Advertisment

Cyclone ‘Montha’: ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା, କାଲି ସନ୍ଧ୍ୟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା। ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା। ଗୋପାଳପୁରଠାରୁ ୮୫୦ କିଲୋମିଟର ଦୂରରେ ବାତ୍ୟା। କାକିନାଡ଼ାଠାରୁ ୬୮୦ କିମି ଦୂରରେ ମୋନ୍ଥା।

author-image
Chinmayee Sahoo
Cyclone Montha

Cyclone Montha Photograph: (OTV)

ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା। ଗତକାଲି ରାତିରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଏବେ ଗୋପାଳପୁରଠାରୁ ୮୫୦ ଏବଂ ଆନ୍ଧ୍ରପ୍ରଦେଶ କାକିନାଡ଼ାଠାରୁ ୬୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟା ପ୍ରତି ୧୬ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। 
କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଯିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡ଼ି ଆସିବ ବାତ୍ୟା। ମଛଲିପଟନମ୍ ଓ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ପାଖରେ ସାଇକ୍ଲୋନ୍ ସ୍ଥଳଭାଗ ଅତିକ୍ରମ କରିବ। 
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ। ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ। ଏବେଟୁ କାକିନଡ଼ାରେ ପଡ଼ିଲାଣି ବାତ୍ୟା ପ୍ରଭାବ । ସମୁଦ୍ର ଅଶାନ୍ତ ହେବା ସହିତ ବର୍ଷା ବି ଆରମ୍ଭ ହୋଇଗଲାଣି । ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
•    ମାଡ଼ିଆସୁଛି `ମୋନ୍ଥା'
•    ବଳ ଗୋଟାଇ ମାଡ଼ିଆସୁଛି ବାତ୍ୟା ମୋନ୍ଥା
•    ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା
•    ଗୋପାଳପୁରଠାରୁ ୮୫୦ କିଲୋମିଟର ଦୂରରେ ବାତ୍ୟା
•    କାକିନାଡ଼ାଠାରୁ ୬୮୦ କିମି ଦୂରରେ ମୋନ୍ଥା
•    କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ
•    କାଲି ସନ୍ଧ୍ୟାରୁ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
•    କାଲି ରାତି ଭିତରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍
•    ଲ୍ୟାଣ୍ଡଫଲ୍ ବେଳେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ
•    ସମୁଦ୍ର ଅଶାନ୍ତ ସହିତ ଆରମ୍ଭ ହେଲାଣି ବର୍ଷା
•    ଆସନ୍ତାକାଲି ସକାଳୁ ପବନର ବେଗ ବଢିପାରେ
•    ରେଡ୍ ଜୋନରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା 
•    ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍ ଜୋନ୍
•    ରେଡ୍ ଜୋନରେ ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି 
•    ୮ ଜିଲ୍ଲାକୁ ଗଲେଣି ୧୨୮ଟି ଉଦ୍ଧାରକାରୀ ଟିମ୍

Advertisment
Cyclone
Advertisment
Related Articles
Advertisment