/odishatv-khabar/media/media_files/2026/02/27/british-borrowed-2026-02-27-15-16-33.jpg)
British Borrowed Photograph: (OTV)
ଭାରତକୁ ଫେରିବ କୋଟି କୋଟି ଟଙ୍କା ! ଶହେ ବର୍ଷ ପରେ ଋଣ ସୁଝିବ ବ୍ରିଟିସ୍ ! ଦସ୍ତାବିଜ୍ ଦେଖାଇଲେ ଭାରତୀୟ ପରିବାର । ୧୯୧୭ ମସିହାର ଋଣ କଥା କହି ବାଢ଼ିଲେ ଯୁକ୍ତି । ଟିକିଏ ଚିନ୍ତା କଲେ ଦିନେ ଯେଉଁ ଦେଶ କହୁଥିଲା, ତା’ ପାଖରେ ସୂର୍ଯ୍ୟ କେବେ ଅସ୍ତ ହୁଏନି ।
ସେ କେମିତି ଭାରତର ତାକତକୁ ନେଇ ଗର୍ବ କରୁଥିଲା । ଅର୍ଥାତ୍ ଅନ୍ୟର ଦୀପକୁ ନିଜର କରି ସମସ୍ତଙ୍କ ଆଗରେ ବିନାଅନ୍ଧକାରେ ରହୁଥିବା କଥା କହୁଥିଲା । ଭାରତର ଋଣରେ ଘାଣ୍ଟି ହେଉଥିଲା ।
ମଧ୍ୟପ୍ରଦେଶର ଛୋଟ ସହର ସେହୋରରେ ମିଳିଥିବା ଗୋଟିଏ ପୁରୁଣା କାଗଜ ବ୍ରିଟସର ଗର୍ବକୁ ଭାଙ୍ଗି ଦେଇଛି । ପ୍ରାୟ ୧୦୯ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୧୭ ମସିହାରେ, ବିଶ୍ବଯୁଦ୍ଧର ଭୟାବହ ମଧ୍ୟରେ ବ୍ରିଟିଶ ଭାରତ ଠାରୁ ଋଣ ନେଇଥିଲା ।
ଅର୍ଥାତ୍ ନିଜ ଦେଶର ଅର୍ଥନୈତିକ ଚାପକୁ କମ୍ କରିବା ପାଇଁ ଭୋପାଳର ସେହୋର ପ୍ରସିଦ୍ଧ ବ୍ୟବସାୟୀ ସେଠ ଜୁମ୍ମାଲାଲ ରୁଥିଆଙ୍କ ଠାରୁ ୩୫,୦୦୦ ଟଙ୍କା ଋଣ ନେଇଥିଲା । ସେ ସମୟରେ ୩୫,୦୦୦ ଟଙ୍କାର ଅର୍ଥ ରାଶି ଖୁବ୍ ଅଧିକ ଥିଲା । ଯାହାର ଦାମ୍ ଆଜିର ସମୟରେ କୋଟି କୋଟି ଟଙ୍କା । ହେଲେ ବ୍ରିଟିସ ସରକାର ସେହି ଟଙ୍କାକୁ ଫେରସ୍ତ କରିନଥିଲେ ।
ଏବେ ଗୋଟିଏ ଶତାବ୍ଦୀ ପରେ ସେହି ଋଣ ଟଙ୍କା ପରିଶୋଧ ନେଇ ଜୁମ୍ମାଲାଲ ରୁଥିଆଙ୍କ ନାତି ଅଡ଼ିବସିଛନ୍ତି । ଜୁମ୍ମାଲାଲଙ୍କ ନାତି ବିବେକ ରୁଥିଆଙ୍କ କହିବା କଥା, ବ୍ରିଟିଶ ସରକାର ଜେଜେଙ୍କ ଠାରୁ ଋଣ ନେଇଥିଲେ । ସେ ଶହେ ବର୍ଷ ହେଲା ଫେରସ୍ତ କରିନାହାନ୍ତି ।
ତେଣୁ ଆଇନଗତ ନୋଟିସ ପଠାଇବା ପାଇଁ ସେ ପ୍ରସ୍ତୁତ ହେଉଥିବା କହିଛନ୍ତି । ଖାଲି ଏତିକି ନୁହେଁ, ବିବେକ ଏହାକୁ ‘ଐତିହାସିକ ଓ ଅଦାୟ ସାର୍ବଭୌମ ଋଣ’ ବୋଲି କହିଛନ୍ତି । କାରଣ ଏହି ଘଟଣା ପୁନର୍ବାର ଇତିହାସର ଅନେକ କଥାକୁ ପ୍ରଶ୍ନ କରି ଛିଡ଼ାକରିଛି ।
ବିବେକଙ୍କ ନିକଟରେ ଥିବା ଡକ୍ୟୁମେଣ୍ଟ ଗୁଡ଼ିକରେ ମଧ୍ୟ ବେଶ୍ ପ୍ରମାଣ ରହିଛି । ବ୍ରିଟିଶ ଶାସନ ସମୟରେ ଏହି ଲୋନ୍ ନେଇଥିଲେ ସରକାର । ପ୍ରଶାସନିକ ପରିଚାଳନାକୁ ସୁଗମ କରିବା ପାଇଁ ତାଙ୍କୁ ବଡ଼ ଆକାର ଋଣ ନେବାକୁ ପଡ଼ିଥିଲା ।
ଯାହାର ନାଁ ‘ୱାର ଲୋନ୍’ ବା ଯୁଦ୍ଧ ଋଣ ବୋଲି ରଖାଯାଇଥିଲା । ହେଲେ ବ୍ରିଟିସ୍ ଋଣ ନେବାର ୨୦ ବର୍ଷ ପରେ ଅର୍ଥାତ୍ ୧୯୩୭ ମସିହାରେ ଜୁମ୍ମାଲାଲ ରୁଥିଆଙ୍କ ପରଲୋକ ହୋଇଥିଲା । ତେଣୁ ଏହି ଋଣ ଆଉ ପରିଶୋଧ ହୋଇପାରିନଥିଲା ବୋଲି ଜୁମ୍ମାଲାଲ ରୁଥିଆଙ୍କ ନାତି ବିବେକ ରୁଥିଆ ଦାବି କରିଛନ୍ତି ।
ବର୍ତ୍ତମାନ ସମୟରେ ବିବେକ୍ ସେହି ଋଣ କଥା ଉଠାଇବାର କାରଣ ମଧ୍ୟ ରହିଛି । ସେ ସମୟର ୩୫ ହଜାର ଟଙ୍କାର ମୂଲ୍ୟ ବର୍ତ୍ତମାନ ସମୟରେ କୋଟି କୋଟି ଟଙ୍କା ହେବ । ତେଣୁ ଏହା ଫେରିବା ଉଚିତ୍ ।
ସେପଟେ ଏହି ଘଟଣାରେ ଆଇନ ବିଶେଷଜ୍ଞମାନଙ୍କ ମତ, ଏହା ଜଟିଳ ମାମଲା । ଆଇନଗତ ବିତର୍କ ପରେ କିଛି ସମାଧାନର ବାଟ ଖୋଲିପାରେ ।
Dog Saliva Risk: କୁକୁର ସହ ଖେଳୁଥିଲେ: ଚାଟି ଦେଲା, ହତ ଗୋଡ଼ କଟା ହେଲା

Final Warning from DGP: ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍ ପରିଣାମ ଭୋଗିବ: ଡିଜିପି

Nikita Murder Case: ଅଭିନେତ୍ରୀ ନିକିତାଙ୍କ ହତ୍ୟା ମାମଲା, ସ୍ବାମୀଙ୍କୁ ମିଳିଲା ଆଜୀବନ ସଜା

Ganja Oil Racket Exposed: ଗଞ୍ଜେଇ ତେଲ ଜବତ ଘଟଣାରେ ମାଷ୍ଟରମାଇଣ୍ଡ ବିଷୟରେ କହିଲେ ଡିଜିପି, ନିଶା ମାଫିଆ ଦମନ ହେବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)