Advertisment

Pakistan: ଖଣ୍ଡ ଖଣ୍ଡ ହୋଇଯିବ କି ଆତଙ୍କୀସ୍ତାନ? ରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ଲୋକ

ପିଓକେରେ ବଡ ବିଦ୍ରୋହ। ପାକିସ୍ତାନ ବିରୋଧରେ ହଲ୍ଲାବୋଲ୍। ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପିଓକେବାସୀ । ପାକ୍‌ ସରକାରଙ୍କୁ ସିଧା ଧମକ ଦେଉଛନ୍ତି, 'ବହୁତ ହେଇଗଲା, ଏଥର ଚପଲରେ ପିଟିବୁ।'

author-image
Chinmayee Sahoo
POK

POK Photograph: (OTV)

ଅଶାନ୍ତ 'ପାକିସ୍ତାନ (Pakistan) ଅଧିକୃତ କାଶ୍ମୀର' । ଜଳୁଛି ବିଦ୍ରୋହ ନିଆଁ । ପାକିସ୍ତାନ ସରକାର ଓ ସେନାର ଦୁର୍ନୀତି, ଅତ୍ୟାଚାର ବିରୋଧରେ ପିଓକେରେ ତେଜୁଛି ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ଅସିମ୍ ମୁନୀରଙ୍କ ବିରୋଧରେ ଗର୍ଜୁଛନ୍ତି ହଜାର ହଜାର ଲୋକେ ।
ଅଖ ଚକ ଜାମ୍, ଦୋକାନ ବଜାର ବନ୍ଦ । ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପିଓକେବାସୀ । ସରକାର ବିରୋଧରେ ନାରାବାଜି ସହ ପୋଡାଜଳା ଓ ଭଙ୍ଗାରୁଜା କରୁଛନ୍ତି । ଅଣାୟତ୍ତ ହେଉଛି ସ୍ଥିତି । ଆନ୍ଦୋଳନ ଦମନ କରିବାକୁ ଫାୟାରିଂ କରିଛି ପାକ୍ ସେନା । ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ହୋଇଛନ୍ତି ଆହତ । ସ୍ଥିତି ବିଗୁଡୁ ଥିବାବେଳେ ପିଓକେରେ ରାତିଅଧିଆ ବନ୍ଦ ହୋଇଛି ଇଣ୍ଟରନେଟ ସେବା । ହଜାର ହଜାର ସୁରକ୍ଷାକର୍ମୀଙ୍କୁ କରାଯାଇଛି ମୁତୟନ । 
ପିଓକେର ସାମାଜିକ ସଂଗଠନ 'ଆୱାମୀ ଆକ୍ସନ କମିଟି' ଡାକରାରେ ଚାଲିଛି ଏହି ଆନ୍ଦୋଳନ । ମୀରପୁର, କୋଟଲି, ମୁଜାଫରବାଦ ସମେତ  ସମଗ୍ର ଅଞ୍ଚଳରେ ଜାରି ରହିଛି ବିକ୍ଷୋଭ । AAC ସଂଗଠନ ପାକିସ୍ତାନ ସରକାରଙ୍କୁ ୩୮ଟି ଦାବି କରିଛି । ପାକିସ୍ତାନରେ ରହୁଥିବା କାଶ୍ମୀର ଶରଣାର୍ଥୀଙ୍କ ପାଇଁ ପିଓକେ ବିଧାନସଭାରେ ୧୨ଟି ଆସନ ସଂରକ୍ଷଣ ଉଚ୍ଛେଦ, ଅଟାରେ ସବସିଡ୍, ମଙ୍ଗଲା ହାଇଡ୍ରୋପାୱାର ପ୍ରକଳ୍ପରେ ଟାରିଫ ସୁବିଧା ଭଳି ଦାବି କରାଯାଇଛି । ଆଉ ଏହି ଦାବି ପୂରଣ ନହେବାରୁ ତାତିଛନ୍ତି ପିଓକେବାସୀ । 
AAC ନେତା କହିଛନ୍ତି, ଦୀର୍ଘ ୭୦ ବର୍ଷ ହେଲା ଆମେ ମୌଳିକ ଅଧିକାରରୁ ବଞ୍ଚିତ । ଆମର ଅଧିକାର ଓ ହକ୍ ପାଇଁ ଆମେ ଲଢେଇ କରୁଛୁ  । ବହୁତ ହୋଇଗଲା । ଶରିଫ ସରକାର ଆମ ଦାବି ମାନନ୍ତୁ, ନଚେତ ଲୋକଙ୍କ ଆକ୍ରୋଶର ସାମ୍ନା କରନ୍ତୁ । ଏମିତିକି 'ଇଏ ଚପଲରେ ମାନିବା ଲୋକ, କଥାରେ ମାନିବେ ନାହିଁ' ବୋଲି ପାକ୍ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସେ ।
ତେବେ ପିଓକରେ ବିକ୍ଷୋଭ ପୂର୍ବରୁ AAC ପ୍ରତିନିଧି ଓ ପାକ୍ ସରକାର ଭିତରେ ମାରାଥନ ବୈଠକ ହୋଇଥିଲା । ୧୩ ଘଣ୍ଟାର ଆଲୋଚନା ବିଫଳ ହେବାରୁ ତେଜିଥିଲା ଆନ୍ଦୋଳନ ।

Advertisment

ଅଧିକ ଦେଖନ୍ତୁ:

Pakistan
Advertisment
Related Articles
Advertisment