Advertisment

Donald Trump: ପୁଣି ଟ୍ରମ୍ପଙ୍କ ଟାରିଫ ବୋମା: ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ ଘୋଷଣା କଲେ

ଚୀନ୍ ଉତ୍ପାଦ ଆମଦାନୀ ଉପରେ ଅତିରିକ୍ତ ୧୦୦ ପ୍ରତିଶତ ଟାରିଫ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ। ନଭେମ୍ବର ୧ ତାରିଖରୁ ଚୀନ୍ ଉପରେ ଲାଗୁ ହେବ ନୂଆ ଟାରିଫ।

author-image
Chinmayee Sahoo
Trump

Trump Photograph: (OTV)

ପୁଣି ଟାରିଫ ବୋମା ଫୁଟାଇଲେ ଟ୍ରମ୍ପ। ଚୀନ୍ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ। ଆସନ୍ତା ନଭେମ୍ବର ୧ ତାରିଖରୁ ଏହା ଲାଗିବ। ଚୀନ୍ ଉତ୍ପାଦ ଉପରେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ। ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ତ୍ତମାନ ଚୀନ୍ ଉତ୍ପାଦ ଉପରେ ଲାଗୁଥିବା ଟାରିଫ ପରେ ଅତିରିକ୍ତ ଶତ ପ୍ରତିଶତ ଲାଗିବ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ।

Advertisment

ରେୟାର ଆର୍ଥ ଏଲିମେଣ୍ଟସ୍ ଉପରେ ରପ୍ତାନୀ ନିୟନ୍ତ୍ରଣ ଲାଗୁ କରିବା ପାଇଁ ବେଜିଂର ପଦକ୍ଷେପ ପରେ ଏଭଳି କଠୋର ଆଭିମୁଖ୍ୟ ନେଇଛନ୍ତି ଟ୍ରମ୍ପ। ତାଙ୍କର ଏହି ନିଷ୍ପତ୍ତି ଆମେରିକା-ଚୀନ୍ ସମ୍ପର୍କ ଆହୁରି ବିଗିଡ଼ିବା ସହ ବିଶ୍ବ ଆର୍ଥିକ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇପାରେ। ସେହିପରି ଆଗକୁ ହେବାକୁ ଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶିଖର କଥାବାର୍ତ୍ତାକୁ ବାତିଲ୍ କରିବା ନେଇ ଚେତେଇ ବି ଦେଇଛନ୍ତି ଟ୍ରମ୍ପ (Donald Trump)

Donald Trump
Advertisment
Related Articles
Advertisment