Advertisment

Pakistan: ବଢୁଛି ଭାରତ-ଆଫଗାନିସ୍ତାନ ସମ୍ପର୍କ, ଦେଖି ସହି ପାରୁନି ପାକିସ୍ତାନ

ଭାରତ ଗସ୍ତରେ ଥିବା ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ନୂଆଦିଲ୍ଲୀରେ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କୁ ଭେଟିଛନ୍ତି ଆଉ ଭାରତକୁ ଆଫଗାନିସ୍ତାନର ଏକ ଘନିଷ୍ଠ ବନ୍ଧୁ ଦେଶ କହିଛନ୍ତି।

author-image
Chinmayee Sahoo
India-Afghanistan-Relationship

India-Afghanistan-Relationship Photograph: (OTV)

ଦୃଢ ହେଉଛି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ। ତାଲିବାନ ଶାସନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି। ସେ ନୂଆଦିଲ୍ଲୀରେ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କୁ ଭେଟିଛନ୍ତି ଆଉ ଭାରତକୁ ଆଫଗାନିସ୍ତାନର ଏକ ଘନିଷ୍ଠ ବନ୍ଧୁ ଦେଶ କହିଛନ୍ତି। ମୁତାକି କହିଛନ୍ତି, "ଦିଲ୍ଲୀ ଆସି ଖୁବ୍ ଭଲ ଲାଗୁଛି ଏବଂ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଉନ୍ନତ କରିବ। ଭାରତ ଏବଂ ଆଫଗାନିସ୍ତାନ ସଂପର୍କ ବଢିବା ଉଚିତ" ବୋଲି ସେ କହିଛନ୍ତି।
ସେ ଭାରତର ପ୍ରଶଂସା କରି କହିଛନ୍ତି, "ଯେତେବେଳେ ଆଫଗାନିସ୍ତାନରେ ଭୂମିକମ୍ପ ହେଲା, ସେତେବେଳେ ଭାରତ ପ୍ରଥମ ଦେଶ, ଯିଏ ସାହାଯ୍ୟ ପଠାଇଥିଲା। ଆଫଗାନିସ୍ତାନ ଭାରତକୁ ଏକ ଘନିଷ୍ଠ ବନ୍ଧୁ ଭାବରେ ଦେଖେ। ଆଫଗାନିସ୍ତାନ ଭାରତ ସହିତ ବାଣିଜ୍ୟ ଏବଂ ଲୋକ ସମ୍ପର୍କ ଚାହୁଁଛି। ଆମେ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ପ୍ରସ୍ତୁତ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ" ବୋଲି ମୁତାକି କହିଛନ୍ତି।
ତେବେ ଭାରତ ଏହି ବୈଠକକୁ "ଆନୁଷ୍ଠାନିକ ସ୍ୱୀକୃତି ନୁହେଁ, ଏକ ରଣନୈତିକ ଆଲୋଚନା" ଭାବରେ ବର୍ଣ୍ଣନା କରିଛି। ଏହି ଆଲୋଚନାରେ ମାନବିକ ସହାୟତା, ଆଞ୍ଚଳିକ ସୁରକ୍ଷା ଏବଂ ବାଣିଜ୍ୟ ସହଯୋଗ ଭଳି ପ୍ରସଙ୍ଗ ରହିଛି। ଏହି ଅବସରରେ ଜୟଶଙ୍କର ଭରସା ଦେଇଛନ୍ତି ଯେ ଆଫଗାନିସ୍ତାନର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସ୍ୱାଧୀନତା ପ୍ରତି ସମ୍ପୂର୍ଣ୍ଣ ଭାରତ ପ୍ରତିବଦ୍ଧ। ଭାରତ ସର୍ବଦା ଆଫଗାନ ଲୋକଙ୍କ ସହିତ ଛିଡ଼ା ହୋଇଛି ଏବଂ ଅନେକ କ୍ଷେତ୍ରରେ ସହାୟତା ଯୋଗାଇ ଆସିଛି ବୋଲି ଜୟଶଙ୍କର କହିଛନ୍ତି।
ତେବେ ଏହି କୂଟନୈତିକ "ଓପେନିଂ" ମାଧ୍ୟମରେ, ଭାରତ ଏହା ପ୍ରଦର୍ଶନ କରିବାକୁ ଚାହୁଁଛି ଯେ ଏହା ଆଫଗାନ ରାଜନୀତିରୁ ସମ୍ପୂର୍ଣ୍ଣ ବାହାରେ ନାହିଁ। ଅନ୍ୟପକ୍ଷରେ, ପାକିସ୍ତାନ ଚାହୁଁ ନାହିଁ ଯେ ଭାରତ କାବୁଲରେ କୌଣସି ରଣନୈତିକ ଦଖଲ କରୁ।
ଅନ୍ୟପକ୍ଷରେ ପାକିସ୍ତାନ ସବୁବେଳେ ଆଫଗାନିସ୍ତାନକୁ ନିଜର ବ୍ୟାକ୍‌ୟାଡ୍ କୂଟନୀତି ବୋଲି ଭାବେ। ଏବେ ଭାରତ-ଆଫଗାନିସ୍ତାନ ସମ୍ପର୍କ ଏହାକୁ ସିଧାସଳଖ ଆଘାତ ଦେଇଛି। ପାକିସ୍ତାନ ଦୀର୍ଘ ଦିନ ଧରି ଆଫଗାନ ତାଲିବାନକୁ ଭାରତ ବିରୋଧୀର ଏକ ଟୁଲ୍ ଭାବରେ ଦେଖିଆସୁଛି। କିନ୍ତୁ ମୁତାକିଙ୍କ ଭାରତ ଗସ୍ତ ଏହି ଧାରଣାକୁ ଭାଙ୍ଗି ଦେଇଛି। ଏସବୁକୁ ନେଇ ପାକିସ୍ତାନ ଏବେ ଖପ୍ପା ହୋଇଛି ଆଉ ଦେଖାଉଛି ତା’ର ଅସନ୍ତୋଷ।

Advertisment

ଅଧିକ ଦେଖନ୍ତୁ:

Pakistan
Advertisment
Related Articles
Advertisment