/odishatv-khabar/media/media_files/2026/02/23/netanyahu-modi-2026-02-23-08-32-38.jpg)
Netanyahu-Modi Photograph: (OTV)
୮ ବର୍ଷ ପରେ ଇସ୍ରାଏଲ୍ ଯିବେ ପିଏମ୍ ମୋଦି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ ହେଜବର୍ଗଙ୍କୁ ଭେଟିବା ସହ ଇସ୍ରାଏଲ ସଂସଦକୁ ମୋଦି ସମ୍ଭୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଗସ୍ତ ପୂର୍ବରୁ ମୋଦିଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ।
ମୋଦିଙ୍କୁ ଟେଲିଫୋନ୍ କରି ତାଙ୍କ ସହ ଆଲୋଚନା କରିଛନ୍ତି। ନେତନ୍ୟାହୁ ମୋଦିଙ୍କୁ ବ୍ୟକ୍ତିଗତ ବନ୍ଧୁ ବୋଲି କହିବା ସହିତ ଦୁଇ ଦେଶର ସମ୍ପର୍କକୁ ଉଚ୍ଚ ପ୍ରଂଶସା କରିଛନ୍ତି । ସେ କହିଛନ୍ତି, ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ବନ୍ଧୁତା ଏକ ଶକ୍ତିଶାଳୀ ରଣନୀତିକ ମେଣ୍ଟ । ଆମେ ନୂତନ ଜ୍ଞାନକୌଶଳ, ସୁରକ୍ଷା ଏବଂ ସାଧାରଣ ରଣନୀତିକ ଦୂରଦୃଷ୍ଟି କ୍ଷେତ୍ରରେ ପରସ୍ପରର ସହଯୋଗୀ ।
ଆସନ୍ତା ୨୫ରେ ପିଏମ୍ ମୋଦିଙ୍କ ଦୁଇଦିନିଆ ଇସ୍ରାଏଲ୍ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ସାଇବର୍ ସୁରକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ହେବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ଇସ୍ରାଏଲ ଘରୋଇ ରାଜନୀତି ଏବେ ବେଶ୍ ଉଷ୍ମ ଥିବା ଜଣାପଡିଛି।
Massive SOG Combing Operation Continues: କନ୍ଧମାଳରେ ବଡ଼ ଅପରେସନ, ସୁରକ୍ଷାକର୍ମୀଙ୍କ ତନ୍ନ ତନ୍ନ ଯାଞ୍ଚ

Rain Alert: ଦୀର୍ଘ ମାସ ପରେ ଭିଜିବ ଓଡ଼ିଶା, ପ୍ରବଳ ବର୍ଷା ଆଶଙ୍କା

Vastu Tips to Protect Evil Eye: କିଛି କାରଣ ନଥାଇ ଘରେ ବାରମ୍ବାର ହେଉଛି କି କଳି-ଝଗଡା; ଏମିତି କରନ୍ତୁ ହୋଇଯିବ ବନ୍ଦ

Best Yoga Poses to Build Strong Body: ଯୋଗରେ ବି ହେବ ଟୋଣ୍ଡ୍ ବଡୀ, ବଢିବ ବାଇସେପ୍ସ ଏବଂ ଟ୍ରାଇସେପ୍ସ ମସଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)