Advertisment

Pakistani Dating Show: ପାକିସ୍ତାନରେ ଡେଟିଂ ଶୋକୁ ନେଇ ଝଡ଼, ବ୍ୟାନ କରିବାକୁ ଦାବି

ପାକିସ୍ତାନରେ ଏକ ନୂଆ ଡେଟିଂ ଶୋ ଲଜୱାଲ୍ ଇସ୍କ୍ କୁ ନେଇ ବିବାଦ । ଶୋଟି ୟୁଟ୍ୟୁବରେ ୨୯ ସେପ୍ଟେମ୍ବରକୁ ରିଲିଜ ହେବ କିନ୍ତୁ ତାର ପୂର୍ବରୁ ସାମାଜିକ ଗଣମାଧ୍ୟମ ଏବଂ କେତକ ଧର୍ମୀୟ ସଂଗଠନ ଏହାକୁ ବୟକଟ୍ କରିବାକୁ କହୁଛନ୍ତି।

author-image
Manas Ranjan Mohanty
PAK DATING

PAK DATING Photograph: (OTV)

ପାକିସ୍ତାନରେ ଡେଟିଂ ରିଆଲିଟି ଶୋ ! ଆପଣଙ୍କୁ ଏହା ଶୁଣି ଯେତେ ଆଶ୍ଚର୍ଯ୍ୟ ଲାଗୁଛି, ସେତେ ଆଶ୍ଚର୍ଯ୍ୟ ଏଠାକାର ଲୋକଙ୍କୁ ମଧ୍ୟ ହୋଇଛି । ଏବେ ଏହି ଶୋ  ବିବାଦ ସୃଷ୍ଟି କରିଛି। 'ଲଭ୍ ଆଇଲାଣ୍ଡ' ଶୋର ଅନୁକରଣରେ ପାକିସ୍ତାନରେ ମଧ୍ୟ ଏକ ରିଆଲିଟି ଡେଟିଂ ଶୋ ଲଞ୍ଚ ହୋଇଛି ଏବଂ ଏହା ପରେ ପାକିସ୍ତାନୀ ଲୋକ ରାଗିଛନ୍ତି।

Advertisment

ଏପର୍ଯ୍ୟନ୍ତ ଶୋର କୌଣସି ଏପିସୋଡ୍ ପ୍ରସାରଣ ହୋଇ ନାହିଁ। ଏହି ଶୋର କେବଳ ଏକ ଟିଜର ରିଲିଜ ହୋଇଛି । ଏହାପରଠୁ ଆରମ୍ଭ ହୋଇଯାଇଛି ବିବାଦ । 

ପାକିସ୍ତାନର ବ୍ରଡକାଷ୍ଟିଂ ରେଗୁଲେଟର କହିଛନ୍ତି ଯେ ସେ ଏହି ପରିସ୍ଥିତିରେ ସାର୍ବଜନୀନ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ସ୍ଥିତିରେ ନାହାନ୍ତି। କାରଣ ତାଙ୍କ ପାଖରେ ଷ୍ଟ୍ରିମିଂ ପ୍ଲାଟଫର୍ମ ଉପରେ ରୋକ ଲଗାଇବାର କୌଣସି ଅଧିକାର ନାହିଁ ।

Advertisment

ପାକିସ୍ତାନୀ ରିଆଲିଟି ଶୋର ନାମ 'ଲାଜବାଲ ଇଶ୍କ' ବା 'ଇଟର୍ନଲ ଲଭ୍' । ଏହା ଦେଶରେ ହଙ୍ଗାମା ସୃଷ୍ଟି କରିଛି। ଏହି ଶୋକୁ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମର ହୋଷ୍ଟ କରୁଛନ୍ତି ଏବଂ ଏହାର ଶୁଟିଂ ତୁର୍କୀର ରାଜଧାନୀ ଇସ୍ତାନବୁଲରେ ହୋଇଛି।

ଫର୍ମାଟ ତୁର୍କୀର, ନକଲ ବ୍ରିଟିଶ ଶୋର

ଶୋର ଫର୍ମାଟ ତୁର୍କୀର 'ଅସ୍କ ଅଦସ' ଫର୍ମାଟ ଉପରେ ଆଧାରିତ। ଏହାକୁ ଦେଖିଲେ ଲାଗିବ ଯେ ଆପଣ ବ୍ରିଟିଶ ରିଆଲିଟି ଶୋ 'ଲଭ୍ ଆଇଲାଣ୍ଡ'ର ପାକିସ୍ତାନୀ ସଂସ୍କରଣ ଦେଖୁଛନ୍ତି। ଏହି ଶୋରେ ଚାରି ଜଣ ପାକିସ୍ତାନୀ ଯୁବକ ଏବଂ ଯୁବତୀ ଏକ ଆଡ଼ମ୍ବରପୂର୍ଣ୍ଣ ଭିଲାରେ ରହୁଛନ୍ତି ଏବଂ ସେମାନଙ୍କର ସବୁ ଗତିବିଧି କ୍ୟାମେରାରେ ରେକର୍ଡ ହୋଇଛି ।

ପାକିସ୍ତାନରେ ବିବାହ ପୂର୍ବରୁ ସଂପର୍କ ଓ ଡେଟିଂକୁ ବେଆଇନ ମାନ୍ୟତା ରହିଛି । ଦେଶରେ ଡେଟିଂକୁ ନେଇ ମଧ୍ୟ ବେଶ ହଇଚଇ ପରିସ୍ଥିତି ରହିଛି। 

ଗତ ସପ୍ତାହରେ ଆୟେଶା ଏହାର ଏକ ଟିଜର ସେୟାର କରିଥିଲେ। ଏଥିରେ ଦେଖାଯାଉଛି ଯେ ଉମର ଭିଲାରେ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିଛନ୍ତି। ଟିଜରରେ ଦମ୍ପତିମାନେ 'ଆଇ ଲଭ୍ ୟୁ' କହୁଥିବା ମଧ୍ୟ ଶୁଣାଯାଉଛି। ପ୍ରୋମୋ ଆସିବା ମାତ୍ରେ ଏହାର ସମାଲୋଚନା ଆରମ୍ଭ ହୋଇଯାଇଛି । ସମାଲୋଚକମାନଙ୍କ ମତରେ, ପାଶ୍ଚାତ୍ୟ ସଂସ୍କୃତିର ନକଲ କରି ଦେଶର ଇସଲାମିକ ସଂସ୍କୃତିକୁ ନଷ୍ଟ କରାଯାଉଛି। ପ୍ରତିଯୋଗୀମାନଙ୍କୁ ପାଶ୍ଚାତ୍ୟ ପୋଷାକରେ ଦେଖାଯାଉଛନ୍ତି ଏବଂ ଏହି ବିଷୟକୁ ନେଇ ଦେଶରେ ବେଶ ବିବାଦ ହେଉଛି।

Controversy Reality Show Pakistan
Advertisment
Related Articles
Advertisment