Advertisment

Indian Celebrities Stranded in Dubai: ଯୁଦ୍ଧ ଭିତରେ ଫସିଛନ୍ତି ସେଲିବ୍ରିଟି, ଭାରତ ଫେରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡିଲେ

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି ସେଲିବ୍ରିଟି। ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି। ନିଜ ସୋସିଆଲ ମିଡିଆରେ ସୂଚନା ଦେଲେ ପିଭି ସିନ୍ଧୁ।

author-image
Chinmayee Sahoo
Middle East War

Middle East War Photograph: (OTV)

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ଭିତରେ ଦୁବାଇରେ ଫସିଛନ୍ତି କିଛି ସେଲିବ୍ରିଟି। ଭାରତୀୟ ଡବଲ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ଦୁବାଇରେ ଫସିଛନ୍ତି। ଏ ନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ପିଭି ସିନ୍ଧୁ। ବିମାନଯାତ୍ରା ଉପରେ ରୋକ ଲାଗିଥିବାରୁ ଦୁବାଇରେ ଏକ ପ୍ରକାର ଅଟକି ରହିଛନ୍ତି ସିନ୍ଧୁ। 

Advertisment

ତେବେ ସେ ସେଠାରେ ସୁରକ୍ଷିତ ଅଛି ବୋଲି ସୋସିଆଲ୍  ମିଡିଆରେ ଲେଖିଛନ୍ତି ସିନ୍ଧୁ। 'ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଅକ୍ଳାନ୍ତ ପ୍ରୟାସ ଯୋଗୁଁ ଆମେ ଅଧିକ ସୁରକ୍ଷିତ' ଥିବା ସିନ୍ଧୁ ଉଲ୍ଲେଖ କରିଛନ୍ତି। ସେହିଭଳି ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହ୍ବାନ ମଧ୍ୟ ଦୁବାଇରେ ଫସିଛନ୍ତି। ଭାରତ ଯିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ସହାୟତା ମାଗିଛନ୍ତି।

Dubai
Advertisment
Related Articles
Advertisment