Advertisment

Donald Trump and Xi Jinping meet: ଟାରିଫ୍ ଲଢ଼େଇ ମଧ୍ୟରେ ପରସ୍ପରକୁ ଭେଟିଲେ ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗ

୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ଟ୍ରମ୍ପ-ଜିନ୍ ପିଙ୍ଗ୍ ଆଲୋଚନା। ଟାରିଫ୍ ଲଢ଼େଇ ମଧ୍ୟରେ ପରସ୍ପରକୁ ଭେଟିଲେ ଉଭୟ ନେତା। ଦୁଇ ନେତାଙ୍କ ଆଭିମୁଖ୍ୟ ଉପରେ ଭାରତ ସମେତ ସାରା ବିଶ୍ବର ନଜର।

author-image
Chinmayee Sahoo
TRUMP-JINPING

TRUMP-JINPING Photograph: (OTV)

ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା । ଟାରିଫ୍ ଲଢ଼େଇ ମଧ୍ୟରେ ୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ଦୁଇ ନେତା ହୋଇଛନ୍ତି ଏକାଠି । ଦୁଇ ଦେଶ ମଧ୍ୟରେ ଟାରିଫ ଲଢେଇ ମଧ୍ୟରେ ଦୁଇ ନେତା ପରସ୍ପରକୁ ଭେଟିଥିବାରୁ ଦୁଇ ନେତାଙ୍କ ଆଭିମୁଖ୍ୟ ଉପରେ ଭାରତ ସମେତ ସାରା ବିଶ୍ବର ନଜର ରହିଛି । ଆଉ ଏପଟେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସାକ୍ଷାତ ପୂର୍ବରୁ ଟ୍ରମ୍ପ ନେଇଛନ୍ତି ବଡ଼ ପଦକ୍ଷେପ । ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ପାଇଁ ପେଣ୍ଟାଗନ୍ କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରଂପ । ଏନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ସୂଚନାଯୋଗ୍ୟ ଅନ୍ୟ ଦେଶ ତୁଳନାରେ ଆମେରିକା ପାଖରେ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଦ୍ବିତୀୟ ସ୍ଥାନରେ ରୁଷ ଏବଂ ଚୀନ ତୃତୀୟ ସ୍ଥାନରେ ଅଛି। ପ୍ରଚଣ୍ଡ ବିନାଶକାରୀ ଶକ୍ତି ଯୋଗୁଁ ମୁଁ ପରୀକ୍ଷଣ କରିବାକୁ ଚାହୁଁ ନଥିଲି ବୋଲି କହିଛନ୍ତି ଟ୍ରଂପ। ଅନ୍ୟ ଦେଶର ପରୀକ୍ଷଣ କାର୍ଯ୍ୟକ୍ରମ ଯୋଗୁଁ ମୋ ପାଖରେ କୌଣସି ବିକଳ୍ପ ନାହିଁ । ତେଣୁ ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ଯୁଦ୍ଧ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି।

Advertisment

ଅଧିକ ଦେଖନ୍ତୁ:


•    ଟ୍ରମ୍ପ-ଜିନ୍ପିଙ୍ଗ୍ ଆଲୋଚନା
•    ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା
•    ୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ଟ୍ରମ୍ପ-ଜିନ୍ ପିଙ୍ଗ୍ ଆଲୋଚନା
•    ଟାରିଫ୍ ଲଢ଼େଇ ମଧ୍ୟରେ ପରସ୍ପରକୁ ଭେଟିଲେ ଉଭୟ ନେତା
•    ଦୁଇ ନେତାଙ୍କ ଆଭିମୁଖ୍ୟ ଉପରେ ଭାରତ ସମେତ ସାରା ବିଶ୍ବର ନଜର
•    ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସାକ୍ଷାତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ
•    ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ପାଇଁ ପେଣ୍ଟାଗନ୍ କୁ ଦେଲେ ନିର୍ଦ୍ଦେଶ
•    ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବା ନେଇ ଏକ୍ସରେ ସୂଚନା ଦେଲେ ଟ୍ରମ୍ପ
•    'ଅନ୍ୟ ଦେଶ ତୁଳନାରେ ଆମେରିକା ପାଖରେ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି'
•    ରୁଷିଆ ଦ୍ୱିତୀୟ ସ୍ଥାନରେ ଅଛି, ଏବଂ ଚୀନ ତୃତୀୟ ସ୍ଥାନରେ ଅଛି- ଟ୍ରମ୍ପ
•    'ପ୍ରଚଣ୍ଡ ବିନାଶକାରୀ ଶକ୍ତି ଯୋଗୁଁ ମୁଁ ପରୀକ୍ଷଣ କରିବାକୁ ଚାହୁଁ ନଥିଲି'
•    'ଅନ୍ୟ ଦେଶର ପରୀକ୍ଷଣ କାର୍ଯ୍ୟକ୍ରମ ଯୋଗୁଁ ମୋ ପାଖରେ କୌଣସି ବିକଳ୍ପ ନାହିଁ'
•    'ତେଣୁ ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଆରମ୍ଭ କରିବାକୁ ଯୁଦ୍ଧ ବିଭାଗକୁ ନିର୍ଦ୍ଦେଶ ଦେଇଛି'

Donald Trump Chinese President Xi Jinping
Advertisment
Related Articles
Advertisment