/odishatv-khabar/media/media_files/2025/10/17/india-behind-pak-and-afganistan-fight-2025-10-17-13-55-46.jpg)
India-Behind-Pak-and-Afganistan-Fight Photograph: (OTV)
ତାଲିବାନ ଆଗରେ ଆତ୍ମସମର୍ପଣ କରିବା ପରେ ବିଳିବିଳେଇଲାଣି ପାକିସ୍ତାନ। ଆଉ ଭାରତର ଇଙ୍ଗିତରେ ଆଫଗାନିସ୍ତାନ କାର୍ଯ୍ୟ କରୁଥିବା ନେଇ କରିଛି ଅଭିଯୋଗ। ବୁଧବାର ଦିନ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ କହିଛନ୍ତି ଯେ ଆଫଗାନିସ୍ତାନର ତାଲିବାନ ସରକାର ଉପରେ ବିଶ୍ୱାସ କରିବା କଷ୍ଟକର। ତାଲିବାନ ସରକାରଙ୍କ ସାମ୍ପ୍ରତିକ ନିଷ୍ପତ୍ତି ପାକିସ୍ତାନର ସ୍ୱାର୍ଥ ବିରୁଦ୍ଧରେ ଏବଂ ଭାରତର ପ୍ରଭାବକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି।
ଆସିଫ ଅଭିଯୋଗ କରିଛନ୍ତି ଯେ ତାଲିବାନ ଏବେ ଭାରତର ଇଙ୍ଗିତରେ କାମ କରୁଛି। ତାଲିବାନ ପାକିସ୍ତାନ ବିରୁଦ୍ଧରେ ଏକ ପ୍ରକ୍ସି ଯୁଦ୍ଧ ଲଢ଼ୁଛି ବୋଲି ସେ କହିଛନ୍ତି। ସୀମାପାର ଆତଙ୍କବାଦ, ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ଏବଂ ଶରଣାର୍ଥୀ ସମସ୍ୟାର ଉପସ୍ଥିତିକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତାଲିବାନ କ୍ଷମତାକୁ ଆସିବା ପରେ, ପାକିସ୍ତାନ ବିଶ୍ୱାସ କରିଥିଲା ଯେ ଆଫଗାନିସ୍ତାନ ଏହାର ସୁରକ୍ଷା ଚିନ୍ତାକୁ ବୁଝିବ, କିନ୍ତୁ ଏହାର ବିପରୀତ ଘଟିଛି। TTP ପୁଣି ଥରେ ପାକିସ୍ତାନର ଆଦିବାସୀ ଅଞ୍ଚଳରେ ଏହାର କାର୍ଯ୍ୟକଳାପ ବୃଦ୍ଧି କରିଛି, ଯାହା ଇସଲାମାବାଦର ଚିନ୍ତାକୁ ଆହୁରି ବୃଦ୍ଧି କରିଛି।
ପ୍ରକ୍ସି ଯୁଦ୍ଧ ହେଉଛି ଏକ ଯୁଦ୍ଧ ଯାହା ଏକ ଦେଶ ସିଧାସଳଖ ଲଢ଼େ ନାହିଁ, ବରଂ ଅନ୍ୟ ଗୋଷ୍ଠୀ କିମ୍ବା ଦେଶକୁ ଲଢ଼ିବାକୁ ଉସୁକାଇଥାଏ। ସରଳ ଭାବରେ କହିବାକୁ ଗଲେ, ପ୍ରକୃତ ଲଢ଼େଇ ଅନ୍ୟ କାହାର, କିନ୍ତୁ ଏକ ତୃତୀୟ ପକ୍ଷର ଲାଭ। ପାକିସ୍ତାନ ଅଭିଯୋଗ କରିଛି ଯେ ଆଫଗାନିସ୍ତାନକୁ ପ୍ରକ୍ସି ଭାବେ ବ୍ୟବହାର କରୁଛି ଭାରତ ଆଉ ପାକିସ୍ତାନକୁ କ୍ଷତି ପହଞ୍ଚାଉଛି। ତାଲିବାନ ଯାହା ନିଷ୍ପତ୍ତି ହେଉଛନ୍ତି, ତା’ର କମାଣ୍ଡ ନୂଆଦିଲ୍ଲୀରୁ ଆସୁଛି। ଏହି କାରଣରୁ, ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ ବୋଲି କହିଛନ୍ତି ଆସିଫ। ଯୁଦ୍ଧକ୍ଷେତ୍ରରେ ଆଫଗାନ ସେନା ଭାରୀ ପଡ଼ିବା ଦେଖି ପାକିସ୍ତାନ ବିଚଳିତ ହେବା ସହ ଭାରତକୁ ଏନେଇ ଦାୟୀ କରିଛି। ତେବେ ଏନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)