Advertisment

Why Do Eyes Itch and Burn Frequently: ଅଧିକାଂଶ ସମୟରେ ଆପଣଙ୍କ ଆଖି ପୋଡୁଛି କି… ଜାଣନ୍ତୁ ଏହାର କାରଣ ଆଉ ସମାଧାନ

ଆଖି କୁଣ୍ଡାଇ ହେବା କିମ୍ବା ଜଳାପୋଡ଼ା ହେବା ଏକ ସାଧାରଣ ସମସ୍ୟା ହେଲେ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ଆଲର୍ଜି, ସଂକ୍ରମଣ, ପ୍ରଦୂଷଣ ଓ ଅଧିକ ସ୍କ୍ରିନ୍ ଟାଇମ୍ ଏହାର ପ୍ରମୁଖ କାରଣ ହୋଇପାରେ। ଲକ୍ଷଣ ଦୀର୍ଘ ସମୟ ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

author-image
Pramod Behera
Why Do Eyes Itch and Burn Frequently

ଅଧିକାଂଶ ସମୟରେ ଆପଣଙ୍କ ଆଖି ପୋଡୁଛି କି… ଜାଣନ୍ତୁ ଏହାର କାରଣ ଆଉ ସମାଧାନ Photograph: (OTV)

ଆଖି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିପାଇଁ ଏହି ଅଙ୍ଗର ବିଶେଷ ଯତ୍ନ ମଧ୍ୟ ଆବଶ୍ୟକ। ଆପଣ କ’ଣ ଆପଣଙ୍କ ଆଖିର ସଠିକ୍ ଯତ୍ନ ନେଉଛନ୍ତି? ଆଖି ସମ୍ବନ୍ଧୀୟ ସମସ୍ୟାର ପରିସଂଖ୍ୟାନ ଦର୍ଶାଏ ଯେ ଅଧିକାଂଶ ଲୋକ ସେମାନଙ୍କ ଆଖି ସ୍ୱାସ୍ଥ୍ୟ ପ୍ରତି ଯେତିକି ଧ୍ୟାନ ଦେବା ଉଚିତ ତାହା ଦିଅନ୍ତି ନାହିଁ।

Advertisment

ଡାକ୍ତରଙ୍କ କହିବା କଥା, ଆମେ ସମସ୍ତେ ପ୍ରାୟ ଆଖି ପୋଡ଼ିବା, କୁଣ୍ଡାଇ ହେବା, ପାଣି ପଡ଼ିବା ଭଳି ସାଧାରଣ ସମସ୍ୟାକୁ ଅଣଦେଖା କରୁ। ଏଗୁଡ଼ିକ କିଛି ପରିସ୍ଥିତିରେ ଗମ୍ଭୀର ସମସ୍ୟାର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ, ଯାହା ପାଇଁ ସତର୍କତା ଆବଶ୍ୟକ।

ଆଖିରେ କୁଣ୍ଡାଇ ହେବା ଏବଂ ଜଳାପୋଡ଼ା ସମସ୍ୟା:

ଚକ୍ଷୁ ବିଶେଷଜ୍ଞଙ୍କ ମତରେ, "ଆଖି କୁଣ୍ଡେଇ ହେବା ଏବଂ ଜଳାପୋଡ଼ା ହେବା ଏକ ସାଧାରଣ ସମସ୍ୟା। ଏହି ସମସ୍ୟାଗୁଡ଼ିକ ଆଲର୍ଜି, ସଂକ୍ରମଣ କିମ୍ବା ପାଗ ପରିବର୍ତ୍ତନ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କ୍ରିନ୍ ଟାଇମ୍ ଯୋଗୁଁ ହୋଇପାରେ।"

Advertisment

ଧୂଳି କିମ୍ବା ଧୂଆଁ ପ୍ରଦୂଷଣ ମଧ୍ୟ ଆଖିରେ ଜ୍ୱଳନ ଏବଂ କୁଣ୍ଡାଇ ହେବା ସୃଷ୍ଟି କରିପାରେ। ଏହି ସମସ୍ୟାଗୁଡ଼ିକ ସାଧାରଣତଃ ଆପେ ଆପେ କିମ୍ବା ହାଲୁକା ଔଷଧ ସେବନ ଦ୍ଵାରା ସମାଧାନ ହୋଇଯାଏ। ଯଦି ଆପଣଙ୍କ ଏହି ସମସ୍ୟା ଲାଗି ରୁହେ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ।

ଆଖିରେ ଜଳାପୋଡ଼ା ଏବଂ କୁଣ୍ଡାଇ ହେବାର କାରଣ:

  • ଡକ୍ଟରଙ୍କ ମତରେ, ଆଖିରେ ଜଳାପୋଡ଼ା ଏବଂ କୁଣ୍ଡାଇ ହେବାର ସବୁଠାରୁ ସାଧାରଣ କାରଣ ହେଉଛି ଆଲର୍ଜି। ଆଖି ସଂକ୍ରମଣ ମଧ୍ୟ ଏହି ସମସ୍ୟା ସୃଷ୍ଟି କରିପାରେ।
  • ଧୂଳି, ଫୁଲର ପରାଗରେଣୁ କିମ୍ବା ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ୱାରା ଆଖିରେ ଜଳାପୋଡ଼ା ଏବଂ ବିନ୍ଧା ହୋଇପାରେ।
  • ବ୍ୟାକ୍ଟେରିଆ କିମ୍ବା ଭାଇରସ ଯୋଗୁଁ ହେଉଥିବା କଞ୍ଜକ୍ଟିଭାଇଟିସ୍ ମଧ୍ୟ ଆଖି ଜଳାପୋଡ଼ା, ଲାଲ୍ ପଡିବା ଏବଂ ପାଣି ଆସିବାର କାରଣ ହୁଏ।
  • ଦୀର୍ଘ ସମୟ ସ୍କ୍ରିନ୍ ଟାଇମ୍ ଶୁଷ୍କତା ବୃଦ୍ଧି କରିପାରେ ଏବଂ ଆଖିରେ ପର୍ଯ୍ୟାପ୍ତ ପରିମାଣର ଲୁହ ତିଆରି ହେବାରେ ବାଧା ସୃଷ୍ଟି କରେ, ଯାହା ଆଖି ସମସ୍ୟାକୁ ବଢାଇଥାଏ।

ସମସ୍ୟାରୁ କିପରି ମିଳିବ ମୁକ୍ତି:

  • ଚକ୍ଷୁ ବିଶେଷଜ୍ଞଙ୍କ ମତରେ ଆଖିର ଜ୍ୱଳନ, ଯନ୍ତ୍ରଣା କିମ୍ବା ଲାଲ ହେବା ଆପେ ଆପେ କିମ୍ବା କିଛି ସାଧାରଣ ପ୍ରତିକାର ସାହାଯ୍ୟରେ ଦୂର ହୋଇପାରେ।
  • ସାମାନ୍ୟ ଜ୍ୱଳନ କିମ୍ବା କୁଣ୍ଡାଇ ହେଲେ, ଥଣ୍ଡା, ସଫା ପାଣିରେ ଆଖି ଧୋଇ ଦିଅନ୍ତୁ।
  • ଡାକ୍ତରଙ୍କ ପରାମର୍ଶ ନେଇ ଲୁବ୍ରିକେଟିଂ ଆଇ ଡ୍ରପ୍ ବ୍ୟବହାର କରାଯାଇପାରିବେ, କିନ୍ତୁ କେବେବି କୌଣସି ଡ୍ରପ୍ ନିଜେ ବ୍ୟବହାର କରନ୍ତୁ ନାହିଁ।
  • ଆଖି ସମ୍ବନ୍ଧୀୟ ବିପଦକୁ କମ କରିବା ପାଇଁ, ପ୍ରଚୁର ପାଣି ପିଇବା ଏବଂ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଗୁରୁତ୍ୱପୂର୍ଣ୍ଣ।
  • ଆପଣଙ୍କ ଖାଦ୍ୟରେ ଭିଟାମିନ୍ ଏ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ, ଯାହା ଦୃଷ୍ଟିଶକ୍ତି ଉନ୍ନତ କରିବାରେ ସହାୟକ ହେବ।
  • ଯଦି ସାଧାରଣ ପ୍ରତିକାର ୨-୩ ଦିନ ମଧ୍ୟରେ ଆରାମ ପ୍ରଦାନ ନ କରେ, ତେବେ ଚକ୍ଷୁ ପରୀକ୍ଷା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
Declining Eyesight High Pollution And Eye Care Health Tips
Advertisment
Advertisment