Advertisment

Massive SOG Combing Operation Continues: କନ୍ଧମାଳରେ ବଡ଼ ଅପରେସନ, ସୁରକ୍ଷାକର୍ମୀଙ୍କ ତନ୍ନ ତନ୍ନ ଯାଞ୍ଚ

ମାଓମୁକ୍ତ ଆଡ଼କୁ ଆଉ ପାଦେ ବଢାଇଲା ଓଡ଼ିଶା। କନ୍ଧମାଳ ନଣ୍ଡାବାଡ଼ି ଜଙ୍ଗଲରେ ବଡ଼ ଅପରେସନ। ୨ ନକ୍ସଲ ନିହତ ପରେ ଜୋରଦାର କମ୍ବିଂ ଅପରେସନ୍ ଜାରି।

author-image
Chinmayee Sahoo
Kandhamal

Kandhamal Photograph: (OTV)

ମାଓମୁକ୍ତ ଆଡ଼କୁ ଆଉ ପାଦେ ବଢାଇଲା ଓଡ଼ିଶା। କନ୍ଧମାଳ ନଣ୍ଡାବାଡ଼ି ଜଙ୍ଗଲରେ ୨ ନକ୍ସଲ ନିହତ ପରେ ଜାରି ରହିଛି ଜୋରଦାର କମ୍ବିଂ ଅପରେସନ୍ । CPI ମାଓବାଦୀର ରାଜ୍ୟ କମିଟି ସଦସ୍ୟ ଶୁକ୍ରୁ ଲୁଚିଥିବା ସନ୍ଦେହରେ ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାକର୍ମୀ । 

Advertisment

ଗୁଳି ବିନିମୟରେ ଏକାଧିକ ମାଓବାଦୀ ଆହତ ହୋଇଥିବାରୁ SOG ଟିମ ଏବେ ବି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚଳାଇଛି । ପୂରା ଜଙ୍ଗଲକୁ ଘେରି ରହିଛନ୍ତି SOG ଟିମ୍। ଗତକାଲି ସକାଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ମାଓବାଦୀ ନିହତ ହୋଇଥଲେ। 

ଉଭୟଙ୍କ ମୃତଦେହକୁ ଫୁଲବାଣୀ ପୋଲିସ ମୁଖ୍ୟାଳୟକୁ ନିଆଯାଇଛି। ନିହତ ଦୁଇ ମାଓବାଦୀ ହେଲେ ଛତିଶଗଡ଼ର ଯୋଗେଶ ଏବଂ ରତ୍ନା । ଯୋଗେଶ CPI ମାଓବାଦୀ KKBN divisionର ଏରିଆ କମିଟି ମେମ୍ବର ଏବଂ ରତ୍ନା ଥିଲା ପାର୍ଟି ମେମ୍ବର।

Advertisment
Combing Operation Kandhamal
Advertisment
Related Articles
Advertisment