Advertisment

Daily Horoscope 23rd December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ – ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି

author-image
Deepak Acharya
Horoscope

Horoscope Photograph: (OTV)

ମେଷ

ଅଶ୍ୱନୀ – ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି 
ଦ୍ୱିଜା – ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ
କୃତିକା – ମହିଳା ମାନଙ୍କୁ ବନ୍ଧୁଙ୍କ ସହଯୋଗ  ମିଳିବ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ ।  କୈାଣସି କାମରେ ଯଥେଷ୍ଟ ଲାଭ ହେବ । ପ୍ରେମ ଜୀବନ ଭଲ ରହିବ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ଆରାଧନା କରନ୍ତୁ 

Advertisment

ବୃଷ

କୃତିକା- କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଆର୍ଥିକ ପରିସ୍ଥିତି ଓ କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ। ପ୍ରତ୍ୟେକ କ୍ଷେତ୍ରରେ ଆଡ୍‌ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବନାହିଁ।
ରୋହିଣୀ- ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା, ଚୁକ୍ତିପତ୍ର, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ।
ମୃଗଶିରା- କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ। ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେବେ। ଅଟକି ରହିଥିବା କାର୍ଯ୍ୟର ସମସ୍ୟାଟି ଆକସ୍ମିକ ଭାବେ ସମାଧାନ ହୋଇଯିବାରୁ ମନ ଖୁସି ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମିଥୁନ

ମୃଗଶିରା  - କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ 
ଆଦ୍ରା – ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ ।  କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ 
ପୁନର୍ବସୁ -  ସୁନା ଅଳଙ୍କାର କିଣିବା ଲାଗି ଭାବିବେ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ । ଭାବିଥିବା କାମରେ ନିଜ ଦକ୍ଷତା ବଳରେ ପୁରା କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ 

Advertisment

କର୍କଟ

ପୁନର୍ବସୁ- ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ । ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ
ପୁଷ୍ୟା- ବିଦ୍ୟାର୍ଥୀ ମାନେ  ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ ।  ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।
ଅଶ୍ଲେଷା- ମାଲିମୋକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ । ବହୁ ଦିନର ମନସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ  

ସିଂହ

ମଘା – ବ୍ୟବସାୟରେ ଉନ୍ନତି କରିବେ । ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ । ବ୍ୟବସାୟୀଙ୍କୁ ଲାଭ ମିଳିବ । ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରନ୍ତୁ 
ପୂ , ଫାଲଗୁନୀ -  ବିଦ୍ୟାର୍ଥୀ ମାନେ ପଢାରେ ମନନିବେଶ କରିବେ । ବାହନ କିଣିବା ଲାଗି ଆଗ୍ରହ ବଢିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ପ୍ରେମିକାକୁ ମନର କଥା କହିବେ ।
ଉ ,ଫାଲଗୁନୀ – ବହୁ ଦିନର ସ୍ୱପ୍ନ ସାକାର ହେବ । ଆପଣଙ୍କର ଧ୍ୟାନ ଧାର୍ମୀକ କାର‌୍ୟ୍ୟରେ ଲାଗି ରହିବ । ନିଜର ପ୍ରତିଭାକୁ ବିକଶିତ କରିବା ଲାଗି ଅବସର ପାଇବେ 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ସୂର‌୍ୟ୍ୟକୁ ଜଳଦାନ କରି ଦିନ ଆରମ୍ଭ କରନ୍ତୁ

କନ୍ୟା

ଉ,ଫଳଗୁନି- ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଅଚିହ୍ନା ଲୋକଙ୍କ ଠାରୁ ସାହାର‌୍ୟ୍ୟ ପାଇବେ ।
ହସ୍ତା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ମହିଳା ମାନେ କର୍ତବ୍ୟନିଷ୍ଠା ପରାୟଣ ରହିବେ
ଚିତ୍ରା- ସମ୍ପର୍କୀୟ ବନ୍ଧୁଙ୍କ ସାହାର‌୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ । ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର -  ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ 

ତୁଳା 

ଚିତ୍ରା – ଶାରୀରିକ ପୀଡ଼ା ଭୋଗ କରି ପାରନ୍ତି ।   ପଇସାର ଅଭାବ ଅନୁଭବ କରିପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ । 
ସ୍ୱାତୀ – ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ । 
ବିଶାଖା - ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ । ବଡ ଯୋଜନାର ଶୁଭାରମ୍ଭ କରିପାରନ୍ତି । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ବିଛା

ବିଶାଖା- ପିଲାଙ୍କ ଉଚ୍ଚ ଶିକ୍ଷା ସକାଶେ ଦ୍ୱନ୍ଦ୍ୱାମତ୍କ ସ୍ଥିତି ସୃଷ୍ଟି ହୋଇପାରେ । ବନ୍ଧୁଙ୍କ କାର‌୍ୟ୍ୟକଳାପ ଅସନ୍ତୋଷଜନକ ରହିବ। କିନ୍ତୁ ସମ୍ମୁଖରେ କିଛି କହି ପାରିବେ ନାହିଁ। ବାଣିଜ୍ୟରେ ଉନ୍ନତି କରିବେ
ଅନୁରାଧା- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସି୍ଥର ଅବସ୍ଥା ଲାଗି ରହିବ । ଘର ପାଇଁ ଆସବାବ କ୍ରୟ କରିବେ ।
ଜ୍ୟେଷ୍ଠା- ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଗୃହସୀମାଜନିତ ବିବାଦ, କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପିଲାମାନଙ୍କ କାର‌୍ୟ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ

ଧନୁ

ମୂଳା – ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ 
ପୂ , ଷାଢା – ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । ରାଜନିତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।
ଉ , ଷାଢା – ମହିଳା ମାନଙ୍କୁ ସମ୍ମାନ ଦେବେ । ଶତୃ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପୂର୍ଣ୍ଣ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ 

ମକର

ଉ,ଷାଢା- ଅତି ବିଶ୍ୱସ୍ତ ଲୋକଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡ଼ିପାରେ । ଧାତୁ, ଅଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିବେ। ପରିବାର ଭିତରର କିଛି କଥା ଅନ୍ୟମାନଙ୍କ ଆଗରେ କହିପାରିବେ ନାହିଁ ।    
ଶ୍ରବଣା- ଜଣେ ବନ୍ଧୁଙ୍କ ଟାଣକଥାକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ମନର ଭାବକୁ ମନରେ ରଖି ଅନ୍ୟର ନିକଟତର ହେବାକୁ ଚେଷ୍ଟା କରିବେ । ଅନ୍ୟକୁ ଭରସାକରି ବସି ରହିଲେ ସମସ୍ୟା ଭିତରେ ଛନ୍ଦି ହୋଇଯିବେ। 
ଧନିଷ୍ଠା- ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ। ବହୁତ ଦିନରୁ ଲାଗିରହିଥିବା କଚେରି ମାମଲା ଚିନ୍ତାର କାରଣ ହୋଇପାରେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ

ଧନିଷ୍ଠା – ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ପ୍ରକୃତିର ଆନନ୍ଦ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ । ପ୍ରଶାସନିକ କାମ ଧୈର‌୍ୟ୍ୟର ସହ କରନ୍ତୁ ।
ଶତଭିଷା – ରାଜନିତିରେ ମୂଖ୍ୟ ଭୂମିକା ଗ୍ରହଣ କରିବେ । ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ । ସାମାଜିକ ମିଳାମିଶା ବଢିବ ।
ପୂ , ଭାଦ୍ରପଦ  – ଆୟିନୀର ଦ୍ୱାରସ୍ଥ ହେବେ ।  ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ । ସମ୍ମାନିତ ଲୋକଙ୍କ ସହ ମିଶିବେ । ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ

ପୂ,ଭାଦ୍ରପଦ- ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ଅସନ୍ତୁଷ୍ଟ ରହିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ । 
ଉ,ଭାଦ୍ରପଦ- ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ। ଅସାବଧାନତା ସହକାରେ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ ଚଳାଇବା ଠିକ୍ ହେବ ନାହିଁ।
ରେବତୀ- କେତେକ ସ୍ଥଗିତ କାମ କରିବାରେ ଅସମର୍ଥ ହୋଇ ଚିନ୍ତିତ ରହିପାରନ୍ତି । ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର‌୍ୟ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇ ପାରନ୍ତି । ଭୁଲ୍ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମର ଚାପରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

Advertisment
Related Articles
Advertisment