Advertisment

Sathya Sai Baba Devotee: ସତ୍ୟସାଇ ବାବାଙ୍କ ଅନୁଗାମୀ ଥିଲେ ଭେନେଜୁଏଲା ରାଷ୍ଟ୍ରପତି, ଜେଲ୍ ଯିବା ପୂର୍ବରୁ କରିଥିଲେ ସ୍ମରଣ

ମାଦୁରୋ କ୍ୟାଥୋଲିକ୍ ହୋଇଥିଲେ ମଧ୍ୟ ବିବାହ ପୂର୍ବରୁ ସେ ସତ୍ୟସାଇ ବାବାଙ୍କ ସହିତ ଜଡିତ ଥିଲେ। ଏପରିକି ବିବାହ ପରେ ୨୦୦୫ ମସିହାରେ ଏହି ଦମ୍ପତି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତିରେ ଥିବା ସତ୍ୟସାଇଙ୍କ ଆଶ୍ରମ ପରିଦର୍ଶନ କରିଥିଲେ।

author-image
Tapan Swain
Nicolas Maduro

Nicolas Maduro Photograph: (OTV)

ଆମେରିକା ଜେଲରେ ବନ୍ଦୀ ଅଛନ୍ତି ସାଇ ଭକ୍ତ। ସତ୍ୟ ସାଇ ବାବାଙ୍କ ଅନୁଗାମୀ ଥିଲେ ଭେନେଜୁଏଲା ରାଷ୍ଟ୍ରପତି। ଗିରଫ ପୂର୍ବରୁ ବାବାଙ୍କୁ କରିଥିଲେ ସ୍ମରଣ ।

Advertisment

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ପତ୍ନୀଙ୍କୁ ଆମେରିକୀୟ ସେନା ଦ୍ୱାରା ଗିରଫ କରାଯାଇଛି। ଏବେ ସେମାନଙ୍କୁ ନ୍ୟୁୟର୍କ ଜେଲରେ ରଖାଯାଇଛି। ହେଲେ ଆପଣ ଜାଣିଛନ୍ତି କି ଭେନେଜୁଏଲା ରାଷ୍ଟ୍ରପତିଙ୍କ ଭାରତ ସହ ଏକ ବିଶେଷ ସମ୍ପର୍କ ଅଛି। ଭାରତ ସହ ଆଧ୍ୟାତ୍ମିକ ଭାବେ ଯୋଡି ହୋଇଛନ୍ତି ନିକୋଲାସ ଓ ତାଙ୍କ ପତ୍ନୀ। 

ଭାରତର ଆଧ୍ୟାତ୍ମିକ ଗୁରୁ ସତ୍ୟସାଇ ବାବାଙ୍କ ଭକ୍ତ ହେଉଛନ୍ତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ଫ୍ଲୋରେସ୍। ମାଦୁରୋ କ୍ୟାଥୋଲିକ୍ ହୋଇଥିଲେ ମଧ୍ୟ ବିବାହ ପୂର୍ବରୁ ସେ ସତ୍ୟସାଇ ବାବାଙ୍କ ସହିତ ଜଡିତ ଥିଲେ। ଏପରିକି ବିବାହ ପରେ ୨୦୦୫ ମସିହାରେ ଏହି ଦମ୍ପତି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତିରେ ଥିବା ସତ୍ୟସାଇଙ୍କ ଆଶ୍ରମ ପରିଦର୍ଶନ କରିଥିଲେ।

Advertisment

ଭେନେଜୁଏଲାରେ ସତ୍ୟସାଇ ବାବାଙ୍କ ବିଶାଳ ଫଟୋ

ଆଉ ବାବାଙ୍କୁ ଭେଟିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଠି ନିକୋଲାସ୍ ଓ ଫ୍ଲୋରେସ୍ ସତ୍ୟ ସାଇବାବାଙ୍କ ପାଖରେ ତଳେ ବସିଥିବାର ଦେଖାଯାଉଛି। ଯାହା ତାଙ୍କ ଆସ୍ଥା ଓ ବିଶ୍ବାସର ଏକ ସ୍ମାରକୀ। ଭେନେଜୁଏଲାର ରାଷ୍ଟ୍ରପତି ଭବନରେ ଆଜି ବି ସତ୍ୟସାଇ ବାବାଙ୍କ ବିଶାଳ ଫଟୋ ରହିଛି ।

ଏପରିକି ୨୦୧୧ ମସିହାରେ ସତ୍ୟସାଇ ବାବାଙ୍କ ଦେହାନ୍ତ ପରେ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭାରତ ଗସ୍ତ କରିଥିଲେ। ଆଉ ଭେନେଜୁଏଲାର ସଂସଦରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଜାତୀୟ ଶୋକ ଦିବସ ଘୋଷଣା କରାଯାଇଥିଲା।

ତେବେ ଏକ ରିପୋର୍ଟ ମୁତାବକ, ଗିରଫ ହେବା ପୂର୍ବରୁ, ମାଦୁରୋ ସତ୍ୟସାଇ ବାବାଙ୍କୁ ମନେ ପକାଇ କହିଥିଲେ, "ମୁଁ ତାଙ୍କୁ ସବୁବେଳେ ମନେ ରଖେ। ମୁଁ ଆଶା କରୁଛି ତାଙ୍କ ଆଲୋକ ଆମକୁ ସର୍ବଦା ଆଲୋକିତ କରିବ।"

Venezuela SathyaSai Baba
Advertisment
Related Articles
Advertisment