/odishatv-khabar/media/media_files/2025/11/06/bihar-election-2025-11-06-08-24-38.jpg)
Bihar Election Photograph: (OTV)
ଆଜି ବିହାର ବିଧାନସଭା ନିର୍ବାଚନର (Bihar Election) ପ୍ରଥମ ପର୍ଯ୍ୟାୟ ମତଦାନ। ୧୨୧ଟି ଆସନରେ ଭୋଟ ଦେବେ ଜନତା। ପ୍ରଥମ ପର୍ଯ୍ୟାୟରେ ତେଜସ୍ବୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବଙ୍କ ଭଳି ଚର୍ଚ୍ଚିତ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହା ବ୍ୟତୀତ ବିଜୟ କୁମାର ସିଂ, ତେଜ ପ୍ରତାପ ଯାଦବ, ଉମେଶ କୁଶବାହ, ଭୋଲା ଯାଦବ ଭଳି ହାଇପ୍ରୋଫାଇଲ ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନରେ ହେବ।
ତାରାପୁର ଆସନରୁ ନିର୍ବାଚନ ଲଢୁଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ତାଙ୍କ ବିପକ୍ଷରେ ଅଛନ୍ତି ଆରଜେଡିର ଅରୁଣ କୁମାର। ରାଘୋପୁରରୁ ବିଜେପି ପ୍ରାର୍ଥୀ ସତିଶ କୁମାର ଯାଦବ ଠିଆ ହୋଇଥିବା ବେଳେ ଆରଜେଡିର ତେଜସ୍ବୀ ଯାଦବ ବିପକ୍ଷରେ ଲଢୁଛନ୍ତି।
ସବୁଠାରୁ ଚର୍ଚ୍ଚାରେ ରହିଛି ମହୁଆ ବିଧାନସଭା ଆସନ। କାରଣ ତେଜସ୍ବୀ ଯାଦବଙ୍କ ବଡ ଭାଇ ତେଜ ପ୍ରତାପ ଯାଦବ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କୁ ଟକ୍କର ଦେବାକୁ ମଇଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସଞ୍ଜୟ ସିଂ ଏବଂ ଆରଜେଡିର ମୁକେଶ କୁମାର ରୋଶନ। ଏହି ଆସନରେ ତେଜସ୍ବୀ ଏବଂ ତେଜ ପ୍ରତାପଙ୍କ ମଧ୍ୟରେ ପ୍ରଚାର ବେଳେ କଡା ଟକ୍କର ଦେଖିବାକୁ ମିଳିଛି।
ଅଲ୍ଲିପୁରରୁ ବିଜେପିର ମୈଥିଲି ଠାକୁରଙ୍କ ସହ ଆରଜେଡିର ବିନୋଦ ମିଶ୍ରାଙ୍କ ମଧ୍ୟରେ କଡା ଟକ୍କର ହେବ। ହତ୍ୟା ମାମଲାରେ ଗିରଫ ହୋଇଥିବା ଅନନ୍ତ ସିଂଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ହେବାକୁ ଯାଉଛି। ସେ ମୋକମାରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଆରଜେଡିର ବୀଣା ଦେବୀ। ଛପରା ବିଧାନସଭା ଆସନରୁ ଆରଜେଡି ଟିକେଟରେ ନିର୍ବାଚନ ଲଢୁଛନ୍ତି ଖେସାରୀ ଲାଲ୍।
ଏମାନଙ୍କ ବ୍ୟତୀତ ମଙ୍ଗଲ ପାଣ୍ଡେ, ଶ୍ୟାମ ରଜକ, ଶ୍ରେୟସି ସିଂ, ରାମ କୃପାଲ ଯାଦବ ଏବଂ ନୀତିନ ନବୀନଙ୍କ ଭଳି ପ୍ରାର୍ଥୀଙ୍କର ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନରେ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ପ୍ରଶାନ୍ତ କିଶୋରଙ୍କ ଜନ ସ୍ବରାଜ ପାର୍ଟିର ୧୧୮ ପ୍ରାର୍ଥୀଙ୍କର ମଧ୍ୟ ପ୍ରଥମ ପର୍ଯ୍ୟାୟ ମତଦାନରେ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି।
ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ। ୪୩ ହଜାର ୩୪୧ଟି ବୁଥରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟରେ ଏନଡିଏ ଗଠବନ୍ଧନରେ ଜେଡିୟୁର ୫୭, ବିଜେପିର ୪୮, ଏଲଜେପିର ୧୩ ପ୍ରାର୍ଥୀ ମଇଦାନରେ ଅଛନ୍ତି। ମହାଗଠବନ୍ଧନରୁ ଆରଜେଡିର ୭୧, କଂଗ୍ରେସର ୨୪ ପ୍ରାର୍ଥୀ ମଇଦାନରେ ଅଛନ୍ତି।
ଭିଡିଓ ଦେଖନ୍ତୁ:
• ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ
• ୧୨୧ଟି ଆସନରେ ଭୋଟ ଦେବେ ଜନତା
• ବହୁ ଭିଆଇପି ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
• ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର କରିବେ ମତଦାନ
• ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି
• ତେଜସ୍ବୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବଙ୍କ ଭାଗ୍ୟ ପରୀକ୍ଷା
• ତାରାପୁର ଆସନରୁ ନିର୍ବାଚନ ଲଢୁଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ
• ରାଘୋପୁରରୁ ନିର୍ବାଚନ ଲଢୁଛନ୍ତି ଆରଜେଡିର ତେଜସ୍ବୀ ଯାଦବ
• ମହୁଆ ଆସନରୁ ବଡ ଭାଇ ତେଜ ପ୍ରତାପ ଯାଦବ
• ୪୩ ହଜାର ୩୪୧ଟି ବୁଥରେ ଭୋଟିଂ ହେବ
• ଏନଡିଏ ଗଠବନ୍ଧନରେ ଜେଡିୟୁର ୫୭, ବିଜେପିର ୪୮, ଏଲଜେପିର ୧୩ ପ୍ରାର୍ଥୀ ମଇଦାନରେ
• ମହାଗଠବନ୍ଧନରୁ ଆରଜେଡିର ୭୧, କଂଗ୍ରେସର ୨୪ ପ୍ରାର୍ଥୀ ମଇଦାନରେ
Daily Horoscope 6th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 6th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sri Sri RaviShankar to Visit Odisha: ୪ ଦିନିଆ ଓଡ଼ିଶା ଗସ୍ତରେ ଶ୍ରୀ ଶ୍ରୀ ରବିଶଙ୍କର

History Of Bali Jatra: ଇତିହାସର ଆଇନାରେ ଯୋବ୍ରା କାହାଣୀ; ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)