/odishatv-khabar/media/media_files/2026/03/05/chheli-chora-2026-03-05-20-19-42.jpg)
Chheli chora Photograph: (otv)
ମଣିଷରୂପୀ ସଇତାନମାନଙ୍କୁ ଆପଣ ଧିକ୍କାର କରିବେ । ଏଠି ବର୍ବରତା ସୀମା ଲଂଘିଛି । ନୃଶଂସତା ସବୁ ମଣିଷପଣିଆକୁ ଦଳିମକଚି ମାରିଦେଇଛି । ଆଉ ସେଇଥିପାଇଁ ଦୁଇ ଜଣ ନାବାଳକଙ୍କୁ ଗ୍ରାମବାସୀମାନେ ଠେଙ୍ଗାରେ ପିଟି ଚାଲିଛନ୍ତି ।
ପିଟି ପିଟି ଜଣକର ଜୀବନ ବି ନେଇଯାଇଛନ୍ତି । ଯାହାର ଭିଡିଓ ଅମେ ଆପଣଙ୍କୁ ଦେଖାଇବା ସମ୍ଭବପର ନୁହେଁ । କାରଣ, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରିଉଠିବ ।
ଏ ଘଟଣା ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳ ଇନ୍ଦକୁଳି ଗାଁର । ସୋମବାର ଅପରାହ୍ଣ ସମୟରେ ଗାଁର ଲୋକମାନେ ଦୁଇ ଜଣ ନାବାଳକଙ୍କୁ ଛେଳି ଚୋରି ସନ୍ଦେହରେ ଧରିଥିଲେ । ପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।
ପିଟି ପିଟି ଉଭୟଙ୍କୁ ଲହୁଲୁହାଣ କରିବା ସହ ଘଟଣାକୁ ଲୁଚାଇବାକୁ ଚେଷ୍ଟା ବି କରିଥିଲେ । ହେଲେ ଭିଡିଓ ଭାଇରାଲ ହେବା ପରେ ସବୁକଥା ସାମ୍ନାକୁ ଆସିଛି । ପୋଲିସ ଖବର ପାଇ ଗୁରୁତର ଅବସ୍ଥାରେ ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ବାଦାମପାହାଡ଼ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଆଉ ଅନ୍ୟ ଗୁରୁତର ନାବାଳକଙ୍କ ଘର ବହଳଦା ଥାନା ଅଞ୍ଚଳର ବୋଲି ପୋଲିସ ମିଳିଛି ।
ପୋଲିସର କହିବା କଥା ଦୁଇ ନାବାଳକ ପାଖ ଗାଁରେ ଥିବା ନେଶା ଡ୍ୟାମକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ କିଛି ଗାଁ ଲୋକ ତାଙ୍କୁ ଅଟକାଇ ଏପରି ଅମାନୁସିକ ଭଳି ମାଡ଼ ମାରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବର୍ବର କାଣ୍ଡ ଏବେ ସାମ୍ନାକୁ ଆସିଛି ।
Kite Sits On Patitapabana Bana: ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ; ଶୁଭ କି ଅଶୁଭ ଲାଗିଲା ଚର୍ଚ୍ଚା

Reckless Boating Stunts Go Viral: ପୁରୀ ସମୁଦ୍ରରେ ବିପଦଜନକ ଜଳକ୍ରୀଡ଼ାକୁ ନେଇ ହଇଚଇ; ବିନା ଲାଇଫ୍ ଜ୍ୟାକେଟରେ ଷ୍ଟଣ୍ଟ

BJP Warns BJD–Congress Alliance Could Backfire: ସମାଧି ନେଲା କି ବିଜେଡିର ସମଦୂରତା ନୀତି ? ରାଜ୍ୟସଭା ନାମାଙ୍କନ ବେଳେ ନବୀନ-ଭକ୍ତ ଏକାଠି

Iran Warns US After Alleged Submarine Attack: ଇରାନୀୟ ଯୁଦ୍ଧ ଜାହାଜ ଉପରେ ଆମେରିକାର ଆକ୍ରମଣକୁ ନେଇ ପାଚି ଲାଲ୍ ଇରାନ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)