Advertisment

Ancient Idols Unearthed: ରାମ ବନବାସ ରହଣୀ ସମୟରେ ଗଢି ଉଠିଥିବା ଅଯୋଧ୍ୟା ଗାଁ, ଯେଉଁଠି ମାଟି କୁହେ କଥା

ଗାଁ ମାଟିତଳୁ ବାହାରୁଛି ପୁଳା ପୁଳା ପୂରାତନ ମୂର୍ତ୍ତି। ବାଡ଼ି ଓ ଘର ଅଗଣାରେ ମିଳୁଛି ପୁରୁଣା କୀର୍ତ୍ତିରାଜି। ବିଶ୍ୱାସ ରହିଛି ଗାଁ କୁ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଆସିଥିଲେ ।

author-image
Chinmayee Sahoo
Nilagiri-Ayodhya-Village

Nilagiri-Ayodhya-Village Photograph: (OTV)

ଗାଁ ମାଟିତଳୁ ବାହାରୁଛି ପୁଳା ପୁଳା ପୂରାତନ ମୂର୍ତ୍ତି। କାହା ବାଡ଼ି କି କାହା ଘର ଅଗଣାରେ ମିଳୁଛି ପୁରୁଣା କୀର୍ତ୍ତିରାଜି। ଏସବୁକୁ ସାଇତି ରଖିବାକୁ ଗାଁରେ ଏକ ସଂଗ୍ରହାଳୟ ବି ତିଆରି ହୋଇଛି। ଦର୍ଶକବନ୍ଧୁ ଆମେ କହୁଛୁ ବାଲେଶ୍ବର ଜିଲ୍ଲା ରେମୁଳା ତହସିଲର ଅଯୋଧ୍ୟା ଗ୍ରାମର କଥା। ବିଶ୍ୱାସ ରହିଛି ଗାଁ କୁ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଆସିଥିଲେ। ଫଳରେ ଗାଁର ନାଁ ହୋଇଯାଇଛି ଅଯୋଧ୍ୟା। ଆଉ ସବୁ ଗ୍ରାମବାସୀଙ୍କ ଘର ଆଗରେ ଉଡ଼ିଥାଏ ପ୍ରଭୁଙ୍କ ଧ୍ୱଜା। ଗ୍ରାମଠାରୁ ମାତ୍ର ଅଳ୍ପ ବାଟରେ ଥିବା ରେମୁଣାକୁ ରାମଚନ୍ଦ୍ର ଆସିଥିବା କଥା କାବ୍ୟରେ ଥିବାବେଳେ ଏଠାକୁ ମଧ୍ୟ ଆସିଛନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ବାସ ରହିଛି । 
ଗାଁକୁ ରାମଚନ୍ଦ୍ର ଆସିଥିବା କଥା ନେଇ ଅନେକ ଭୌଗଳିକ ସ୍ଥିତି ସୂଚନା ଦେଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସହ ଏହି ଗ୍ରାମର ମଧ୍ୟ ବହୁ ସାମଞ୍ଜସ୍ୟ ରହିଛି। ଅଯୋଧ୍ୟାରେ ବହିଯାଉଥିବା ନଦୀ ଗୁଡ଼ିକର ନାମ ସହ ଗ୍ରାମରେ ଥିବା ନଦୀର ନାମ ମଧ୍ୟ ମେଳ ଖାଇଥାଏ। ଯେଉଁଥିପାଇଁ ଏଠାକୁ ରାମଚନ୍ଦ୍ର ଆସିଥିବା କଥା ଶତ ପ୍ରତିଶତ ସତ ବୋଲି କହିଛନ୍ତି ମନ୍ଦିର ପୂଜକ। 
ଦୀପାବଳି ଆସିଲେ ଗାଁରେ ଖେଳିଯାଏ ଖୁସିର ମାହୋଲ। ଗ୍ରାମବାସୀ ସଭିଏଁ ମିଶି ଧୁମଧାମରେ ଆଲୋକର ପର୍ବକୁ ପାଳନ କରିଥାନ୍ତି। ନିଜ ନିଜ ଘରେ ଦୀପ ଜାଳିବା ସହ ରାମ ମନ୍ଦିରରେ ମଧ୍ୟ ହଜାର ହଜାର ଦୀପଦାନର ମଧ୍ୟ ବ୍ୟବସ୍ଥା କରାଯାଏ ।

Advertisment

ଅଧିକ ଦେଖନ୍ତୁ:

Baleswar
Advertisment
Related Articles
Advertisment