Advertisment

Crowd Erupts as Actor Piyush Reappears: କମ୍ପିଲା ଯାତ୍ରା ମଞ୍ଚ, ଷ୍ଟେଜକୁ ଫେରିଲେ ଅଭିନେତା ପୀୟୂଷ

ଯାତ୍ରା ବ୍ୟାଡ୍ ବୟ ପୀୟୂଷଙ୍କୁ ନେଇ ଲାଗି ରହିଥିବା ବିବାଦ ଏବେ ବୋଧହୁଏ ଶେଷ ହୋଇଛି । ବର୍ଷେ ପାଇଁ ଅପେରା ମଞ୍ଚରୁ ବିରତି ନେଇଥିବା ପୀୟୂଷ ଷ୍ଟେଜରେ ନାଟକ କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।

author-image
Tapan Swain
Piyush-Tripathy

Piyush-Tripathy Photograph: (OTV)

କମ୍ପିଲା ଯାତ୍ରା ମଞ୍ଚ । ଝୁମିଲେ ଦର୍ଶକ । ପୁଣି ଷ୍ଟେଜକୁ ଫେରିଲେ ଅଭିନେତା ପୀୟୂଷ । ଯାତ୍ରା ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀଙ୍କୁ ନେଇ ଲାଗି ରହିଥିବା ବିବାଦ ଏବେ ବୋଧହୁଏ ଶେଷ ହୋଇଛି । ବର୍ଷେ ପାଇଁ ଅପେରା ମଞ୍ଚରୁ ବିରତି ନେଇଥିବା ପୀୟୂଷ ପୁଣି ଥରେ ଷ୍ଟେଜରେ ନାଟକ କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।

Advertisment

ଆଉ ମଞ୍ଚରୁ ଫେରିବା ପରେ ଗଣମାଧ୍ୟମ ଆଗରେ ନିଜର ଦମଦାର ଡାଏଲଗ୍ ଟିଏ ମାରି କହିଛନ୍ତି, ଦର୍ଶକଙ୍କ ଭଲପାଇବା ପାଇଁ ମୁଁ ବହୁତ୍ ଖୁସି । ଆଉ ଭୁଲ ହେବନି । ଭଗବାନଙ୍କ ଆଶୀର୍ବାଦ ରହୁ, ମୋତେ ଭଗବାନଙ୍କ ବଳ ଦିଅନ୍ତୁ ବୋଲି ପୀୟୂଷ କହିଛନ୍ତି ।

ଗତକାଲି ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଯାତ୍ରା ସିଂହବାହିନୀ ମଞ୍ଚସ୍ଥ କରିଥିଲା ‘ତୁ ମୋ ବଜରଙ୍ଗୀ’ ନାଟକ । ଏହି ନାଟକରେ ପୀୟୂଷ ଅଭିନୟ କରିଥିଲେ । ନାଟକ ଦେଖିବାକୁ ଯାତ୍ରା କ୍ୟାମ୍ପରେ ଦର୍ଶକଙ୍କ ବେଶ୍ ଭିଡ ଜମିଥିଲା ।

Advertisment

ଲାଗି ରହିଥିଲା ତୁତୁ ମେଁ ମେଁ 

ପୂର୍ବରୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମାଲିକଙ୍କ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିଲା । ଦୁଇଟି ଅପେରା ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇଥିବା ପୀୟୂଷଙ୍କ ନାଁରେ ଅଭିଯୋଗ ଆସିଥିଲା । ପରେ ପୀୟୂଷ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ମାଲିକଙ୍କୁ ଫେରାଇଥିଲେ । 

ଆଉ ବର୍ଷେ ଯାଏଁ ନାଟକ କରିବେ ନାହିଁ ବୋଲି କହିଥିଲେ । ହେଲେ ଏବେ ଯାତ୍ରା ମଞ୍ଚକୁ ଫେରିଛନ୍ତି ପୀୟୂଷ । ପୀୟୂଷଙ୍କ ରିଟର୍ଣ୍ଣକୁ ନେଇ ଯାତ୍ରା ପ୍ରେମୀ, ପୀୟୂଷଙ୍କ ସାଥୀ କଳାକାର ଓ ସିଂହବାହିନୀର ମାଲିକ ଖୁବ୍ ଖୁସିଥିବା କହିଛନ୍ତି । 

ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପୀୟୂଷ ଗତ ବର୍ଷ ବିବାଦୀୟ ହୋଇପଡିଥିଲେ । ଏପରିକି ଏହି ବିବାଦ ତୁଟାଇବା ପାଇଁ ଯାତ୍ରା ମାଲିକ ସଂଘ ବୈଠକ ମଧ୍ୟ ବସିଥିଲା । ପରେ ଏହାର ସମାଧାନର ରାସ୍ତା ବାହାରିଥିଲା । 

ତେବେ ବହୁ ବାଦ ବିବାଦ ପରେ ଯାତ୍ରା ମଞ୍ଚକୁ ଚଢ଼ିଛନ୍ତି ପୀୟୂଷ । ତେବେ ଆଗକୁ ପୀୟୂଷଙ୍କୁ ନେଇ ଯାତ୍ରା ଜଗତରେ ବିବାଦ ଛିଡ଼ା ହେଉଛି ନା ଏଠି ସବୁ କିଛିରେ ପୂର୍ଣ୍ଣଚ୍ଛେଦ ପଡ଼ୁଛି । ତା’ ଦେଖିବାକୁ ବାକି ରହିଲା । … 

Yatra Actor Piyush Tripathy
Advertisment
Related Articles
Advertisment