Advertisment

Fuel Shortage Rumour: ପେଟ୍ରୋଲ ଡିଜେଲ ସରିଯିବା ଗୁଜବ! ଦର ବଢିବା ଭୟରେ ଲମ୍ବା ଲାଇନ

ପେଟ୍ରୋଲ ଡିଜେଲ ସରିଯିବା ଗୁଜବ। ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍। ମାଲକାନଗିରି ପେଟ୍ରୋଲ ପମ୍ପରେ ଭିଡ଼। ଦର ବଢିବା ଭୟରେ ଲମ୍ବା ଲାଇନ। ଗୁଜବରେ ବିଶ୍ବାସ ନକରିବାକୁ ଅପିଲ୍।

author-image
Chinmayee Sahoo
Fuel Shortage Rumour

Fuel Shortage Rumour Photograph: (OTV)

ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ପେଟ୍ରୋଲ ଦର ବଢିଯିବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଭିଡ। ମାଲକାନଗିରିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ତେଲ ସରିଯିବା ଏବଂ ଦର ବଢିବା ଭୟରେ ପେଟ୍ରୋଲ ପମ୍ପରେ ଭିଡ ହୋଇଛି। ଗତକାଲି ରାତି ଓ ଆଜି ସକାଳେ ପେଟ୍ରୋଲ ପମ୍ପ ଗୁଡିକରେ ଭିଡ ଦେଖିବାକୁ ମିଳିଛି। 

Advertisment

ପେଟ୍ରୋଲ ଡିଜେଲ ସରିଯିବା ଗୁଜବ ପରେ ମାଲକାନଗିରି ସଦର ମହକୁମାର କିଛି ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

Rumour Odisha Petrol Diesel Petrol
Advertisment
Related Articles
Advertisment