/odishatv-khabar/media/media_files/2026/02/27/paradeep-murder-2026-02-27-15-29-51.jpg)
Paradeep Murder Photograph: (OTV)
ରାକ୍ଷସ କବଳରେ ସାଢ଼େ ୬ ଘଣ୍ଟା ! ରାତି ପ୍ରାୟ ୧୦ଟାରୁ ଭୋର୍ ୪ଟା ଯାଏଁ ଦୁଷ୍କର୍ମ ! ଯୌନ ଲାଳସା ମେଣ୍ଟାବା ପରେ ଛାତରୁ ଠେଲି ଯୁବତୀଙ୍କୁ ହତ୍ୟା ! ପାରାଦୀପ ତାରିଣୀଗଡ଼ାରେ ଘଟିଥିବା ରେପ୍ ଆଣ୍ଡ ମର୍ଡର ଘଟଣାରେ ସସପେନ୍ସ ହଟୁଛି । ଜଣେ ଅଜଣା ଅଣଓଡ଼ିଆ ଯୁବକ ଏହି ଜଘନ୍ୟ କାଣ୍ଡ ଘଟାଇଛି ।
ତାରିଣୀଗଡ଼ାର ଏହି ରହସ୍ୟମୟ କୋଠା ସବୁ ଗୁମର ଖୋଲୁଛି । କୁହାଯାଉଛି, ରବିବାର ସକାଳ ୧୦ଟା ବେଳେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଶାରଳା ମନ୍ଦିର ଯାଇଥିଲେ । ହେଲେ ସେଠାରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।
ଆଉ ଅଧା ରାସ୍ତାରେ ଯୁବତୀଙ୍କୁ ଛାଡ଼ି ଚାଲିଯାଇଥିଲେ ପୁରୁଷ ବନ୍ଧୁ । ଆଉ ତା’ ପରେ ତାଙ୍କୁ ଜଣେ ଅଜଣା ଯୁବକ ନେଇ ଏମିତି କାଣ୍ଡ ଘଟାଇଛି । ଯୁବତୀଙ୍କ ରକ୍ତାକ୍ତ ଉଲଗ୍ନ ମୃତଦେହ ମିଳିଛି । ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାର ଷଡ଼ଯନ୍ତ୍ର କରାଯାଇଛି ।
ରୁମର ତାଜା ଉପରୁ ଜବତ ହୋଇଛି ମୃତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଓ ଚୁଡ଼ିଦାର । ରୋଷେଇ ଘରୁ ମୋବାଇଲ୍ ମିଳିଛି । ଆଉ ଛାତ ଉପରେ ମୃତ ଯୁବତୀଙ୍କ ଚପଲକୁ ଯୋଜନାବଦ୍ଧ ଭାବେ ଖଞ୍ଜି ହତ୍ୟକୁ ଆତ୍ମହତ୍ୟାର ରୂପ ଦେବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲା ବୋଲି ପୋଲିସ କହିଛି । କେବଳ ଏତିକି ନୁହେଁ, ଘର ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ଛାତରୁ ଫିଙ୍ଗି ହତ୍ୟା କରାଯାଇଛି ବୋଲି ପୋଲିସକୁ ପ୍ରମାଣ ମିଳିଛି ।
ହେଲେ ଏଠାରେ ପ୍ରଶ୍ନ ଉଠୁଛି, ଅଚିହ୍ନା ଯୁବକଙ୍କ ସହ ଛାତ୍ରୀ ପାରାଦୀପ ଗଲେ କାହିଁକି ? ଅଭିଯୁକ୍ତର ଭଡ଼ା ଘରକୁ ଯିବା ପଛର କାରଣ କ’ଣ ? ଲିଫ୍ଟ ଦେଇଥିବା ଅଣଓଡ଼ିଆ ଯୁବକ ଓ ପୁରୁଷ ବନ୍ଧୁଙ୍କ ମଧ୍ୟରେ ଲିଙ୍କ୍ ଅଛି କି ? ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ମୃତ ଛାତ୍ରୀ ? ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି କି ? ଏମିତି ଅନେକ ପ୍ରଶ୍ନ ଏହି ଘଟଣାକୁ ନେଇ ଉଠୁଥିବାବେଳେ, ବୋଲିସ ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଉ ମୁଖ୍ୟ ଅଭିଯୁକ୍ତ ଅଣଓଡ଼ିଆ ଯୁବକଙ୍କୁ ଅଧିକ ଜେରା କରୁଛି ।
ସେପଟେ କରିବାର ଲୋକଙ୍କ ମହିବା କଥା, ଯୁବତୀ ଘରକୁ ଫୋନ୍ କରି ରାହାମା ବସଷ୍ଟାଣ୍ଡରୁ ତାଙ୍କୁ ନେବାକୁ କହିଥିଲେ । ହେଲେ କହିବାର ମାତ୍ର କିଛି ସମୟ ପରେ ତାଙ୍କ ଫୋନ୍ ଆଉ ଲାଗିନଥିଲା କି କିଛି ଖୋଜଖବର୍ ମିଳିଥିଲା । ତେଣୁ ପରିବାରର ଅଭିଯୋଗ ଆଧାରରେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
Family Murder in Delhi: କେଡ଼େ ନୃଶଂସ ବାପା, ୩ ଝିଅଙ୍କୁ ଗଳାକାଟି ମାରିଲା, ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟିଲା

Anushka and Virat Luxury Home: ବିରାଟ ଓ ଅନୁଷ୍କାଙ୍କ ୩୨ କୋଟିର ଆଲିଶାନ ଭିଲ୍ଲା, ୧୦ ହଜାର ସ୍କ୍ୱାୟାର ଫୁଟରେ ଠିଆ

Dog Saliva Risk: କୁକୁର ସହ ଖେଳୁଥିଲେ: ଚାଟି ଦେଲା, ହତ ଗୋଡ଼ କଟା ହେଲା

1917 War Loan: ଭାରତକୁ ଫେରିବ କୋଟି କୋଟି ଟଙ୍କା, ଶହେ ବର୍ଷ ପରେ ଋଣ ସୁଝିବ ବ୍ରିଟିସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)