Advertisment

India on High Alert: ଭାରତଠୁ ପ୍ରତିଶୋଧ ପାଇଁ ବଡ ଚାଲ୍ ! ଆତଙ୍କୀସ୍ତାନରେ ତିଆରି ଚାଲିଛି ମହିଳା ବୋମା

ଭାରତଠୁ ପ୍ରତିଶୋଧ ପାଇଁ ବଡ ଚାଲ୍ ! ଆତଙ୍କୀସ୍ତାନରେ ତିଆରି ଚାଲିଛି ମହିଳା ବୋମା ମହିଳା ଆତଙ୍କବାଦୀ ଗଢୁଛି ଜୈସ୍-ଏ-ମହମ୍ମଦ, ଗୋଟିଏ ଲକ୍ଷ୍ୟ- ଭାରତଠୁ ବଦ୍‌ଲା । 'ଅପରେସନ ସିନ୍ଦୂର' ପରଠୁ ରକ୍ତ ଚାଉଳ ଚୋବାଇଛି ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ।

author-image
Manas Ranjan Mohanty
PAKISTAN-WOMEN-TERRORIST-GROUP

PAKISTAN-WOMEN-TERRORIST-GROUP Photograph: (OTV)

'ଅପରେସନ ସିନ୍ଦୂର' ପରଠୁ ରକ୍ତ ଚାଉଳ ଚୋବାଉଛି ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ । ଭାରତଠୁ ପ୍ରତିଶୋଧ ନେବାକୁ ରଚୁଛି ସାଂଘାତିକ ଷଡଯନ୍ତ୍ର । ଏଥର ମହିଳାଙ୍କୁ ଢାଲ କରି ଭୟଙ୍କର ଆକ୍ରମଣ ଘଟାଇବାକୁ ବନାଇଛି ପ୍ଲାନ । ତିଆରି କରୁଛି ମହିଳା ଆତଙ୍କବାଦୀ । ହାତରେ ବନ୍ଧୁକ ଧରାଇଛି, ଆତଙ୍କୀ ଟ୍ରେନିଂ ଦେଉଛି । ମାନବ ବୋମା ଭାବରେ ଭାରତରେ ଆତ୍ମଘାତୀ ହମ୍‌ଲା କରେଇବାକୁ ବଡ ଯୋଜନା କରୁଛି ଜୈସ୍ ଏ ମହମ୍ମଦ । 

Advertisment

 ଆଜ୍ଞା ହଁ ! ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ୍ ଗଠନ କରିଛି ଏକ ମହିଳା ଆତଙ୍କୀ ବ୍ରିଗେଡ, ଯାହାର ନାଁ 'ଜମାତ୍-ଉଲ୍-ମୋମିନାତ' । ଆଉ ଏହି ନୂଆ ବିଗ୍ରେଡର କମାଣ ଧରିଛି କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ଭଉଣୀ ସାଦିୟା ଆଝାର । ବୁଧବାରଠାରୁ ଏହି ମହିଳା ବ୍ରିଗେଡ୍‌ରେ ଆରମ୍ଭ ହୋଇଛି ଭର୍ତ୍ତି ପ୍ରକ୍ରିୟା । ଆତଙ୍କବାଦୀମାନଙ୍କ ସ୍ତ୍ରୀ ସହିତ ବାହାୱଲପୁର, କରାଚି, ମୁଜାଫରବାଦ, କୋଟଲି, ହରିପୁର, ମାନସେରାରେ ଜୈସ୍‌ ସଂଗଠନର ବିଭିନ୍ନ ମାଦ୍ରାସାରେ ପଢୁଥିବା ଗରିବ ମହିଳାମାନଙ୍କୁ ବ୍ରିଗେଡ୍‌ରେ ଭର୍ତ୍ତି କରାଯାଉଛି ।

ଭାରତର ଅପରେସନ ସିନ୍ଦୂରର ନିପାତ ହୋଇଥିଲା ସାଦିୟାର ସ୍ୱାମୀ ୟୁସୁଫ୍ ଆଝାର । ଖାଲି ସେ ନୁହେଁ, ତା' ସହ ମାସୁଦ ଆଝାରର ପୁରା ବଂଶ ବୁଡାଇ ଦେଇଥିଲା ଭାରତ । ମିସାଇଲ ମାଡରେ ଛିନଛତ୍ର କରିଦେଇଥିଲା ବାହାୱଲପୁରରେ ଥିବା ଜୈସ୍‌ ସଂଗଠନର ଆଡ୍ଡା । ଯେଉଁଥିରେ ମାସୁଦ ପରିବାରର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଏବେ ଆତଙ୍କୀ ସଂଗଠନ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି । 

Advertisment

 ମହିଳାମାନଙ୍କୁ ଅସ୍ତ୍ର କରି ଭାରତଠୁ ପ୍ରତିଶୋଧ ନେବାକୁ କରୁଛି ବଡ ପ୍ଲାନ୍ । ସେ ଏହି ମହିଳାମାନଙ୍କୁ ମାନବ ବୋମା ଭାବେ ବ୍ୟବହାର କରିପାରେ ବୋଲି ଆଶଙ୍କା କରାଯାଉଛି । ହେଲେ ସବୁଥର ଭଳି ଏଥର ବି ଭାରତ ଆଗରେ କାମ ଦେବନି ଆତଙ୍କବାଦୀଙ୍କ କୌଣସି ଚାଲ୍ ।  

Advertisment
Related Articles
Advertisment