Advertisment

Super Typhoon Ragasa: ସବୁ ଛିନଛତ୍ର, ଧ୍ବଂସ ହୋଇଗଲା ଅଧା ଚୀନ ! ରାଗାସା ରଚିଲା ଧ୍ବଂସର ଲୀଳା

‘ରାଗାସା’ ରଚିଲା ଧ୍ବଂସର ଲୀଳା । ମହାବାତ୍ୟା ନେଲା ଲୋକଙ୍କ ଜୀବନ । ପ୍ରକୃତିର କରାଳ ରୂପ ଆଗରେ ସବୁ ଛିନଛତ୍ର । ଚୀନ ଓ ଦକ୍ଷିଣପୂର୍ବ ଏସିଆରେ ସୁପର ଟାଇଫୁନ ‘ରାଗାସା’ ସବୁକିଛିକୁ ଛାରଖାର କରିବାକୁ ଆସିଥିଲା ।

author-image
Manas Ranjan Mohanty
RAGASA SUPER CYOLNE

RAGASA SUPER CYOLNE Photograph: (OTV)

‘ରାଗାସା’ ରଚିଲା ଧ୍ବଂସର ଲୀଳା । ମହାବାତ୍ୟା ନେଲା ଲୋକଙ୍କ ଜୀବନ । ପ୍ରକୃତିର କରାଳ ରୂପ ଆଗରେ ସବୁ ଛିନଛତ୍ର । ଚୀନ ଓ ଦକ୍ଷିଣପୂର୍ବ ଏସିଆରେ ସୁପର ଟାଇଫୁନ ‘ରାଗାସା’ ସବୁ କିଛିକୁ ଛାରଖାର କରିବାକୁ ଆସିଥିଲା । ଆଉ ତା’ର ତାଣ୍ଡବରେ ଛିନଛତ୍ର ହୋଇଯାଇଛି ତାଇୱାନ, ଫିଲିପାଇନ୍ସ, ହଂକଂ ଏବଂ ଚୀନର ଦକ୍ଷିଣ ଭାଗ । ମହାବାତ୍ୟା ପରେ ଫିଲିପାଇନ୍ସ, ହଂକଂରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି ।

Advertisment

‘ରାଗାସା’ ବାଟରେ ଯିଏ ପଡିଲା ପ୍ରବଳ ବନ୍ୟାଜଳରେ ଭାସି ଯାଇଥିବାର ଭୟଙ୍କର ଦୃଶ୍ୟ  ସୋସିଆଲ ମିଡିଆରେ ଦେଖିବକୁ ମିଳିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଇୱାନର ହୁଆଲିଏନ୍ ଜିଲ୍ଲାରେ ବାତ୍ୟା ଅଧିକ ବିପତ୍ତି ଘଟାଇଛି । ଏକ ବନ୍ଧ ଭାଙ୍ଗି ପୂର୍ବ ତାଇୱାନର ଗୁଆଙ୍ଗ ଫୁ ଅଂଚଳରେ ବନ୍ୟା ସୃଷ୍ଟି କରିଛି । ପ୍ରବଳ ପବନ ଏବଂ ମୁଷଳ ଧାରାରେ ବର୍ଷାରେ ବିଭିନ୍ନ ସ୍ଥାନରେ ଜୀବନଯାପନ ଠପ୍ ହୋଇଯାଇଛି । ହଂକଂରୁ ଚୀନ୍ ପର୍ଯ୍ୟନ୍ତ ପ୍ରବଳ କ୍ଷୟକ୍ଷତି ଘଟାଇଛି ମହାବାତ୍ୟ ‘ରାଗାସା’ । ଗତକାଲି ଏହା ଚୀନର ଗୁଆଙ୍ଗ ଡୋଙ୍ଗ ଠାରେ ସ୍ଥଳଭାଗ ଛୁଁଇଥିଲା । ପ୍ରାୟ ୧୮୮ କିଲୋମିଟର ପ୍ରତି ଘଣ୍ଟା ବେଗରେ ଏହା ମାଡ ହୋଇଥିଲା । 

ସୁ ସୁ ଗର୍ଜନ କରି ମାଡ଼ିଆସିଲା ପବନ

ଲ୍ୟାଣ୍ଡଫଲ ପରେ ଚୀନରେ ଝୁଆଇ, ସେନ ଝେନ ଏବଂ ଗୁଆଙ୍ଗ ଝୌ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମହାବାତ୍ୟା ରାଗାସାକୁ ୫ ନମ୍ବର ବାତ୍ୟାର ମାନ୍ୟତା ଦିଆଯାଇଛି । ଚଳିତ ବର୍ଷର ଏହା ବିଶ୍ବର ସବୁଠୁ ବଡ ବାତ୍ୟା ବୋଲି କୁହାଯାଉଛି । ତେବେ ପୂର୍ବରୁ ଚୀନରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।୧୯୯୯ ମହାବାତ୍ୟାଠୁ ବି ଆହୁରି ଭୟଙ୍କର ଥିଲା ‘ରାଗାସା’ ! ସୁ ସୁ ଗର୍ଜନ କରି ମାଡ଼ିଆସିଲା ପବନ ! ଅବିଶ୍ରାନ୍ତ ବର୍ଷାରେ ସବୁକିଛି ଉବୁଟୁବୁ ହେଲା ! ପୂରା ଫିଲିପାଇନ୍ସ ଯେମିତି ଜୀବନ ମରଣ ସହସଂଘର୍ଷ କଲା । ଶକ୍ତିଶାଳୀ ବାତ୍ୟା 'ରାଗାସା'ର ତାଣ୍ଡବରେ ସବୁ କିଛି ଏବେ ଛାରଖାର । 'ରାଗାସା'ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । 

Advertisment

ଫିଲିପାଇନ୍ସରେ 'ରାଗାସା'ର ତାଣ୍ଡବ ନେଇ ପୂର୍ବରୁ ସୁଚନା ଦେଇଥିଲା ପାଣିପାଗ ବିଭାଗ । ମହାବାତ୍ୟାକୁ ନେଇ ଲୋକଙ୍କୁ ସତାର୍କ କରାଯାଇଥିଲା ।  ହେଲେ ତଥାପି ବାତ୍ୟାର କରାଳ ରୂପରେ ସବୁ କିଛି ଧ୍ବସଂ ହୋଇଯାଇଛି । ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି, ଘରଦ୍ବାର ଭାଙ୍ଗି ମାଟିରେ ମିଶିଛି । ବାତ୍ୟା 'ରାଗାସା'ର ପ୍ରଭାବ କେବଳ ଫିଲିପାଇନ୍ସ ନୁହେଁ, ଫିଲିପାଇନ୍ସ ବ୍ୟତୀତ ହଂକଂ, ତାଇୱାନ୍ ଏବଂ ଚୀନ୍ ଉପରେ ମଧ୍ୟ ପଡ଼ିଛି । ଫଳରେ ତାଇୱାନ ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରାଯାଇଛି । ଆଗାମୀ ୩୬ ଘଣ୍ଟା ପାଇଁ ହଂକଂ ବିମାନବନ୍ଦରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରାଯାଇଛି । ଖାଲିସେତିକି ନୁହେଁ, ଭୟଙ୍କର ବାତ୍ୟା 'ରାଗାସା' ପାଇଁ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ବନ୍ଦ କରିଛନ୍ତି ସରକାର  ।

Advertisment
Related Articles
Advertisment