/odishatv-khabar/media/media_files/2025/09/24/mada-bikri-2025-09-24-14-35-00.jpg)
MADA BIKRI Photograph: (OTV)
ମଦ ପିଇଲେ ୧୦ ହଜାର ଫାଇନ୍ । ମଦ ବିକିଲେ ଗଣିବେ ୫୦ ହଜାର । ଗାଁରୁ ବାସନ୍ଦ ହେବେ ନିଶା କାରବାର ଲୋକ । ଗାଁର ଗଳି ଗଳିରେ ଲାଗିଛି ଏଭଳି କିଛି ପୋଷ୍ଟର । ଗାଁ ଲୋକେ ସଫା ସଫା ଲେଖିଛନ୍ତି ଗାଁରେ ନିଶା କାରବାର କଲେ ୫୦ ହଜାର ଫାଇନ ସହ ୨୦ ବର୍ଷ ଗାଁରୁ ବାସନ୍ଦ (Anti Liquor Protest ) l ଖାଲି ସେତିକି ନୁହେଁ, ପୁଣି ନିଶା କାରବାର ସମ୍ପର୍କରେ ଯିଏ ସୂଚନା ଦେବ ତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦେବ ଗ୍ରାମବାସୀ l
ଚାରିଆଡ଼େ ଲାଗିଛି ପୋଷ୍ଟର....
ନୂଆପଡ଼ା ଜିଲ୍ଲାର କୋମନା ଥାନା ଗୋହିରାପଦର ଗାଁରେ ଲାଗିଛି ଏଭଳି କିଛି ପୋଷ୍ଟର l ଗାଁକୁ ନିଶା ବେପାରୀ ଓ ନିଶାଖୋରଙ୍କ ନିକଟରୁ ମୁକ୍ତି ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ଗାଁର ଲୋକେ l ଗାଁରେ ପାଖାପାଖି ପ୍ରାୟ ହଜାରେ ଲୋକ ବସବାସ କରନ୍ତି l କିନ୍ତୁ ଗାଁରେ ଦିନକୁ ଦିନ ବେଆଇନ ମଦ, ଗଞ୍ଜେଇ ଓ କଫ ସିରଫ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଘରେ ଘରେ ବଢ଼ୁଛି ଅଶାନ୍ତି l ତେଣୁ ଗାଁ ଲୋକେ ବୈଠକ କରି ଏହି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି l ତେବେ ଗାଁ ଲୋକଙ୍କ ଏହି ଉଦ୍ୟମକୁ ନୂଆପଡ଼ା ଜିଲ୍ଲାପାଳ ପ୍ରଶଂସା କରିଛନ୍ତି ।
ତେବେ ଦିନକୁ ଦିନ ଗାଁରେ ମଦ୍ୟପଙ୍କ ସଂଖ୍ୟା ବଢ଼ୁଥିବାରୁ ଗାଁ ଲୋକଙ୍କ ଏପରି ପଦକ୍ଷେପ ସତରେ ସ୍ବାଗତ ଯୋଗ୍ୟ ।
Teacher cuts student's hair: ଖେଳ ଶିକ୍ଷକଙ୍କ କାରନାମା; କାଟି ଦେଲେ ଛାତ୍ରୀଙ୍କ ଚୁଟି

A Wife Betrayed: ପତ୍ନୀ ମେଡିକାଲ୍ରେ ଶୁଦ୍ଧି ହୋଇଗଲେ ସ୍ୱାମୀ

Hanuman Idol: ଅପମାନିତ ହେଲେ ହନୁମାନ; ବଜରଙ୍ଗବାଲୀଙ୍କୁ କହିଲେ ମିଥ୍ୟା ହିନ୍ଦୁ ଦେବତା

Vande Bharat Sleeper Train: ଅପେକ୍ଷାର ଅନ୍ତ, ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଲଞ୍ଚ ପାଇଁ ପ୍ରସ୍ତୁତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)