Advertisment

AI's Shocking Gambling Tips: ଏଆଇ ବ୍ୟବହାର କରୁଛନ୍ତି କି ? ବାଜିରେ ଲାଗିପାରେ ଜୀବନ...ସତର୍କ ରୁହନ୍ତୁ

ଆଜିକାଲି, AI ସବୁ ଜଟିଳ କାମକୁ ସହଜ କରିଦେଇଛି। ସେ ପାଣିପାଗର ପୂର୍ବାନୁମାନ ହେଉ କି ବିଶ୍ୱ ପରିବର୍ତ୍ତନର ଅବସ୍ଥା ହେଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ AI ମଧ୍ୟ ଜୁଆ ଆଉ ବାଜି ଲଗାଇବା ନେଇ ପରାମର୍ଶ ଦେଉଛି।

author-image
Manas Ranjan Mohanty
AI-Gambling-Tips

AI-Gambling-Tips Photograph: (OTV)

ଆଜିକାଲି, AI ସବୁ ଜଟିଳ କାମକୁ ସହଜ କରିଦେଇଛି। ସେ ପାଣିପାଗର ପୂର୍ବାନୁମାନ ହେଉ କି ବିଶ୍ୱ ପରିବର୍ତ୍ତନର ଅବସ୍ଥା ହେଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ AI ମଧ୍ୟ ଜୁଆ ଆଉ ବାଜି ଲଗାଇବା ନେଇ ପରାମର୍ଶ ଦେଉଛି। 

Advertisment

ଜୁଆ ଏକ ବେଆଇନ ବ୍ୟବସ୍ଥା ହୋଇଥିଲେ ମଧ୍ୟ, AI କାହା ଉପରେ ବାଜି ଲଗାଇ ହେବ ତାହା କହୁଛି। ତେବେ ଏଭଳି କ୍ଷେତ୍ରରେ ଆପଣଙ୍କର ଏକ ଛୋଟ ଭୁଲ ଆପଣଙ୍କ ପାଇଁ ଏକ ବଡ ବିପଦ ଆଣିପାରେ। 

ଏକ ରିପୋର୍ଟ ଅନୁସାରେ, ଯେତେବେଳେ ChatGPT ଏବଂ Gemini ପରି AIଙ୍କୁ ପରବର୍ତ୍ତୀ ଫୁଟବଲ୍ ଖେଳରେ କେଉଁ ଟିମ୍ ଉପରେ ବାଜି ଲଗାଇକୁ ପଚରାଗଲା, ତେବେ ଉଭୟ ଗୋଟିଏ ପରାମର୍ଶ ହିଁ ଦେଲେ। ପରାମର୍ଶରେ କୁହାଗଲା ଯେ “ଓଲେ ମିସ୍ ୧୦.୫ ପଏଣ୍ଟରେ କେଣ୍ଟୁକିକୁ ହରାଇବ।

Advertisment

ଶେଷରେ ଓଲେ ମିସ୍ ମାତ୍ର ୭ ପଏଣ୍ଟରେ ଜିତିଥିଲା। କିନ୍ତୁ ପ୍ରଶ୍ନ ଏହା ନୁହେଁ ଯେ AI ଭୁଲ ପରାମର୍ଶ ଦେଇଥିଲା କି ନାହିଁ, ବରଂ ପ୍ରଶ୍ନ ଏହା ହେଉଛି, ଜୁଆ ଆଇନଗତ ଭାବରେ ବେଆଇନ ହୋଇଥିବା ବେଳେ AI ଏପରି ପରାମର୍ଶ ଦେଉଛି କିପରି?

ବିଶେଷଜ୍ଞଙ୍କ ମତରେ, AI ଚାଟବଟ୍‌ଗୁଡ଼ିକରେ ଏକ "Context Window" ଥାଏ ଯାହା ଦ୍ୱାରା ଆପଣ ଅତୀତରେ କହିଥିବା କଥାକୁ ମନେ  ରଖେ। କିନ୍ତୁ ଏହା ସବୁବେଳେ ଗୋଟିଏ କଥାକୁ ସମାନ ଗୁରୁତ୍ୱ ଦିଏ ନାହିଁ। ଟୁଲେନ୍ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏହାକୁ ପ୍ରମାଣ କରିଛନ୍ତି।

ଯେତେବେଳେ AIକୁ ପ୍ରଥମେ ଜୁଆକୁ ନେଇ ପରାମର୍ଶ ମଗାଗଲା ଏବଂ ପରେ ଏହାର ଆଡିକ୍ସନ ବିଷୟରେ ପଚରାଗଲା, AI ଜୁଆକୁ ଅଧିକ ଗୁରୁତ୍ୱ ଦେଇଥିଲା ଏବଂ ସମାନ ଭାବରେ ପ୍ରତିକ୍ରିୟା ଦେଇ ଚାଲିଥିଲା।

କିନ୍ତୁ ଯେତେବେଳେ ଆଉ ଏକ ନୂଆ ଚାଟ୍‌ରେ ପ୍ରଥମେ ଜୁଆକୁ ନେଇ ପଚରାଗଲା, AI ବାଜି ଲଗାଇବାକୁ ସ୍ପଷ୍ଟ ଭାବରେ ମନା କରିଦେଲା। ଏହାର ଅର୍ଥ ହେଉଛି ଯେ AIର ଆଚରଣ ଆପଣ ଏହା ସହିତ କିପରି କଥା ହେଉଛନ୍ତି ତାହା ଉପରେ ନିର୍ଭର କରେ।

ତେବେ OpenAI ମଧ୍ୟ ସ୍ୱୀକାର କରେ ଯେ ଏହାର ସୁରକ୍ଷା ଫିଚର ଛୋଟ ଛୋଟ କଥା ପାଇଁ ଠିକ୍ ହୋଇପାରେ କିନ୍ତୁ, ଲମ୍ବା କଥାବାର୍ତ୍ତାରେ, AI ଅତୀତର ସ୍ମୃତିକୁ ଆଧାର କରି ଭୁଲ ଉତ୍ତର ଦେଇପାରେ, ଯାହା ଜୁଆର ନିଶାରେ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ବହୁତ ବିପଜ୍ଜନକ ହୋଇପାରେ। 

Gambling AI
Advertisment
Related Articles
Advertisment