Advertisment

Sex Racket Busted: ନାବାଳିକା ଦୁଷ୍କର୍ମ ସହ ସେକ୍ସ ରାକେଟ ଲିଙ୍କ୍ ମାମଲା: ଘର ମାଲିକ ସମେତ ୪ ଗିରଫ

ନାବାଳିକା ଦୁଷ୍କର୍ମ ସହ ସେକ୍ସ ରାକେଟ ଲିଙ୍କ୍ ମାମଲାରେ ଲକ୍ଷ୍ମୀସାଗର ଅଞ୍ଚଳର ଘର ମାଲିକ ସମେତ ୪ ଗିରଫ ହୋଇଛନ୍ତି। ୩ ଯୁବତୀଙ୍କୁ ଉଦ୍ଧାର କରି ମାମଲା ରୁଜୁ କଲା ପୋଲିସ।

author-image
Chinmayee Sahoo
Rape

Rape Photograph: (OTV)

ଝାଡ଼ଖଣ୍ଡର ନାବାଳିକାକୁ ଦୁଷ୍କର୍ମ ସହ ସେକ୍ସ ରାକେଟରେ ସଂପୃକ୍ତି ମାମଲାରେ ପୋଲିସ ଆଜି ରାଣୀ ମହୁମାଛି ସମେତ ୪ ଜଣଙ୍କୁ ଗିରଫ କରିଛି। ତା’ମଧ୍ୟରେ ୨ ଦଲାଲ ଏବଂ ଘର ମାଲିକ ଅଛନ୍ତି। କ୍ୟାପିଟାଲ ଥାନା ପୋଲିସ ଏହି ୪ ଜଣଙ୍କୁ ଆଜି ଗିରଫ କରି ଆଉ କିଏ କିଏ ସଂପୃକ୍ତ ଅଛନ୍ତି, ସେନେଇ ଖୋଳତାଡ଼ ଚଳାଇଛି। ମାମଲାର କିଙ୍ଗପିନ୍ ହେଉଛି ମଞ୍ଜୁ ସେଠୀ। ଯିଏ ଅନଲାଇନରେ ଅଟୋ ବୁକ୍ କରିବା ସହ ଲକ୍ଷ୍ମୀସାଗର ସ୍ଥିତ ଘରୁ ଆଣି କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୀଡ଼ିତାଙ୍କୁ। 
ରକ୍ତସ୍ରାବ ଯୋଗୁ ସେହି ସମୟରେ ପୀଡ଼ିତାର ଅବସ୍ଥା ଗୁରୁତର ଥିଲା। କିନ୍ତୁ ମେଡ଼ିକାଲରେ ଛାଡ଼ି ଖସି ପଳାଇଥିଲା ମଞ୍ଜୁ ସେଠୀ। ଘର ମାଲିକ ବାପି ଓରଫ ସଞ୍ଜୀବ ଦାସ ଏବଂ ଦଲାଲ ଅବିନାଶ ମୁଦୁଲି ବିରୋଧରେ ପୋକ୍ସୋ ଆକ୍ଟ ଲଗାଇଛି କମିଶନରେଟ୍ ପୋଲିସ୍। ...ଏ ସଂପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଜ୍ୟୋତିପ୍ରକାଶ ପତି।

Advertisment

Sex Racket
Advertisment
Related Articles
Advertisment