/odishatv-khabar/media/media_files/2026/02/13/why-india-has-its-eye-on-dhaka-2026-02-13-15-45-54.jpg)
Dhaka Photograph: (OTV)
ପ୍ରଧାନମନ୍ତ୍ରୀ ହେବେ ତାରିକ୍ ରହମାନ । ବିଏନପିର ବିଜୟ, ଭାରତ ପାଇଁ କି ସଂକେତ ? ମିଶିଯିବେ କି ବାଂଲାଦେଶ_ଚୀନ-ପାକିସ୍ତାନ ? ଶତ୍ରୁକୁ କୋଳେଇ ବିଶ୍ୱସ୍ତ ଦିଲ୍ଲୀକୁ ପର କରିବ କି ଢାକା ?
ବାଂଲାଦେଶ ନିର୍ବାଚନରେ ଦମଦାର କମବ୍ୟାକ୍ କରିଛି ବିଏନପି । ଉଭୟ ଢାକା-୧୭ ଓ ବୋଗରା-୬ ଆସନରେ ବୃହତ୍ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ଦେବାକୁ ଯାଉଛନ୍ତି ଦଳର ମୁଖିଆ ତାରିକ ରହମାନ । ଦଶନ୍ଧିରୁ ଅଧିକ ସମୟ ପରେ ବାଂଲାରେ ବଦଳିବାକୁ ଯାଉଛି ରାଜନୈତିକ ସମୀକରଣ । ହେଲେ ଏ ନୂଆ ସମୀକରଣ କେମିତି ଲେଖିବ ଭାରତ-ବାଂଲା ସଂପର୍କ ?
ବାଂଲା ରାଜନୀତିରେ ନୂଆ ସମୀକରଣ:
ବାଂଲାଦେଶ ଭୋଟ ଢାକା ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାରତ ପାଇଁ । କାରଣ ବିଏନପି ସରକାରରେ କେମିତି ରହିବ ଭାରତ-ବାଂଲା ସଂପର୍କ, ଏବେ ତା ଉପରେ ସଭିଁଙ୍କ ନଜର । ୨୦୨୪ରେ ହସିନା ସରକାରର ପତନ ପରଠୁ ଦିନେ ଭାରତର ବିଶ୍ୱସ୍ତ ବନ୍ଧୁ ଥିବା ବାଂଲାଦେଶରେ ଦେଖିବାକୁ ମିଳୁଛି ଭାରତ ବିରୋଧି ଲହର । ହିନ୍ଦୁଙ୍କ ହତ୍ୟା ହେଉଛି, ରାଜନୈତିକ ପାର୍ଟି ଭାରତ ବିରୋଧି ନାରା ଦେଉଛନ୍ତି, ଭାରତକୁ ବାଂଲାଦେଶ ଲୋକେ ଶତ୍ରୁ ଭାବୁଛନ୍ତି । ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଭାରତ ସହ ଦୂରତା ବଢାଇ ଚୀନ ଓ ପାକିସ୍ତାନକୁ କୋଳାଇଛନ୍ତି ।
ଭାରତ ସହ କିପରି ରହିବ ସଂପର୍କ:
ଯଦି ଏବେ ବିଏନପି ସମାନ ଆଭିମୁଖ୍ୟ ଆପଣାଏ, ତାହେଲେ ଏହା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କାରଣ ଦିଲ୍ଲୀଠୁ ଦୂରତା ପାକିସ୍ତାନ-ଚୀନ-ବାଂଲାଦେଶ ଗଠବନ୍ଧନର ସମ୍ଭାବନାକୁ ବୃଦ୍ଧି କରିବ । ଏପରି ହେଲେ ଦକ୍ଷିଣ ଏସିଆରେ ଦିଲ୍ଲୀର ଦବ୍ଦବା ଦୁର୍ବଳ ହୋଇଯିବ, ଯାହା ଭାରତର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ । ଏହି ଦୃଷ୍ଟିରୁ ବାଂଲା ନିର୍ବାଚନ ଫଳାଫଳ ଖାଲି ବାଂଲାଦେଶ ପାଇଁ ନୁହେଁ, ଭାରତ ସହ ସମଗ୍ର ଦକ୍ଷିଆ ଏସିଆ ପାଇଁ ବି ଅତି ମହତ୍ତ୍ୱପୂର୍ଣ୍ଣ ।
ଶେଖ୍ ହସିନାଙ୍କ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ଶାସନ କାଳକୁ ଭାରତ-ବାଂଲାଦେଶ ସମ୍ପର୍କର ସୁବର୍ଣ୍ଣ ଯୁଗ କୁହାଯାଏ । ଏହି ସମୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ଜଳ ବଣ୍ଟନ ଭଳି ପ୍ରସଙ୍ଗରେ ଘନିଷ୍ଠ ଭାବରେ ସହଯୋଗ କରିଥିଲେ । ନିର୍ବାଚନ ପୂର୍ବରୁ ତାରିକ ରହମାନ ମଧ୍ୟ ଭାରତ ସହ ଭଲ ସଂପର୍କ ରଖିବେ ଓ ନୂଆଦିଲ୍ଲୀର ସ୍ୱାର୍ଥକୁ ତାଙ୍କର ସରକାର ସମ୍ମାନ ଦେବ ବୋଲି କହିଥିଲେ । ହେଲେ ତେଣୁ ପ୍ରଶ୍ନ ଉଠୁଛି, ଖଲିଦା ଜିଆଙ୍କ ନେତୃତ୍ୱରେ ଭାରତ ବିରୋଧି ଆଭିମୁଖ୍ୟ ପୋଷଣ କରିଆସିଥିବା ବିଏନପି କ'ଣ ଭାରତ ସହ ସୁସଂପର୍କ ବଜାୟ ରଖିବ ?
ବ୍ୟୁରୋ ରିପୋର୍ଟ, ଓଟିଭି
Seva Teerth & Kartavya Bhavan: PMOର ନୂଆ ଠିକଣା 'ସେବା ତୀର୍ଥ', ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

Youth Kidnapped, Brutally Thrashed: କମେଣ୍ଟ ମରାକୁ ନେଇ ତୁମୁଳକାଣ୍ଡ, ଉଠାଇ ନେଇ ନିର୍ଦ୍ଧୁମ ଛେଚିଲେ

Ram Charan Twin’s Naming Ceremony: ଯମଜ ସନ୍ତାନର ବାପା ହେଲେ ରାମ ଚରଣ; ଜାଣନ୍ତୁ କ’ଣ ରହିଲା ନାମ

Kharge Demands Probe Dalit Anganwadi Discrimination: ରାଜ୍ୟସଭାରେ ଉଠିଲା ଓଡ଼ିଶାରେ ଜାତିଗତ ଭେଦଭାବର କୁତ୍ସିତ ମାନସିକତା, ତଦନ୍ତ କରିବାକୁ ଖଡ଼ଗେଙ୍କ ଦାବି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)