଲେ ଦିଲ୍ଲୀପ। ଏଥର ବି ସେଭଳି ମ୍ୟାଜିକ ହେବ ବୋଲି ବିଜେପି ଶିବିର ଓ ଦିଲୀପ ଆଶାବାଦୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)