Advertisment

Pakistan Afghanistan War: ଯୁଦ୍ଧ ଆରମ୍ଭ, ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକ୍ ଉଡ଼ାଇଲା ପାକିସ୍ତାନ

ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଖୋଲା ଯୁଦ୍ଧ ଘୋଷଣା କରିବା ପରେ ଏବେ କେବଳ ଆଫନିସ୍ତାନରେ ନିଆଁ ବର୍ଷା ହେଉଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ବୋମାମାଡ଼ କରିଥିଲା ପରେ କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ କରୁଛି ।

author-image
Tanmay Kumar Mahalik
Pakistan Afghanistan War

Pakistan Afghanistan War Photograph: (OTV)

ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକ୍ ଉଡ଼ାଇଲା ପାକିସ୍ତାନ । କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ । ସ୍ବୀକାର କଲା ଆଫଗାନିସ୍ତାନ, ଆକ୍ରମଣ କରୁଛି ପାକ୍ । ଆଫଗାନିସ୍ତାନ ବିରୋଧରେ ପାକିସ୍ତାନ ଯୁଦ୍ଧ ଘୋଷଣା କରିବା ପରେ ଏବେ ଘନ ଘନ ଟାର୍ଗଟ୍ କରୁଛି ।

Advertisment

ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଖୋଲା ଯୁଦ୍ଧ ଘୋଷଣା କରିବା ପରେ ଏବେ କେବଳ ଆଫନିସ୍ତାନରେ ନିଆଁ ବର୍ଷା ହେଉଛି । ପ୍ରଥମେ ପାକିସ୍ତାନ ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ବୋମାମାଡ଼ କରିଥିଲା ପରେ କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଟାର୍ଗେଟକୁ ଆକ୍ରମଣ କରୁଛି ।

ପାକିସ୍ତାନର ଏହି ଆକ୍ରମଣ ଓ ଯୁଦ୍ଧ ଘୋଷଣାକୁ ଆଫଗାନିସ୍ତାନ ସ୍ବୀକାର କରିଛି । ଆଉ ପାକ୍ ଆକ୍ରମଣରେ କୌଣସି ବଡ଼ କ୍ଷତି ହୋଇ ନଥିବା କହିଛି ।  ତେବେ ୮ ସୈନ୍ୟଙ୍କ ମୃତ୍ୟୁ ସହ କିଛି ନାଗରିକ ଆହତ ହୋଇଥିବା ଆଫଗାନିସ୍ତାନ ସୂଚନା ଦେଇଛି ।

Advertisment

ବର୍ତ୍ତମାନ ଆରମ୍ଭ ହୋଇସାରିଛି ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ । ପାକିସ୍ତାନର ଜାତୀୟ ଗଣମାଧମ ଗୁଡ଼ିକ ପକ୍ଷରୁ ଆକ୍ରମଣ ନେଇ ଖବର ପ୍ରସାରିତ ହେଉଛି । ଆଫଗାନିସ୍ତାନ ରାଜଧାନୀ କାବୁଲ ସହ କାନ୍ଦାହାର ଓ ପକଟିଆରେ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି ।

ପାକିସ୍ତାନର ଆକ୍ରମଣରେ ୫୮ ଜଣ ତାଲିବାନ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି । ଏହାସହ ୧୨ଟି ଆଫଗାନ ପୋଷ୍ଟ ନଷ୍ଟ ହୋଇଥିବା ପାକିସ୍ତାନ ଦାବି କରିଛି । ସେପଟେ ଗୁରୁବାର ଡୁରାଣ୍ଡ ଲାଇନରେ ତାଲିବାନ ଯୋଦ୍ଧା ମାନେ ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ।

ଆଫଗାନିସ୍ତାନର ୧୯ଟି ପାକିସ୍ତାନୀ ପୋଷ୍ଟ ନଷ୍ଟ ହୋଇଥିବ ତାଲିବାନ ଦାବି କରିଛି । ଏହାସହ ୫୫ ଜଣ ପାକ୍‌ ସୈନିକଙ୍କ ମୃତ୍ୟୁ ହୋଇଥିବା ଓ କିଛି ସୈନିକଙ୍କୁ ବନ୍ଦୀ କରାଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଦୁଇ ଦେଶ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।

ରବିବାର ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନର ୨ଟି ପ୍ରଦେଶରେ ବିମାନ ଯୋଗେ ଆକ୍ରମଣ କରାଯାଇଥିଲା । ଏଥିରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଥିଲା ।

ତେବେ ଯୁଦ୍ଧ ପରେ କାଙ୍ଗାଳିଆ ପାକିସ୍ତାନ ଆହୁରି କାଙ୍ଗାଳ ହେବା ସ୍ପଷ୍ଟ ହୋଇଛି । କାରଣ ଯେଉଁ ଦେଶର ଅର୍ଥନୀତି ପୂର୍ବରୁ ଭୁଶୁଡ଼ିସାରିଛି ସେହି ଦେଶ ଏବେ ପୁଣି ରଣ କ୍ଷେତ୍ରକୁ ଓହ୍ଲାଇଛି ।

ଅନ୍ୟପଟେ ଆଫଗାନ ସରକାର ଏହାକୁ ନିଜ ଦେଶର ସାର୍ବଭୌମତ୍ବ ଉପରେ ଆକ୍ରମଣ ଦର୍ଶାଇବା ସହ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି । ଏବେ ଉଭୟ ଦେଶ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଛି । ତେବେ ଦେଖିବାକୁ ବାକି ରହିଲା କିଏ ମୁଣ୍ଡ ନୁଆଁଉଛି ।

War Afganisthan Airstrikes In Afghanistan Pakistan
Advertisment
Related Articles
Advertisment