/odishatv-khabar/media/media_files/2025/12/11/rayagada-mobile-pain-bapaku-hatya-2025-12-11-14-38-01.jpg)
Rayagada-Mobile-Pain-Bapaku-Hatya Photograph: (OTV)
ବାପାକୁ ହାଣି ମାରିଦେଲା ପରେ ଶାନ୍ତ ହୋଇ ବସିଛି ପିତୃହନ୍ତା ପୁଅ । ସ୍ବାମୀକୁ ହରାଇ ମା’ ମୁଣ୍ଡରେ ହାତ ଦେଇ କାନ୍ଦୁଛି । ମଙ୍ଗବାର ରାତିରେ ଅତି ନିର୍ମମ ଭାବେ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ । ସାମାନ୍ୟ ମୋବାଇଲ୍ ଫୋନ କିଣିବାକୁ ବାପା ଟଙ୍କା ନଦେବାରୁ ୨୦ ବର୍ଷିୟ ପୁଅ ଉଦୟ କାଡ୍ରାକା ଏପରି କାଣ୍ଡ ଭିଆଇଛି । ଆଉ ହତ୍ୟା କରିବା ପରେ ବାପାର ଶବକୁ ଟାଣିଟାଣି ନେଇ ପାଖ ସୂର୍ଯ୍ୟମୁଖୀ କ୍ଷେତରେ ପୋତିବା ବେଳେ ଧରାପଡ଼ିଛି ।
ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନ ଲାଲିବି ଗାଁରେ ଏହି ଘଟଣା ଘଟିଛି । ପୁଅ ମୋବାଇଲ୍ କିଣିବାକୁ ବାପାକୁ ଟଙ୍କା ମାଗିଥିଲା । ବାପା ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଶୋଇବା ଅବସ୍ଥାରେ ୪୫ ବର୍ଷିୟ ବାପା ଭୀମା କାଡ୍ରାକାଙ୍କୁ ପୁଅ ଉଦୟ ହାଣି ହତ୍ୟା କରିଛି ।
ମୃତ ଭୀମାଙ୍କ ଶରୀରରେ ମୋଟ ୭ଟି କ୍ଷତ ଚିହ୍ନ ଥିବା ପୋଲିସ କହିଛି । ସେପଟେ ଭୀମାଙ୍କ ପତ୍ନୀ ଚମ୍ପା ଲାଲିବି ଗାଁରେ ଥିବା ଘରୁ ନିଜ କୁଡିଆକୁ ଯାଇ ଦେଖିଲା ବେଳକୁ ଚାରିଆଡ଼େ ରକ୍ତ ଛିଟା ପଡ଼ିଥିଲା । ଆଉ ସ୍ବାମୀଙ୍କୁ ପାଇନଥିଲେ, ପରେ ଏନେଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Today Panchang 11th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 11th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

When Digital Specs Expose History: ଅତୀତ କହୁଛି ଡିଜିଟାଲ ଚଷମା, ଜାଣିଲେ ଭୟ କରିବେ !

Pakistan’s Possible Breakup: ଦୁଇ ଭାଗ ହେବ ପାକିସ୍ତାନ; ଅଲଗା ହୋଇ ଗଢାହେବ ‘ସିନ୍ଧୁଦେଶ’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)