Advertisment

Typhoon Kalmaegi: ଶକ୍ତିଶାଳୀ ଟାଇଫୁନ: ୨୪୧ ଜଣଙ୍କର ମୃତ୍ୟୁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କାଲ୍‌ମେଗି ତାଣ୍ଡବ ରଚିଛି, ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

author-image
Chinmayee Sahoo
Philippines

Philippines Photograph: (OTV)

ଫିଲିପାଇନ୍ସରେ ଶକ୍ତିଶାଳୀ ଟାଇଫୁନ୍ କାଲ୍‌ମେଗି ତାଣ୍ଡବ ରଚିଛି। ଝଡ଼ ଏବଂ ବର୍ଷା ଜୀବନ ଏବଂ ସମ୍ପତ୍ତିର ବହୁତ କ୍ଷତି କରିଛି। କାଲ୍‌ମେଗି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ବହୁ ଘର ଭାଙ୍ଗି ଦେଇଛି। ଫିଲିପାଇନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିଅର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

Advertisment

ଅଧିକାରୀମାନେ କହିଛନ୍ତି ଯେ ସାମୁଦ୍ରିକ ଝଡ଼ ଯୋଗୁଁ ଅନେକ ଲୋକ ବେସାହାରା ହୋଇ ଯାଇଛନ୍ତି। ସେମାନଙ୍କ ପାଖରେ ସାହାଯ୍ୟ ପହଞ୍ଚି ନାହିଁ। ରେଡକ୍ରସକୁ ଶହ ଶହ କଲ୍ ମିଳିଛି ଯେଉଁଥିରେ ଲୋକମାନେ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହୋଇଛି, ଯାହା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଫିଲିପାଇନ୍ସ ସେନା କହିଛି ଯେ କାଲମେଗି ପ୍ରଭାବିତ ପ୍ରଦେଶଗୁଡ଼ିକୁ ମାନବିକ ସହାୟତା ନେଇଯାଉଥିବା ଏକ ବାୟୁସେନା ହେଲିକପ୍ଟର ମଙ୍ଗଳବାର ଦିନ ଦକ୍ଷିଣ ଆଗୁସାନ ଡେଲ ସୁର ପ୍ରଦେଶରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଟାଇଫୁନ୍ କାଲ୍‌ମେଗି ଦକ୍ଷିଣ ଚୀନ୍ ସାଗର ଆଡକୁ ଗତି କରିଛି। ଏହି ସମୟରେ ପବନ ଘଣ୍ଟା ପ୍ରତି ୧୩୦ ରୁ ୧୮୦ କିଲୋମିଟର ମଧ୍ୟରେ ରହିବ ବୋଲି ଆକଳନ କରାଯାଇଥିଲା। ଅଧିକାଂଶ ମୃତ୍ୟୁ ସେବୁ ପ୍ରଦେଶରେ ଘଟିଛି, ଯେଉଁଠାରେ ଝଡ଼ ଯୋଗୁଁ ହଠାତ୍ ବନ୍ୟା ଏବଂ ନଦୀଗୁଡିକ ପ୍ରବାହିତ ହୋଇଥିଲା। ବନ୍ୟା ହେବା ଯୋଗୁଁ ଆବାସିକ ଅଞ୍ଚଳଗୁଡ଼ିକ ବୁଡି ଯାଇଛି। ଯାହା ଫଳରେ ଲୋକମାନେ ସେମାନଙ୍କ ଘରର ଛାତ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ମଙ୍ଗଳବାର ଦିନ କାଲ୍‌ମେଗି ସ୍ଥଳଭାଗ ଛୁଇଁବା ପୂର୍ବରୁ ଫିଲିପାଇନ୍ସର ୨୦୦,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରଥମେ ଭୂମିକମ୍ପ ଆସିଥିବା ଫିଲିପାଇନ୍ସରେ ଅନେକ କ୍ଷୟକ୍ଷତି ହୋଇଥିଲା। ହଜାର ହଜାର ଲୋକ ବାସହୀନ ହୋଇ ଯାଇଥିଲେ। ଏହା ପରେ ପୁଣି ଏକ ସୁପର ଟାଇଫୁନ ରାଗାସାର ତାଣ୍ଡବରେ ଛାରଖାର ହୋଇ ଯାଇଥିଲା ଫିଲିପାଇନ୍ସ। ପୁଣି ଏବେ କାଲ୍‌ମେଗି ଆହୁରି କ୍ଷତିଗ୍ରସ୍ତ କରିଛି। 

Philippines
Advertisment
Related Articles
Advertisment