/odishatv-khabar/media/media_files/2025/10/01/pakistan-blast-2025-10-01-12-11-06.jpg)
PAKISTAN-BLAST Photograph: (OTV)
ମଧ୍ୟାହ୍ନ ପ୍ରାୟ ୧୨ଟା । ବାଲୁଚିସ୍ତାନର କ୍ବେଟ୍ଟା ସହରରେ ଶୁଭିଲା ପ୍ରଚଣ୍ଡ ଧମାକା । ପାକିସ୍ତାନୀ ପାରାମିଲିଟାରୀ ଫୋର୍ସ 'ଫ୍ରଣ୍ଟିଅର କର୍ପସ୍' ହେଡକ୍ୱାର୍ଟରରେ ବାହାରେ ମାଡ ହେଲା ବିସ୍ଫୋଟକ ବୋଝେଇ କାର୍ । ବିସ୍ଫୋରଣରେ ଥରିଗଲା ପୂରା ଅଞ୍ଚଳ । ଏହି ଶକ୍ତିଶାଳୀ ଆତ୍ମଘାତୀ ଆକ୍ରମଣରେ ଏ ଯାଏ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୫ରୁ ଅଧିକ ଲୋକ ହୋଇଛନ୍ତି ଆହତ । ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆହୁରି ବଢିପାରେ ମୃତ୍ୟୁସଂଖ୍ୟା ।
ବିସ୍ଫୋରଣ ଏତେ ଭୟାବହ ଥିଲା ଯେ, ଆଖପାଖ ବିଲ୍ଡିଂର ଝରକା, କବାଟ ଭାଙ୍ଗି ଯାଇଥିଲା । ଜୀବନ ବିକଳରେ ଏଣେତେଣେ ଦୌଡିଥିଲେ ସ୍ଥାନୀୟ ଲୋକ । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ବି ଶୁଣିବାକୁ ମିଳିଛି । ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି ପୋଲିସ ଓ ଉଦ୍ଧାରକାରୀ ଦଳ ।
ସହରର ସବୁ ହସ୍ପିଟାଲରେ ଘୋଷଣା ହୋଇଛି ଏମର୍ଜେନ୍ସି । ଏକ୍ସପର୍ଟ, ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ଙ୍କୁ ତୁରନ୍ତ ଡ୍ୟୁଟି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ସାମ୍ନାକୁ ଆସିଛି ବିସ୍ଫୋରଣ ବେଳର ସିସିଟିଭି ଭିଡିଓ । ଘଟଣାସ୍ଥଳରୁ ବହଳ ଧୂଆଁ ଉଠୁଥିବାର ଦେଖାଯାଉଛି ଭିଡିଓରେ ।ହେଲେ କିଏ ଏହି ଆତ୍ମଘାତୀ ହମଲା କରିଛି ତାହା ଜଣାପଡିନି । ବିସ୍ଫୋରଣ କାରଣ ଜାଣିବାକୁ ଆରମ୍ଭ ହୋଇଛି ତଦନ୍ତ ।
କ୍ୱେଟ୍ଟା ହେଉଛି ବଲୁଚିସ୍ତାନର ରାଜଧାନୀ । ଯେଉଁଠି ବଲୁଚ ଲିବେରେସନ ଆର୍ମି ଅନେକ ସମୟରେ ପାକିସ୍ତାନ (Pakistan) ସେନାକୁ ଟାର୍ଗେଟ କରି ଆକ୍ରମଣ କରୁଥିବା ଦେଖାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)