Advertisment

Pakistan-Afghanistan : ପାକିସ୍ତାନ-ଆଫଗାନିସ୍ତାନକୁ ନେଇ ବଡ ଅପଡେଟ୍: ବନ୍ଦ ହେବ କି ଯୁଦ୍ଧ?

ତୁରନ୍ତ ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି ହୋଇଛି। ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା। ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ।

author-image
Chinmayee Sahoo
PAKISTAN-AFGHANISTAN

PAKISTAN-AFGHANISTAN Photograph: (OTV)

ତୁରନ୍ତ ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି। ଅସ୍ତ୍ରବିରତି ପାଇଁ ଉଭୟ ଦେଶ ରାଜି ହୋଇଥିବା ଘୋଷଣା କଲା କତାର। ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା ମିଳିଛି। ସୀମାରେ ଉତ୍ତେଜନା ହ୍ରାସ ଓ ଶାନ୍ତି ସୁନିଶ୍ଚିତ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ବୈଠକ ସହ ଆଲୋଚନା ପାଇଁ ମଧ୍ୟ ସହମତି ହୋଇଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ। 
କତାର ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ। ଗତ କିଛି ଦିନ ହେବ ପାକିସ୍ତାନ-ଆଫଗାନିସ୍ତାନ ଭିତରେ ଘମାଘୋଟ ଯୁଦ୍ଧ ଚାଲିଥିଲା। ପାକିସ୍ତାନର ଏୟାରଷ୍ଟ୍ରଇକରେ ଯାଇଥିଲା ୨୦୦ ଆଫଗାନ ନାଗରିକ, ୬୦ରୁ ଅଧିକ ଆଫଗାନ ସୈନିକଙ୍କ ଜୀବନ। ୩ ଆଫଗାନ୍ କ୍ରିକେଟରଙ୍କ ମୃତ୍ୟୁ ପରେ ଦୁଇ ଦେଶ ଭିତରେ ଅସ୍ଥିରତା ଆହୁରି ତୀବ୍ର ହୋଇଥିଲା।

Advertisment

ଅଧିକ ଦେଖନ୍ତୁ:

Afghanistan-Pakistan Tension
Advertisment
Related Articles
Advertisment