Advertisment

Bus Collides With Truck: ବସ୍ ଟ୍ରକ ମୁହାଁମୁହିଁ ଧକ୍କା: ବଢୁଛି ମୃତ୍ୟୁ ସଂଖ୍ୟା, ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା

ତେଲେଙ୍ଗାନା ରଙ୍ଗାରେଡ୍ଡୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସକୁ ଧକ୍କା ଦେଲା ପଥର ବୋଝେଇ ଡମ୍ପର ଟ୍ରକ୍। ୨୦ରୁ ଅଧିକ ମୃତ, ୨୦ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Chinmayee Sahoo
TELENGANA-BUS-ACCIDENT

TELENGANA-BUS-ACCIDENT Photograph: (OTV)

ତେଲେଙ୍ଗାନା ରଙ୍ଗାରେଡ୍ଡୀରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବସ ଓ ଟ୍ରକ ଧକ୍କାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୨୦ ଜଣ ଗୁରୁତର ଅଛନ୍ତି। ଖନାପୁର ଗେଟ ନିକଟରେ ଏକ ପଥର ବୋଝେଇ ଡମ୍ପର ଟ୍ରକ୍ ସହ ତେଲେଙ୍ଗାନା ରୋଡ ଟ୍ରାନ୍ସପୋର୍ଟର ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଅଛନ୍ତି। ବସ୍ ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଛାତ ମଧ୍ୟ ଉଡିଯାଇଥିଲା। 
ସେହିଭଳି ଟ୍ରକର ଆଗ ପଟ ଚାପି ହୋଇ ପୁରାପୁରି ନଷ୍ଟ ହୋଇଯାଇଛି। ଉଭୟ ଗାଡିର ଡ୍ରାଇଭରଙ୍କର ଘଟଣସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। 
ଆହତମାନଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କୁ ୨  ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ପକ୍ଷରୁ ଘୋଷଣା କରାଯାଇଛି।
•    ତେଲେଙ୍ଗାନା ରଙ୍ଗାରେଡ୍ଡୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
•    ୨୦ରୁ ଅଧିକ ମୃତ, ୨୦ ଆହତ 
•    ବସ୍ ଟ୍ରକ ମୁହାଁମୁହିଁ ଧକ୍କା
•    ବସକୁ ଧକ୍କା ଦେଲା ପଥର ବୋଝେଇ ଡମ୍ପର ଟ୍ରକ୍ 
•    ବସରେ ୭୦ ଜଣ ଯାତ୍ରୀ ଥିଲେ
•    ଉଭୟ ଗାଡିର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ

Advertisment
Telangana
Advertisment
Related Articles
Advertisment